Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଟାରୀ ବର୍ଡର ନିକଟରେ ଫସି ରହି ମୋଦିଙ୍କୁ ସାହାଯ୍ୟ ମାଗିଲେ ମହିଳା

National

ଅଟାରୀ ବର୍ଡର ନିକଟରେ ଫସି ରହି ମୋଦିଙ୍କୁ ସାହାଯ୍ୟ ମାଗିଲେ ମହିଳା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅଟାରୀ ବର୍ଡର ନିକଟରେ ଫସି ରହି ମୋଦିଙ୍କୁ ସାହାଯ୍ୟ ମାଗିଲେ ମହିଳା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁହାରି କରିଛନ୍ତି ଇରାନୀ ମହିଳା । ସୁରକ୍ଷିତ ଭାବେ କିପରି ନିଜ ଘରେ ପହଞ୍ଚିବେ ସେଥିପାଇଁ ସାହାଯ୍ୟ ମାଗିଛନ୍ତି ମହିଳା । ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ-ପାକ୍ ସୀମା ବନ୍ଦ କରାଯାଇଛି । ଯେଉଁ କାରଣରୁ ଭ୍ୟାନ୍ ରେ ଯାତ୍ରା କରୁଥିବା ଏହି ଇରାନୀ ମହିଳା ଜଣକ ଅଟାରୀରେ ଫସି ଯାଇଛନ୍ତି । ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହାକୁ ନେଇ ସେ ସୁରକ୍ଷିତ ଭାବେ କିପରି ନିଜ ଦେଶରେ ପହଞ୍ଚିବାକୁ ଭାରତ ସରକାରଙ୍କୁ ସାହାଯ୍ୟ କରିବାକୁ ଗୁହାରି କରିଛନ୍ତି ।

ମହିଳା ଜଣକ କହିଛନ୍ତି, ଫେବୃଆରୀରେ ସେ ଏକ ପର୍ଯ୍ୟଟକ ଭାବେ ନିଜ ଭ୍ୟାନ୍‌ରେ ପାକିସ୍ତାନର ରାସ୍ତା ଦେଇ ଭାରତ ଆସିଥିଲେ । ଏବେ ସେ ଇରାନ୍ ଯିବାକୁ ଚାହୁଁଛନ୍ତି । କିନ୍ତୁ ସୀମା ବନ୍ଦ ଥିବାରୁ ସେମାନେ ଯିବାକୁ ଦେଉ ନାହାନ୍ତି । ଯେଉଁଥିପାଇଁ ତାଙ୍କୁ ଭ୍ୟାନ୍‌ର ଡବାରେ ଶୋଇବାକୁ ପଡୁଛି, ଏବଂ ସେଇଠି ଖାଇବା ତିଆରି କରିବାକୁ ପଡୁଛି ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ତାଙ୍କୁ ଭାରତ ଖୁବ ପସନ୍ଦ । ସେ ଭାରତରେ ରହି ପାଠ ପଢୁଥିଲେ । ପହଲଗାମ୍‌ର ଏପରି ଆତଙ୍କୀ ଆକ୍ରମଣକୁ ନେଇ ସେ ଖୁବ ଦୁଃଖି ଅଛନ୍ତି । ଆଉ ମାତ୍ର କିଛି ଦିନରେ ତାଙ୍କ ରୋଡ୍‌ ଭିସା ସରିଯିବ । ଇରାନ୍ ଯିବାପାଇଁ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ସେ ଯେତେବେଳେ ଅଟାରୀ ବର୍ଡର ପାଖକୁ ଯାଇଥିଲେ, ସେଠାରେ ସୀମାରେ ଥିବା ଅଧିକାରୀ କହିଥିଲେ, କେବଳ ପାକିସ୍ତାନୀ ପାସପୋର୍ଟ ଧାରକ ହିଁ ବର୍ଡର ଅତିକ୍ରମ କରିପାରିବେ । କିନ୍ତୁ ଇରାନ୍‌କୁ ଯିବାପାଇଁ ସଡକ ରାସ୍ତା ପାକିସ୍ତାନ ଦେଇ ହିଁ ଯାଇଛି । ତେଣୁ ଭାରତ ସରକାରଙ୍କ ଅନୁମତିରେ ହିଁ ସେ ଇରାନ୍‌ରେ ପହଞ୍ଚି ପାରିବେ , ସେଥିପାଇଁ ଭାରତ ସରକାରଙ୍କ ସାହାଯ୍ୟ ମାଗିଛନ୍ତି ଇରାନୀ ମହିଳା । ମହିଳା ଜଣକ ଭାରତକୁ ନିଜର ଦ୍ଵିତୀୟ ଘର ମାନୁଥିବା ମଧ୍ୟ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Irani woman stuck near Attari border seeks help from prime minister | Argus News