ମନ୍ଦିର ନିର୍ମାଣକୁ ନେଇ ଐତିହାସିକ ରାୟ ଦେଇଥିବା ୫ଜଣ ବିଚାରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ନିର୍ମାଣକୁ ନେଇ ଐତିହାସିକ ରାୟ ଦେଇଥିବା ୫ଜଣ ବିଚାରପତିଙ୍କୁ ନିମନ୍ତ୍ରଣ । ସେମାନେ ହେଲେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ପୂର୍ବତନ ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ, ମୁଖ୍ୟ ବିଚାରପତି ଡି ୱାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ୍. ଅବ୍ଦୁଲ ନାଜିର। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ୫୫ ପୃଷ୍ଠାର ଅତିଥି ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଭିଭିଆଇପି ତଥା ଲୋକପ୍ରିୟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି।
ଏହି ତାଲିକାରେ ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ନାମ ମଧ୍ୟ ରହିଛି। ସେମାନେ ରାମ ଜନ୍ମଭୂମି ସପକ୍ଷରେ ରାୟ ଶୁଣାଇଥିଲେ। ୨୦୧୯ ନଭେମ୍ବର ୯ରେ ରାମମନ୍ଦିର-ବାବ୍ରି ମସଜିଦ ବିବାଦ ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ବିବାଦୀୟ ୨.୭୭ ଏକର ଜମିକୁ ଟ୍ରଷ୍ଟକୁ ହସ୍ତାନର କରିବାକୁ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ।
ଅଧିକ ପଢନ୍ତୁ ରାମକଥା ଖବର