Tirupati Temple Scam / ତିରୁପତି ମନ୍ଦିରରୁ ୧୦୦ କୋଟି ଲୁଟ୍ ! ଭାଇରାଲ ହେଉଛି ଭିଡିଓ...

Key Points
ଏହି ୧୦୦ କୋଟି ଟଙ୍କାର ଚୋରି ଟିଟିଡିର ଇତିହାସରେ ସବୁଠାରୁ ବଡ଼ ଡକାୟତି, ଯାହା ୨୦୧୯ ରୁ ୨୦୨୪ ମଧ୍ୟରେ YSRCPର ଶାସନ ସମୟରେ ଘଟିଥିଲା।
ଆନ୍ଧ୍ର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି ନେତା ଅଭିଯୋଗ କରିଛନ୍ତି ଯେ ୱାଇ. ଏସ୍. ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସଆରସିପି ଶାସନ କାଳରେ ତିରୁପତି ମନ୍ଦିରରୁ ୧୦୦ କୋଟି ଟଙ୍କାରୁ ଅଧିକ ଚୋରି ହୋଇଛି । ବିଜେପି ନେତା ତଥା ତିରୁମାଲା ତିରୁପତି ଦେବସ୍ଥାନମସ୍ (ଟିଟିଡି) ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଜଗନ ମୋହନ ରେଡ୍ଡୀଙ୍କ ଶାସନ କାଳରେ ତିରୁପତି ମନ୍ଦିର ଦାନ ବାକ୍ସରୁ ୧୦୦ କୋଟି ଟଙ୍କାରୁ ଅଧିକ ଚୋରି ହୋଇଛି। ସେ ଦାବି କରିଛନ୍ତି ଯେ ମନ୍ଦିର କର୍ମଚାରୀ ରବିକୁମାର ଦାନ ବାକ୍ସରୁ ଟଙ୍କା ଚୋରି କରିଥିଲେ ଏବଂ ଏହି ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ରହିଛି ।
ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଦାନ ବାକ୍ସରୁ ଲୁଟ ହୋଇଥିବା କୋଟି କୋଟି ଟଙ୍କା ରିଅଲ ଇଷ୍ଟେଟ୍ ବ୍ୟବସାୟରେ ବିନିଯୋଗ କରାଯାଇଛି । ଏହି ଟଙ୍କାକୁ ବେଆଇନ ଭାବେ ଜଗନ ମୋହନ ରେଡ୍ଡୀଙ୍କ ବାସଭବନ, ତାଡେପାଲି ପ୍ୟାଲେସକୁ ପଠାଯାଇଛି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି ୧୦୦ କୋଟି ଟଙ୍କାର ଚୋରି ଟିଟିଡିର ଇତିହାସରେ ସବୁଠାରୁ ବଡ଼ ଡକାୟତି, ଯାହା ୨୦୧୯ ରୁ ୨୦୨୪ ମଧ୍ୟରେ YSRCPର ଶାସନ ସମୟରେ ଘଟିଥିଲା।
ଟିଡିପି ନେତା ଚୋରି ଭିଡିଓ କରିଛନ୍ତି ସେୟାର
ମନ୍ଦିରର ଦାନବାକ୍ସରୁ ଚୋରିର ଏକ ଭିଡିଓ, ଟିଡିପିର ନେତା ନାରା ଲୋକେଶ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ରେଡ୍ଡି କହିଛନ୍ତି ଯେ ୱାଇଏସଆରସିପି ଶାସନ ସମୟରେ ଭକ୍ତମାନେ ଯେତେବେଳେ ତିରୁପତି ମନ୍ଦିରର ଦାନବାକ୍ସରେ ନିଜ ଭେଟି ଦେଇଥିଲେ, ତାପରେ ଏହି ଲୁଟ ହୋଇଥିଲା। ସେ କହିଛନ୍ତି ଯେ ହାଇକୋର୍ଟ ଏହି ମାମଲାକୁ ସିଆଇଡିକୁ ହସ୍ତାନ୍ତର କରିଛନ୍ତି ଏବଂ ତଦନ୍ତ ସମାପ୍ତ କରି ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡର ନିଷ୍ପତ୍ତି ଏବଂ ଏସମ୍ପର୍କିତ କାଗଜପତ୍ରକୁ ମଧ୍ୟ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାମଲାରେ YSRCP ନେତାମାନେ ସମ୍ପୃକ୍ତ
ବିଜେପି ନେତା ଭାନୁ ପ୍ରକାଶ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଏହି ମାମଲାକୁ ପ୍ରଥମେ ଏକ ଲୋକ ଅଦାଲତ ମାଧ୍ୟମରେ ସମାଧାନ କରି ଚାପି ଦିଆଯାଇଥିଲା । ଏହି ମାମଲାରେ ଅନେକ YSRCP ନେତା ଏବଂ ଉଚ୍ଚ ପଦାଧିକାରୀ ସାମିଲ ଥିଲେ। ସେ କହିଛନ୍ତି ଯେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ତିରୁପତି ମନ୍ଦିରର ସମ୍ପତ୍ତି ଲୁଟ କରିବା ଉଦ୍ଦେଶ୍ୟରେ କାମ କରୁଥିଲେ, ଅଧିକାରୀ ଏବଂ ନେତାମାନେ ଚୋରି ଟଙ୍କା ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ। ସେହି ସମୟରେ, ଭୁମାନା କରୁଣାକର ରେଡ୍ଡୀ ଟିଟିଡିର ଅଧ୍ୟକ୍ଷ ଥିଲେ ଏବଂ ତାଙ୍କୁ ଏହାର ଘଟଣାର କୈଫତ ମଗାଯାଇଥିଲା ।
#YCPTirumalaMahaPapam
— Lokesh Nara (@naralokesh) September 20, 2025
వైసిపి గజదొంగలు శ్రీవారి సొత్తూ దోచుకున్నారు. వందకోట్ల పరకా'మనీ దొంగ' వెనుక వైసీపీ నేతలు
జగన్ ఐదేళ్ల పాలనలో అవినీతి రాజ్యమేలింది. అరాచకం పెచ్చరిల్లింది. దొంగలు, దోపిడీదారులు, మాఫియా డాన్లకు ఏపీని కేరాఫ్ అడ్రస్ చేసారు జగన్. గనులు, భూములు, అడవులు, సమస్త… pic.twitter.com/Pwssua12YM
📱 Get Argus News App
✨Related Topics
Explore more stories