Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଲୱେର ବଡ ପରିଵର୍ତ୍ତନ...

National

ରେଲୱେର ବଡ ପରିଵର୍ତ୍ତନ...

Rashmita Mishra
Browse all articles by Rashmita Mishra
·2 years ago·2 min read
ରେଲୱେର ବଡ ପରିଵର୍ତ୍ତନ...

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ରେଲୱେ ଏକ ବଡ ପରିଵର୍ତ୍ତନ ହୋଇଛି । ଯଦି ଆପଣ ମାନେ ନିଜର ପିଲା ମାନଙ୍କୁ ବାହାରକୁ ରେଳରେ ନେଵାକୁ ଚାହୁଁଛନ୍ତି ତେଵେ ଟିକେଟି ଏପରି ଏକ ପରିଵର୍ତ୍ତନ ଯାହା ଆଣଙ୍କ ପାଇଁ ଏକ ଵଢ ଖୁସି ଖବର ।

ଭାରତୀୟ ରେଳ ଯାତ୍ରା ଟିକେଟ୍ ଉପରେ ଲଗାଯାଉଥିଵା  ବୀମାର ନିୟମ ଉପରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ, ଯଦି ଜଣେ ପିଲା ଟ୍ରେନ୍ ଯାତ୍ରା ସମୟରେ ଅଧା ଟିକେଟ୍ କିଣନ୍ତି ତେବେ ସେ କୌଣସି ଵୀମାର ସୁଵିଧା ପାଇବେ ନାହିଁ ଆଇଆରସିଟିସି ଅନୁଯାୟୀ ବର୍ତ୍ତମାନ ଯାତ୍ରୀମାନେ ସମ୍ପୂର୍ଣ୍ଣ ଟିକେଟ ବୁକିଂ କରିବା ପରେ ହିଁ ବୀମା ସୁବିଧା ପାଇପାରିବେ। ଏଥି ସହିତ କୌଣସି ବିକଳ୍ପ ବୀମାର ପ୍ରିମିୟମରେ ମଧ୍ୟ ବୃଦ୍ଧି କରାଯାଇଛି । ଏପ୍ରିଲ୍ ୧ ରୁ ସମସ୍ତ ଯାତ୍ରୀଙ୍କର ପ୍ରିମିୟମ୍ ଵଢାଯାଇଛି ।ଏହା ପୂର୍ବରୁ ଏହା ୩୫ ପଇସା ଥିଲା ବେଳେ ବର୍ତ୍ତମାନ ୪୫ ପଇସାକୁ ଵଢାଇଦିଆଯାଇଛି ।

ଅନଲାଇନ୍ ବୀମା ସୁବିଧା:-
ଆଇଆରସିଟିସି ଅନୁଯାୟୀ ଇ-ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଇଚ୍ଛାଧୀନ ବୀମା ଯୋଜନାର ଲାଭ ଉପଲବ୍ଧ ହେବ। ରେଳ ଟିକେଟ୍ କାଉଣ୍ଟରରୁ କିଣାଯାଇଥିବା ଟିକେଟ୍ ଉପରେ ବୀମା ଯୋଜନା ପ୍ରଯୁଜ୍ୟ ହେବ ନାହିଁ । ଅନଲାଇନ୍ କିମ୍ବା ଇ-ଟିକେଟ୍ କିଣିଲେ ଏହି ସୁବିଧା ପାଇପାରିଵେ । ଏହି ଯେଜନାଟି ଟ୍ରେନର ଯାତ୍ରା କରୁଥିଵା ସମସ୍ତ ଯାତ୍ରୀ ମାନଙ୍କ ପାଇଁ ଉପଲବ୍ଧ । ଏବଂ ଯେଉଁ ମାନଙ୍କର ଟିକେଟ କନଫଅରମ ହୋଇନଥିଵ ସେହି ଯାତ୍ରୀମାନେ ଏହି ବୀମା ଯୋଜନା ପାଇପାରିଵେ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତ୍ୟୁ ମାମଲାରେ ୧୦ ଲକ୍ଷ ଟଙ୍କା 
ଏହି ବୀମା ଯୋଜନା ଅନୁଯାୟୀ ରେଳ ଯାତ୍ରୀଙ୍କ ମୃତ୍ୟୁ ଘଟୁଛି ତେଵେ ସେ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଦିଆଯିଵ । ଯଦି ଅଳ୍ପ କିଛି କ୍ଷତି ହୋଇଥାଏ ତେବେ ସେ କ୍ଷେତ୍ରରେ ୭.୫ ଲକ୍ଷ ଟଙ୍କା ଏବଂ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯାଉଛି। ସେପ୍ଟେମ୍ବର ମାସ ୨୦୧୬ମସିହାରେ ଭାରତୀୟ ରେଳବାଇ ଦ୍ୱାରା ରେଳ ଯାତ୍ରୀ ମାନଙ୍କ ପାଇଁ ବୀମା ଯୋଜନା ଆରମ୍ଭ କରାଯାଇଥିଲା। ସେତେବେଳେ ଯାତ୍ରୀଙ୍କ ପାଇଁ ବୀମା ପ୍ରିମିୟମ ୯୨ ପଇସା ଥିଲା ଯାହା ସରକାର ନିଜେ ଦେଇଥିଲେ । ଏହା ପରେ ଅଗଷ୍ଟ ମାସରେ ଏହାକୁ ୪୨ ପଇସାକୁ ବୃଦ୍ଧି କରାଯାଇଥିଲା ଏବଂ ପରେ ଏହାକୁ ୩୫ ପଇସାକୁ ହ୍ରାସ କରାଯାଇଥିଲା ।

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
irctc-indian-railway-insurance-benefit-will-not-be-available-on-half-ticket-big-change-rules-of-train-travel-with-children-now | Argus News