ପତ୍ନୀଙ୍କ ପ୍ରତି ଏମିତି ପ୍ରେମ ! ନିଜ ସର୍ଭିସ୍ ରିଭରବଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ IPS...

Key Points
ମୁଁ ମୋ ପତ୍ନୀଙ୍କ ପାଇଁ ଟିକେ ଭଗବାନଙ୍କୁ ଡାକିବି ।
ପତ୍ନୀଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବି ।
ଆପଣ ବାହାରକୁ ଯାଆନ୍ତୁ ।
ପତ୍ନୀ ଚାଲିଗଲେ । ସେହି ଦୁଃଖରେ ସେ ବି ନିଜ ଜୀବନ ନେଇଗଲେ । କାହାକୁ କିଛି ଜାଣିବାର ସୁରାକ୍ ବି ଦେଲେନି । ଠାକୁରଙ୍କୁ ପ୍ରାର୍ଥନା କରିବି କହି ଏକା ଛାଡ଼ିବାକୁ କହିଲେ, ଆଉ ତାପରେ ନିଜକୁ ଗୁଳି କରିଦେଲେ । ଏମିତି କାହାଣୀ କୌଣସି ସାଧାରଣ ଲୋକ କିମ୍ବା ସାଧାରଣ ପରିବାରର ନୁହେଁ । ଏହା ଜଣେ IPS ଅଫିସରଙ୍କ କାହାଣୀ ।
ପୂର୍ବତନ ଗୃହ ସଚିବ ଶିଲାଦିତ୍ୟ ଚେତିୟା । ତାଙ୍କ ପତ୍ନୀ କ୍ୟାନ୍ସରରେ ପୀଡ଼ିତ ଥିଲେ । ଆଉ ସେଇଥିରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ଶିଲାଦିତ୍ୟ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ମେଡିକାଲ ବେଡ୍ରେ ଥିବା ପତ୍ନୀଙ୍କ ମୃତଦେହ ପାଖରେ ବସି ମନ ଦୁଃଖ କରୁଥିଲେ । ହଠାତ୍ ନର୍ସମାନଙ୍କୁ କହିଲେ, 'ଆପଣମାନେ ଟିକେ ବାହାରକୁ ଯାଆନ୍ତୁ । ମୁଁ ମୋ ପତ୍ନୀଙ୍କ ପାଇଁ ଟିକେ ଭଗବାନଙ୍କୁ ଡାକିବି । ପତ୍ନୀଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବି ।
ଏତିକି ଶୁଣିବା ପରେ ସବୁ ନର୍ସମାନେ ବାହାରକୁ ଚାଲିଯାଇଥିଲେ । ଆଉ ଏହାର କିଛି ସମୟ ପରେ ହଠାତ୍ ରୁମ୍ ଭିତରୁ ଶୁଭିଲା ଗୁଳି ଶବ୍ଦ । ତାପରେ ଧାଇଁ ଆସିଲେ ନର୍ସମାନେ । ଦେଖିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ । ନିଜ ସର୍ଭିସ୍ ରିଭରବଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ IPS ଶିଲାଦିତ୍ୟ ।
କିଛି ଦିନ ପୂର୍ବରୁ ଶିଲାଦିତ୍ୟଙ୍କ ମାଆ ଓ ଶାଶୁଙ୍କର ପରଲୋକ ହୋଇଥିଲା । ଏହାପରେ ପତ୍ନୀଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା । ଅନେକ ସ୍ଥାନରେ ଚିକିତ୍ସା କରାଇବା ପରେ ବି କିଛି ଲାଭ ହୋଇନଥିଲା ଶେଷରେ ନିଜ ପତ୍ନୀଙ୍କୁ ହରାଇଥିଲେ । ଏହାକୁ ୪୪ ବର୍ଷୀୟ ଶିଲାଦିତ୍ୟଙ୍କ, ପତ୍ନୀ ପ୍ରତି ପ୍ରେମ ନା ଜୀବନ ପ୍ରତି ଅଭିଯୋଗ ? ତାହା ଆପଣ ସ୍ଥିର କରନ୍ତୁ ।
ଶିଲାଦିତ୍ୟ ଖୁବ୍ ହସଖୁସ୍ ମିଜାଜର ବ୍ୟକ୍ତି ଥିଲେ । ବିଭାଗୀୟ କର୍ମଚାରୀଙ୍କ ସହ ସେ ଖୁବ୍ ମିଶୁଥିଲେ । ତେଣୁ ସହକର୍ମୀ ତାଙ୍କୁ ଶିଲା ଭାଇ ବୋଲି ଡାକୁଥିଲେ । ୨୦୦୯ ବ୍ୟାଚର ଆଇପିଏସ୍ ଥିଲେ ଶିଲାଦିତ୍ୟ । କାମରେ ବି ଦକ୍ଷ ଥିଲେ । ଡିଆଇଜି ରାଙ୍କ୍, ଖୋଲା ହୃଦୟ ଆଉ କାମରେ ଧୂରନ୍ଦର ଆଇପିଏସଙ୍କ ଗଣତିରେ ଆସୁଥିଲେ ଶିଲାଦିତ୍ୟ । କେହି କେବେ ତାଙ୍କୁ ଉଦାସ ହେବାର ଦେଖୁନଥିଲେ । ହେଲେ ଏଭଳି ଜଣେ ହସଖୁସିଆ ମଣିଷଙ୍କ ଜୀବନରେ ଦୁଃଖ ଯେମିତି ମାଡ଼ିଆସିଲା ।
ବାପା, ମାଆ, ଶାଶୁ ଜଣଙ୍କ ପରେ ଜଣେ ଆରପାରିକୁ ଚାଲିଗଲେ । ଆଉ ତାର କିଛି ମାସ ପରେ ପ୍ରିୟ ମଣିଷ ପତ୍ନୀଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଲା । ଏସବୁ ଶିଲାଦିତ୍ୟଙ୍କ ମନ ପ୍ରାଣକୁ ଯେପରି ଝୁଣି ଦେଇଥିଲା । ପତ୍ନୀ ଆଗାମୋନିଙ୍କର ଗୌହାଟ୍ଟିର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା, ଯାହାକୁ ଆଉ ସହିପାରିନଥିଲେ, ଆଉ ନିଜକୁ ଗୁଳି କରି ନିଜ ହାତରେ ନିଜ ଜୀବନ ନେଲେ ।
ଏହି ଘଟଣା ୨୦୨୪ ଜୁନ୍ ୧୮ର କିନ୍ତୁ ଆଜିକା ଦିନରେ ପାରିବାରିକ ସମସ୍ୟାକୁ ନେଇ ହତ୍ୟା ଘଟଣା ବଢ଼ୁଥିବା ବେଳେ ଜଣେ ଆଇପିଏସଙ୍କର ନିଜ ପରିବାର ଓ ପତ୍ନୀଙ୍କ ପ୍ରତି ଏତେ ଭଲପାଇବା ସମସ୍ତଙ୍କ ପାଇଁ ଏକ ଶିକ୍ଷା ନିଶ୍ଚୟ । ତେଣୁ ଆଜି ମନେ ପଡ଼ନ୍ତି ସେଇ IPS ଶିଲାଦିତ୍ୟ ।