Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପଲ ୟୁଜର୍ସଙ୍କୁ ଚେତାବନୀ, ଅପଡେଟ୍‌ ନେଇ ସତର୍କ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆପଲ ୟୁଜର୍ସଙ୍କୁ ଚେତାବନୀ,  ଅପଡେଟ୍‌ ନେଇ ସତର୍କ

ଅର୍ଗସ ବ୍ୟୁରୋ:  ଆପଲ ୟୁଜର୍ସଙ୍କୁ ଚେତାବନୀ । ବ୍ୟବହାର କରୁଛନ୍ତି କି ଆପଲର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ। 
ତେବେ ସତର୍କ ହୋଇଯାଆନ୍ତୁ। ଆଇଫୋନ ଏକ୍ସଏସ୍‌, ଆଇପ୍ୟାଡ ପ୍ରୋ ୧୨.୯-ଇଞ୍ଚ, ଆଇପ୍ୟାଡ ପ୍ରୋ ୧୦.୫-ଇଞ୍ଚ ଭଳି ଆଇପ୍ୟାଡ ମିନି ବ୍ୟବହାରକାରୀମାନେ ଯଦି ୧୭.୪ ପୂର୍ବରୁ ଆଇଓଏସ୍‌ ଏବଂ ଆଇପ୍ୟାଡଓଏସ୍‌ ଫୋନ ଚଳାଉଛନ୍ତି ତେବେ ସେମାନେ ପ୍ରଭାବିତ ହୋଇପାରନ୍ତି । ଏହାସହ ଆଇଫୋନ ୮, ଆଇଫୋନ ୮ ପ୍ଲସ, ଆଇପ୍ୟାଡ ୫ ଜେନେରେସନ୍‌, ଏବଂ ଆଇପ୍ୟାଡ ପ୍ରୋ ୧୨.୯-ଇଞ୍ଚ ପ୍ରଥମ ଜେନେରେସନ୍‌ର ଉପଭୋକ୍ତାମାନେ ଯଦି ସେମାନଙ୍କ ଡିଭାଇସ ଅପଡେଟ ନହୁଏ ତେବେ ବିପଦରେ ଅଛନ୍ତି । ମାକବୁକ ଉପଭୋକ୍ତାମାନଙ୍କୁ ସେମାନଙ୍କର ସିଷ୍ଟମ ଅପଡେଟ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।

ଇଣ୍ଡିଆନ କମ୍ପ୍ୟୁଟର ଏମର୍‌ଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍‌ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି । ଆପଲ iOS, iPadOS, macOS, ଏବଂ visionOS ସୁରକ୍ଷା ପ୍ୟାଚ ଧାରଣ କରିଥିବା ସର୍ବଶେଷ ସଂସ୍କରଣରେ ଅପଡେଟ୍‌ ହୋଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
iphone Centre Issues "High-Risk" Warning For iPhone, iPad And MacBook Users | Argus News