Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ଇରାନ, ସଫଳ ହେଉଛି ଅପରେସନ୍ ସିନ୍ଧୁ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ଇରାନ, ସଫଳ ହେଉଛି ଅପରେସନ୍ ସିନ୍ଧୁ

Key Points

ପ୍ରଥମ ପର୍ଯ୍ୟାୟରେ ଇରାନରୁ ଭାରତୀୟ ସିଧାସଳଖ ଆସିପାରିନଥିଲେ ।
ଅନ୍ୟପଟେ ଏବେ ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିଛି ଆମେରିକା ।
ଇରାନ ଉପରେ B-2 ବୋମାବର୍ଷୀ ଷ୍ଟେଲ୍ଥ ଯୁଦ୍ଧ ବିମାନରୁ ବୋମା ବର୍ଷା କରିଛି ଆମେରିକା ।

ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ମୁହାଁ ଭାରତୀୟ । ବର୍ତ୍ତମାନ ସୁଦ୍ଧା ମୋଟ ୧୧୧୭ ଭାରତୀୟ ନାଗରିକ ସ୍ବଦେଶ ଫେରିଛନ୍ତି । ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଆଜି ଫେରିଛନ୍ତି ଆଉ ୨୯୦ ଭାରତୀୟ ନାଗରିକ । ଭାରତ ପାଇଁ ଇରାନ ସରକାର ଆକାଶ ମାର୍ଗ ଖୋଲିବା ପରେ ବିମାନରେ ସିଧାସଳଖ ଇରାନରୁ ସ୍ବଦେଶ ଫେରୁଛନ୍ତି ଭାରତୀୟ ।

୨ ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଇରାନରୁ ଭାରତୀୟ ସିଧାସଳଖ ଆସିପାରିନଥିଲେ । ଇରାନରେ ଭାରତୀୟ ଦୂତାବାସର ସହଯୋଗରେ ଆର୍ମେନିଆ ଓ ଦୋହା ଦେଇ ଫେରିଥିଲେ ଭାରତୀୟ ।

ଇରାନରେ ଫସିଥିବା ଭାରତୀୟଙ୍କ ସମେତ ନେପାଳ ଓ ଶ୍ରୀଲଙ୍କା ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରିବାକୁ ଘୋଷଣା କରିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ଦୁଇ ପଡ଼ୋଶୀ ଦେଶର ଔପଚାରିକ ଅନୁରୋଧ ପରେ ଇରାନରେ ନିଜର ସ୍ଥାନାନ୍ତର ପ୍ରୟାସକୁ ବିସ୍ତାର କରି ନେପାଳ ଓ ଶ୍ରୀଲଙ୍କାର ନାଗରିକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଭାରତର ସରକାର ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଏବେ ଇସ୍ରାଏଲ-ଇରାନ ଯୁଦ୍ଧରେ ଏଣ୍ଟ୍ରି ମାରିଛି ଆମେରିକା । ଇରାନ ଉପରେ B-2 ବୋମାବର୍ଷୀ ଷ୍ଟେଲ୍ଥ ଯୁଦ୍ଧ ବିମାନରୁ ବୋମା ବର୍ଷା କରିଛି ଆମେରିକା । ୩ଟି ପରମାଣୁ ଘାଟି ଧ୍ୱଂସ କରିଛି । ଜବାବରେ ଇସ୍ରାଏଲ ଉପରେ ଇରାନ୍‌ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଆମେରିକାକୁ ପାଲଟା ଆକ୍ରମଣ ଭୟ ରହିଛି । ତେଣୁ ନ୍ୟୁୟର୍କରେ ବଢିଛି ସୁରକ୍ଷା ବ୍ୟବସ୍ଥା । ସେପଟେ ଏୟାରସ୍ପେସ୍ ବନ୍ଦ କରିଛି ଇସ୍ରାଏଲ । ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଦୁଃସାହସିକ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

ତେବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢୁଥିବା ବେଳେ ଇରାନ୍ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଆଲୋଚନା କରିଥିଲେ। ଉତ୍ତେଜନା ବଢୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ। ଶାନ୍ତି, ସୁରକ୍ଷା ଓ ସ୍ଥିରତା ପାଇଁ କୂଟନୈତିକ ଆଲୋଚନା ଓ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନିଜର ମତ ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran opens airspace for India, Operation Sindhu Successfully Running | Argus News