ରାଜନୀତିରେ ଏଣ୍ଟ୍ରି କରିବେ ସ୍ୱରା...
·2 years ago

ଅର୍ଗସ ବ୍ୟୁରୋ: କଂଗ୍ରେସରେ ମିଶିବେ ଅଭିନେତ୍ରୀ ସ୍ୱରା ଭାସ୍କର। ଏଭଳି ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚା ଏଥିପାଇଁ ଧରିଛି କି, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା। ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ରାଜନୀତିକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ସ୍ୱରା ବର୍ତ୍ତମାନ କଂଗ୍ରେସରେ ସାମିଲ ହେବେ ବୋଲି ସୂତ୍ରରୁ ଜଣାପଡିଛି ।
ସେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସ୍ୱରା ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ବିଚାର କରିବ। ତେବେ ଆଗାମୀ ଦିନରେ କଂଗ୍ରେସ ଅଭିନେତ୍ରୀଙ୍କୁ ପ୍ରାର୍ଥୀତ୍ୱ ନେଇ ଟିକେଟ୍ ଦେଉଛନ୍ତି କି ନାଇଁ ଜଣାପଡିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: