Videos
|
National

ବାଦାମ ଚୋପା ଖାଅନ୍ତୁ ମିଳିବ ଏହି ଲାଭ  

Manini Pattanayak
Browse all articles by Manini Pattanayak
·2 years ago·2 min read
ବାଦାମ ଚୋପା ଖାଅନ୍ତୁ ମିଳିବ ଏହି ଲାଭ  

 ନୂଆଦିଲ୍ଲୀ: ରାତିରେ ଭିଜାଇ ସକାଳେ  ଆଲମଣ୍ଡକୁ ଖାଇବା ବହୁତ  ଲାଭ ଦାୟକ ହୋଇଥାଏ। ଏହା ଆମେ ସମସ୍ତେ ଜାଣିଥାଉ । କିନ୍ତୁ ଏହା ଜାଣିନଥିବେ ଯେ ଆଲମଣ୍ଡର ଚୋପା କେତେ ଉପକାରୀ..  ଆମେ ବାଦାମ ଖାଇଲା ବେଳେ  ତାର ଚୋପା ଛଡାଇ ଫିଙ୍ଗି ଦେଇ ବାଦାମ ଖାଇଦେଇଥାଉ.. କାରଣ ଏହା ଏକ ପାରମ୍ପରିକ ଧାରା।  ତେବେ ଯଦି ଆପଣ ବାଦାମର ଚୋପା  ଉପକାରିତା ବିଷୟରେ ଜାଣିବେ  ତେବେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ ।  ବାଦାମରେ ଯେତିକି  ପୋଷକ ତତ୍ତ୍ୱ ରହିଥାଏ  ତାର ଚୋପାରେ ମଧ୍ୟ ସେତିକି ପୋଷକ ତତ୍ତ୍ୱ ମହଜୁଦ୍‌ ଥାଏ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,  ବାଦାମ ଚୋପାରେ ଭିଟାମିନ୍‌,  ମିନେରାଲ ଏବଂ  ଆଣ୍ଟିଆକ୍ସିଡେଣ୍ଟ  ଭରପୁର ରହିଥାଏ।  ଯାହା ସ୍ୱାସ୍ଥ୍ୟ , ଚେହେରା ଏବଂ ଚୁଟି  ପାଇଁ ବହୁତ ଭଲ ହୋଇଥାଏ।  ତେଣୁ ଏହି ବାଦାମ ଚୋପାକୁ ନ ଫିଙ୍ଗି  ଏହାକୁ ବ୍ୟବହାର କରନ୍ତୁ  ଆଉ ଏହାର ପ୍ରଚୁର ଲାଭ ପାଆନ୍ତୁ। 

ହେଲ୍‌ଥ ଏକ୍ସପୋର୍ଟଙ୍କ କହିବାନୁଯାୟୀ, ବାଦାମକୁ ନ ଛାଡାଇ ଖାାଇବା ସ୍ୱାସ୍ଥ୍ୟପାଇଁ  ବହୁତ ଭଲ  ହୋଇଥାଏ।  ଆସନ୍ତୁ ଜାଣିବା  ଭିଜା ହୋଇଥିବା ବାଦାମ ଚୋପାରୁ କଣ ମିଳେ ଲାଭ ?
 କୋଷ୍ଠକାଠିନ୍ୟ ସମସ୍ୟା କରେ ଦୂର:

ବାଦାମର ଚୋପାରେ ଫାଇଭର ଭରପୁର ରହିଥାଏ।  ଏହା ଶରୀରରେ ଭଲ ବ୍ୟାକ୍ଟେରିଆକୁ ସୃଷ୍ଟି କରିଥାଏ।  ତେବେ  ଶୁ୍ଖିଲା ବାଦାମର ଚୋପାକୁ ଅଳସୀ, ତରଭୁଜ ମଞ୍ଜି ଏବଂ ମିଶ୍ରୀ ସହିତ ମିସାଇ  ଗରମ କ୍ଷୀରରେ  ସେବନ  କରିଲେ  ମଳ ତ୍ୟାଗ ରେ ସମସ୍ୟା  ରୁହେ ନାହିଁ। 
 ବାଦାମ ଚୋପାରୁ ହେୟାରମାସ୍କ..

ଏହି ସହଜ ହେୟାରମାସ୍କକୁ ପ୍ରସ୍ତୁତ କରିବା ପାଇଁ ହାପ୍‌ କପ୍‌ ବାଦାମ ଚୋପା  ନିଅନ୍ତୁ ଏଥିରେ  ଗୋଟିଏ ଅଣ୍ଡା ଏବଂ ଗୋଟିଏ ଚାମଚ  ନଡିଆ ତେଲ, ଦୁଇ ଚାମଚ ଏଲୋଭେରା ଜେଲ ଏବଂ ମହୁ ସହିତ ମିସାନ୍ତୁ।  ଏହାର   ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଆଉ ଏହି ପେଷ୍ଟକୁ  ଚୁଟିରେ ଲଗାନ୍ତୁ । ଦେଖିବେ ଏହା ହେୟାର ସ୍ପା ଭଳି କାମ କରିବ । କାରଣ ଏଥିରେ  ଭିଟାମିନ୍‌ ଇ ର ଗୁଣ  ଭରପୁର ମାତ୍ରାରେ ରହିଥାଏ।   ତେଣୁ ଭୂଲ ରେ ବି  ବାଦାମ ଚୋପାକୁ ଫୋପାଡନ୍ତୁ ନାହିଁ.. ଏହାକୁ  ବିଭିନ୍ନ ଉପାୟରେ ସେବନ କରନ୍ତୁ ଦେଖିବେ   ଏହା ଆପଣଙ୍କ ଶରୀରକୁ କେତେ ଲାଭ ଦେଉଛି..   
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: