|
logo
Live

Argus News - ସମସ୍ତ 41 ଜଣଙ୍କୁ ବିନା କୈାଣସି ଆଘାତରେ ଉଦ୍ଧାର କରିବୁ: ଟନେଲିଂ ଏକ୍ସପର୍ଟ  

National

ସମସ୍ତ 41 ଜଣଙ୍କୁ ବିନା କୈାଣସି ଆଘାତରେ ଉଦ୍ଧାର କରିବୁ: ଟନେଲିଂ ଏକ୍ସପର୍ଟ  

Manini Pattanayak
Browse all articles by Manini Pattanayak
·2 years ago·1 min read
ସମସ୍ତ 41 ଜଣଙ୍କୁ ବିନା କୈାଣସି ଆଘାତରେ ଉଦ୍ଧାର କରିବୁ: ଟନେଲିଂ ଏକ୍ସପର୍ଟ  

ନୂଆଦିଲ୍ଲୀ: ଉତ୍ତରକାଶୀ  ଟନେଲ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଲେ ଆନ୍ତର୍ଜାତୀୟ ଟନେଲିଂ ଏକ୍ସପର୍ଟ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଟିକାଲ ଡ୍ରିଲିଂକୁ ନେଇ ପ୍ରଧାନମ‌ନ୍ତ୍ରୀ  ମୋଦି  କଥା ହେବା ପରେ ଇଣ୍ଟରନ୍ୟାସନାଲ ଟନେଲିଂ ଏକ୍ସପର୍ଟ ଟିମ୍  ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି  ଆରମ୍ଭ କରିଛନ୍ତି। ଟିମ୍ ସହ ହିମାଳୟ ଭୂବିଜ୍ଞାନର ସର୍ବୋତ୍ତମ ବିଶେଷଜ୍ଞ ଥିବାରୁ ଏହାକୁ ସକରାତ୍ମକ ଦିଗରେ ଦେଖାଜାଉଛି ବୋଲି ଟିମ୍ ଲିଡର୍  ଆର୍ନୋଲ୍ଡ ଡିକ୍ସ କହିଛନ୍ତି।  

ସମସ୍ତ 41 ଜଣଙ୍କୁ ବିନା କୈାଣସି ଆଘାତ  ଉଦ୍ଧାର କରିବା ଦିଗରେ ଆମେ ପୁରା ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଉତ୍ତରକାଶୀ ଟନେଲ୍ ଭିତରେ ୯ ଦିନ ହେଲା ଫସି ରହିଛନ୍ତି 41 ଶ୍ରମିକ । ଯେଉଁଥିରେ ୫ଜଣ ଓଡ଼ିଆ ଅଛନ୍ତି । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛନ୍ତି । ଉତ୍ତରାଖଣ୍ଡ ସରକାରଙ୍କ ସହ କେନ୍ଦ୍ର ସରକାର ଏବଂ ସମସ୍ତ ଉଦ୍ଧାରକାରୀ ଏଜେନ୍ସୀ ଜୋରଦାର ପ୍ରୟାସ କରୁଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମସ୍ତ 41 ଜଣଙ୍କୁ ବିନା କୈାଣସି ଆଘାତରେ ଉଦ୍ଧାର କରିବୁ: ଟନେଲିଂ ଏକ୍ସପର୍ଟ   | Argus News