Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ

National

ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ

ଗତକାଲି ରାତିରେ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ଘଟଣାର ଆରମ୍ଭ ହୋଇଛି ତଦନ୍ତ। ଗତକାଲି ଶନିବାର ଥିବାରୁ ମହାକୁମ୍ଭକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରବଳ ଭିଡ ହୋଇଥିଲା। ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଟ୍ରେନରେ ଚଢିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଠେଲା ପେଲା ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି ।


ଘଟଣାର ତଦନ୍ତ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପାଇଁ ଭାରତୀୟ ରେଳବାଇ ଦ୍ୱାରା ଗଠନ ହୋଇଥିବା କମିଟିରେ ପ୍ରମୁଖ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (PCCM)ଏବଂ ପ୍ରମୁଖ ମୁଖ୍ୟ ସୁରକ୍ଷା କମିଶନର (PCSC) ରହିଛନ୍ତି। କମିଟି ପକ୍ଷରୁ ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନକୁ ସମସ୍ତ ଭିଡିଓ ଫୁଟେଜ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଷ୍ଟେସନରେ ଦଳାଚକଟା କାହିଁକି ହେଲା ? ଏଥିପାଇଁ କିଏ ଦାୟୀ ? ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି କମିଟି। ଘଟଣା କେମିତି ଘଟିଲା ସେନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବୟାନ ନିଆଯିବ। ଦିଲ୍ଲୀ ରେଳ ଷ୍ଟେସନର ସମସ୍ତ ଭିଡିଓ ଫୁଟେଜକୁ ସୁରକ୍ଷିତ ରଖିବାକୁ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ମଧ୍ୟ ଏହାର ତଦନ୍ତ କରାଯାଉଛି। ଜଣେ ଡିସିପି ର୍ୟାଙ୍କର ଅଧିକାରୀଙ୍କୁ ଏହି ଦାୟତ୍ବ ଦିଆଯାଇଛି।

Sponsored
investigation-begins-into-delhi-station-scuffle-incident | Argus News