Train Ticket / କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ପରିବର୍ତ୍ତନ କରିପାରିବେ ଯାତ୍ରୀ

Key Points
ଭାରତୀୟ ରେଳବାଇ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ
କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ପରିବର୍ତ୍ତନ କରିପାରିବେ ଯାତ୍ରୀ
ଏଥି ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ
ଟ୍ରେନରେ ଯାତ୍ରା କରିବାକୁ ସମସ୍ତଙ୍କୁ ଭଲ ଲାଗେ। ଅଧିକ ଜିନିଷ ନେଇପାରୁଥିବେ, ଟଙ୍କା ବି ଠିକଠାକ, ତାସହ ସବୁ ସୁବିଧାରେ ଯାତ୍ରା। ହେଲେ ବେଳେ ଟିକେଟକୁ ନେଇ ଯେଉଁ ସମସ୍ୟା ଥାଏ, ସେଥିରେ ଆଉ ଆଗପରି ସମସ୍ୟା ରହିବ ନାହିଁ। ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ । ଯାତ୍ରୀମାନେ ସେମାନଙ୍କର କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ପରିବର୍ତ୍ତନ କରିପାରିବେ । ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ ଟିକେଟ୍ ଅଛି ଏବଂ କୌଣସି କାରଣରୁ ଆପଣଙ୍କ ପ୍ଲାନ୍ ପରିବର୍ତ୍ତନ କରି ଯାତ୍ରା ସମୟକୁ ଆଗକୁ ବଢାଇକୁ ନିଶ୍ଚିତ କରନ୍ତି, ତେବେ ଆପଣଙ୍କୁ ନୂଆ ଟିକେଟ୍ କିଣିବାକୁ ପଡ଼ିବ ନାହିଁ ।
ଏଥିସହ ପଢ଼ନ୍ତୁ: ଖୋଲିବାକୁ ଯାଉଛି ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ
📱 Get Argus News App
✨ଆପଣ ଆପଣଙ୍କର କନଫର୍ମ ଟ୍ରେନ୍ ଟିକେଟ୍ ତାରିଖ ଅନଲାଇନରେ ପରିବର୍ତ୍ତନ କରିପାରିବେ ଏବଂ ସମାନ ଟିକେଟ୍ ବ୍ୟବହାର କରି ପରବର୍ତ୍ତୀ ଯାତ୍ରା କରିପାରିବେ । ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଆପଣଙ୍କର ଯାତ୍ରା ଯୋଜନା ପରିବର୍ତ୍ତନ ହୁଏ, ତେବେ ଆପଣଙ୍କୁ ଆପଣଙ୍କର ଟିକେଟ୍ ବାତିଲ୍ କରିବାକୁ ପଡିବ । ପରବର୍ତ୍ତୀ ତାରିଖ ପାଇଁ ନୂଆ ଟିକେଟ୍ କରିବାକୁ ପଡିବ । ବାତିଲ୍ ଶୁଳ୍କ ମଧ୍ୟ ଦେବାକୁ ପଡ଼େ । ଏହାବାଦ୍, ପରବର୍ତ୍ତୀ ତାରିଖରେ କନଫର୍ମ ଟିକେଟ୍ ପାଇବା ମଧ୍ୟ କଷ୍ଟକର ହୋଇଥାଏ ।
ଏହା ପୂର୍ବରୁ ବଦଳିଥିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ। ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ ଲାଗୁ ହୋଇଥିଲା । ଏଣିକି କେବଳ ୨ ମାସ, ଅର୍ଥାତ ୬୦ ଦିନ ପୂର୍ବରୁ ଆପଣ ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରିବେ। ପୂର୍ବରୁ ଏହି ସମୟ ସୀମା ୪ ମାସ, ଅର୍ଥାତ ୧୨୦ ଦିନ ଥିଲା। ଏବେ ଅଗ୍ରୀମ ରିଜର୍ଭେସନ ଟିକେଟ ବୁକିଂ ସମୟ ସୀମାକୁ ହ୍ରାସ କରିଥିଲା ଭାରତୀୟ ରେଳବାଇ। ବର୍ତ୍ତମାନ ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନରେ ଯାତ୍ରା ସମୟରେ ସୁବିଧାରେ ଯାତ୍ରା କରିପାରିବେ। ଏହାସହ ଯାତ୍ରୀଙ୍କୁ ଟିକେଟକୁ ନେଇ ଯେଉଁ ଅସୁବିଧା ହେଉଥିଲା, ସେଥିରେ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ଏବଂ ଯାତ୍ରୀମାନେ ସୁବିଧାରେ ଯାତ୍ରା କରିପାରିବେ।
ଅଧିକ ପଢ଼ନ୍ତୁ ଦେଶ ଖବର: