|
logo
Live

Argus News - IRCTCର ନୂଆ ଫିଚର୍; ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ବି ମିଳିବ ନିଶ୍ଚିତ ଟିକେଟ୍

National

No More Ticket Loss / IRCTCର ନୂଆ ଫିଚର୍; ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ବି ମିଳିବ ନିଶ୍ଚିତ ଟିକେଟ୍

Sushanta Sahoo
Browse all articles by Sushanta Sahoo
·3 hours ago·2 min read
IRCTCର ନୂଆ ଫିଚର୍; ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ବି ମିଳିବ ନିଶ୍ଚିତ ଟିକେଟ୍
Good News for Train Travelers

Key Points

ଆଇଆରସିଟିସି ଆପ୍‌ରେ ଯୋଡ଼ିଛି ନୂଆ ଫିଚର । ଯାହାର ନାଁ ହେଉଛି Resume/Retry Booking । ଏହି ଫିଚର୍‌ରେ ଆପଣ ଯେଉଁଠି ଅଟକି ଥିଲେ, ସେଇଠୁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରି ପାରିବେ ।
ନୂଆଦିଲ୍ଲୀ: ଟ୍ରେନ୍ ଟିକେଟ୍ ବୁକିଂ ବେଳେ ପେମେଣ୍ଟ ଫେଲ୍ ହେବା ଏକ ସାଧାରଣ ସମସ୍ୟା । ଯେଉଁଥିପାଇଁ ଲକ୍ଷାଧିକ ଯାତ୍ରୀ ସମସ୍ୟାରେ ପଡ଼ିଥାନ୍ତି । ଅନେକ ସମୟରେ ଆକାଉଣ୍ଟରୁ ଟଙ୍କା କଟିଯାଏ ହେଲେ କନଫର୍ମ ଟିକେଟ୍ ମିଳେ ନାହିଁ । ଫଳରେ ଯାତ୍ରୀଙ୍କୁ ପୁଣି ଥରେ ଟିକେଟ୍ ବୁକିଂ କରିବାକୁ ପଡ଼େ ଏବଂ ରିଫଣ୍ଡ ପାଇଁ ଅପେକ୍ଷା ।

ଏବେ ଏହି ସମସ୍ୟାର ସମାଧାନ ଆଣି ଆଇଆରସିଟିସି (IRCTC) ଆପ୍‌ରେ ଯୋଡ଼ିଛି ନୂଆ ଫିଚର । ଯାହାର ନାଁ ହେଉଛି Resume/Retry Booking । ଏହି ଫିଚର ଦ୍ଵାରା ଆପଣଙ୍କ ପେମେଣ୍ଟ ଫେଲ୍ ହେଲେ ବି, ଆପଣଙ୍କୁ ପୁଣି ଥରେ ବୁକିଂ ମୂଳରୁ କରିବା ଆବଶ୍ୟକତା ନାହିଁ ।

ଏଥିସହ ପଢ଼ନ୍ତୁ: ବ୍ୟାଙ୍କ, ପାନ୍ କାର୍ଡ, ରେଳ ଟିକେଟ୍…ଏପ୍ରିଲ୍‌ ୧ରୁ ବଦଳିଯିବ ଏହି ୫ ବଡ଼ ନିୟମ

ନୂଆ ଫିଚରରୁ ଲାଭ

ଅର୍ଥାତ୍ ଆପଣ ଯେଉଁଠି ଅଟକି ଥିଲେ, ସେଇଠୁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରି ପାରିବେ । ପୂର୍ବରୁ ପୁଣି ଥରେ ସମସ୍ତ ତଥ୍ୟ ଭରିବାକୁ ପଡ଼ୁଥିଲା । ଏବେ ନୂଆ ଫିଚର ଫଳରେ ସମୟ ବଞ୍ଚିବ । ବିଶେଷକରି ତତ୍କାଳ ଟିକେଟ କ୍ଷେତ୍ରରେ ସିଟ୍ ମିଳିବାର ସୁଯୋଗ ମିଳିବ ।

କେମିତି କରିବ କାମ ?

ଆପଣ ଆଇଆରସିଟିସିରେ ଟିକେଟ୍ କଲା ବେଳେ ପେମେଣ୍ଟ ବିଫଳ ହେଲେ ଆପଣଙ୍କ ସ୍କ୍ରିନ୍‌ରେ ଅଣିକି Retry କିମ୍ବା Resume ବିକଳ୍ପ ଦେଖାଯିବ । ଉକ୍ତ ବିକଳ୍ପରେ କ୍ଲିକ୍ କଲେ ଆପଣ ପୁଣି ଥରେ ବୁକିଂ ପ୍ରକ୍ରିୟାକୁ ଯାଇ ପେମେଣ୍ଟ କରିପାରିବେ ।

ଏଥିସହ ପଢ଼ନ୍ତୁ: ରେଳବାଇ ନୂଆ ନିୟମ: ଟ୍ରେନ୍ ଛାଡିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ମିଳିବନି ଟଙ୍କା ଫେରସ୍ତ

ସମୟ ସହ ବଞ୍ଚିବ ଟଙ୍କା

ଏହି ଫିଚର୍‌ର ବଡ଼ ଲାଭ ହେଉଛି, ଯଦି ଆପଣଙ୍କ ଟଙ୍କା କଟିଲା ଆଉ ଟିକେଟ୍ ବୁକିଂ ହେଲା ନାହିଁ । ତାହେଲେ ତା ବେକାର ଯିବନି । ପୂର୍ବରୁ ଟଙ୍କା କଟିବା ପରେ ଟିକେଟ୍ ବୁକିଂ ଅସଫଳ ହେବା ସହ ରିଫଣ୍ଡ ପାଇଁ ସମୟ ଲାଗୁଥିଲା । ଏଣିକି ଉକ୍ତ ଟଙ୍କାରେ ତୁରନ୍ତ ବୁକିଂ କରିପାରିବେ ।

IRCTCର ନୂଆ ଫିଚର ଉଭୟ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍‌ ଉଭୟରେ ଉପଲବ୍ଧ ହେବ । IRCTC iPay ବ୍ୟବହାର କରି ୟୁଜର୍ସ ଏହି ସୁବିଧାର ଲାଭ ନେଇ ପାରିବେ । ଯେଉଁଠି ୟୁପିଆଇ, ନେଟ୍ ବ୍ୟାଙ୍କିଂ ସହ ଅନ୍ୟ ପେମେଣ୍ଟ ବିକଳ୍ପ ରହିଛି । ଏହି ସୁବିଧାର ଲାଭ ତତ୍କାଳ ବୁକିଂ ବେଳେ ମଧ୍ୟ ନିଆଯାଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No More Ticket Loss: IRCTCର ନୂଆ ଫିଚର୍; ଟ୍ରାଞ୍ଜାକ୍ସନ୍ ଫେଲ୍ ହେଲେ ବି ମିଳିବ ନିଶ୍ଚିତ ଟିକେଟ୍ | Argus News