Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କ ମସ୍ତକ ବିହୀନ ଫଟୋ ପୋଷ୍ଟ କରି କଂଗ୍ରେସ ଦେଉଛି କି ବାର୍ତ୍ତା ?

Rashmita Mishra
Browse all articles by Rashmita Mishra
·1 year ago·2 min read
ମୋଦିଙ୍କ ମସ୍ତକ ବିହୀନ ଫଟୋ ପୋଷ୍ଟ କରି କଂଗ୍ରେସ ଦେଉଛି କି ବାର୍ତ୍ତା ?

Key Points

ଇସଲାମିକ୍ ଆତଙ୍କବାଦୀ ଓ କଂଗ୍ରେସର ସମାନ ମାନସିକତା !
ମୋଦିଙ୍କ ମସ୍ତକ ବିହୀନ ଫଟୋ ପୋଷ୍ଟ କରି କଂଗ୍ରେସ ଦେଉଛି କି ବାର୍ତ୍ତା ?
ପାକିସ୍ତାନୀ ଅଫିସର ଭାରତୀୟଙ୍କୁ ଇଙ୍ଗିତ କରିଥିଲା `ସର ତନ ସେ ଯୁଦା'
ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବି ଦେଖାଇଲା ସେହି ମାନସିକତା
ପହଲଗାଓଁ ନରସଂହାର ପରଠୁ କଂଗ୍ରେସ ନେତା କହିଆସୁଛନ୍ତି ପାକିସ୍ତାନର ଭାଷା
କଂଗ୍ରେସର ଥିଓରୀ`ଆତଙ୍କବାଦର ଧର୍ମ ନାହିଁ 'ଭାଙ୍ଗୁଛି ବୋଲି ବଢିଛି କି ଚିନ୍ତା ?

ଲଣ୍ଡନ ସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟ ସମର୍ଥକଙ୍କୁ ଏହିଭଳି ଇଙ୍ଗିତ କରିଥିଲେ ପାକିସ୍ତାନର ଜଣେ ସେନା ଅଧିକାରାୀ। ଏ ଇଙ୍ଗିତିର ଅର୍ଥ ଥିଲା ସର ତନ ସେ ଜୁଦା । ଅର୍ଥା ଗଣ୍ଡିରୁ ମୁଣ୍ଡ ଅଲଗା କରିବା। ଯାହା ଇସଲାମିକ୍ ଆତଙ୍କବାଦୀଙ୍କ ଭାଷା। ଏବେ ସେହି ସମାନ ମାନସିକତାର ପ୍ରତିଫଳନ ଦେଖିବାକୁ ମିଳିଛି କଂଗ୍ରେସ ପକ୍ଷରୁ ଏକ୍ସରେ କରାଯାଇଥିବା ପୋଷ୍ଟରେ। ଏଥିରେ ଆଉ କାହାକୁ ନୁହେଁ ଦେଶର ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ ବିହୀନ ଫଟୋ ପୋଷ୍ଟ କରାଯାଇଛି। ବିଜେପି କହିଛି ଏହି ପୋଷ୍ଟ ପ୍ରମାଣିତ କରୁଛି କଂଗେସ ଓ ଇସଲାମିକ୍ ଆତଙ୍କବାଦୀଙ୍କ ମାନସିକତା ସମାନ। ଯେତେବେଳେ ଚାରିଆଡୁ ଏହି ପୋଷ୍ଟକୁ ନେଇ କଂଗ୍ରେସକୁ ଆଟାକ୍ କରାଗଲା। ନିଜକୁ ବଞ୍ଚାଇବାକୁ ଯାଇ ବଡ଼ ଚତୁରତାର ସହ କଂଗ୍ରେସ ଦେଇଛି ସଫେଇ।

ପହଲଗାଓଁ ନରସଂହାର ପରଠୁ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଶାସ୍ତି ଦେବାକୁ ଦିନରାତି ଏକ କରି ଲାଗିଛନ୍ତି ପ୍ରଧାନମନ୍ତ୍ରୀ। ୨୨ ତାରିଖରେ ପହଲଗାଓଁରେ ଇସଲାମିକ୍ ଆତଙ୍କବାଦୀ ରଚିଥିଲେ ବର୍ବର କାଣ୍ତ। ୨୩ରେ ସାଉଦୀ ଆରବ ଗସ୍ତରୁ ଫେରିଥିଲେ ପ୍ରଧାନମନ୍ତ୍ରୀ। ପହଞ୍ଚିବାକ୍ଷଣି ବିମାନ ବନ୍ଦରରେ ହିଁ ଘଟଣାର ସମୀକ୍ଷା କରିଥିଲେ ପିଏମ୍। ସେହିଦିନ ହିଁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଡାକି ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଧାନମନ୍ତ୍ରୀ। ଏହାପର ଦିନ ବିହାରରୁ ପାକିସ୍ତାନ ସହ ପୁରା ବିଶ୍ବକୁ ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ନେଇ ରଖିଥିଲେ ବାର୍ତ୍ତା। ମନକୀ ବାତରେ ବି ଆତଙ୍କବାଦର ମୂଳୋତ୍ପାଟନ ନେଇ ନିଜ ସଂକଳ୍ପ ଦୋହରାଇଥିଲେ ପିଏମ୍।

ପିଏମଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଦିନରାତି ଏକ କରି ପହଲଗାଓଁ ବର୍ବରତାର ପ୍ରତିଶୋଧ ନେବାକୁ ଲାଗିଛନ୍ତି। ସେପଟେ କିନ୍ତୁ କଂଗ୍ରେସର ଜଣଙ୍କ ପରେ ଜଣେ ନେତା ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇଚାଲିଛନ୍ତି ଯାହା ଆତଙ୍କବାଦୀଙ୍କ ସମେତ ପାକିସ୍ତାନକୁ ଖୁବ୍ ସୁହାଉଛି। ପ୍ରଥମେ ଆସିଥିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବୟାନ। ସେ ପାକିସ୍ତାନ ବିରୋଧରେ ଯୁଦ୍ଧ କରାନଯିବା ସପକ୍ଷରେ ଓକିଲାତି କରିବା ସହ ଓଲଟା ଭରତ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ। ଯାହାକୁ ପାକିସ୍ତାନ ମିଡିଆ ବଡ଼ ଅସ୍ତ୍ରଭାବେ ପ୍ରଯୋଗ କରିଥିଲା।

ଏହାପରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କର ଆସିଥିଲା ବୟାନ ଯେଉଁଥିଲେ ସିଏ , ସିନ୍ଧୁ ଜଳ ଚୁକ୍ତି ବାତିଲ ନେଇ ଭାରତ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ। ତାପରେ ଥିଲା ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାରଙ୍କ ପାଳି। ସେ ବି କହିଥିଲେ ପାକିସ୍ତାନର ଭାଷା। ଗୋଟେପଟେ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ସର୍ବଦଳୀୟ ବୈଠକ ପରେ କହିଥିଲେ ଆମେ ଭାରତ ସରକାରଙ୍କ ସହ ଛିଡ଼ା ହୋଇଛୁ ସେପଟେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ପାକିସ୍ତାନ ସପକ୍ଷରେ ଓକିଲାତି କରି ଚାଲିଛନ୍ତି। ଆଉ ସବୁ ଶୁଣି ନୀରବ କଂଗ୍ରେସ ହାଇକମାଣ୍ଡ।

ଏହା କଂଗ୍ରେସର ଦୋମୁହାଁ ଚରିତ୍ରକୁ ଦର୍ଶାଉନିକି ? ଇଏ ହେଉଛି ସେହି କଂଗ୍ରେସ ଯିଏ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ମୁଖ୍ୟଙ୍କ କହିବା ସତ୍ତ୍ବେ ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆଟାକ କରିବାକୁ ଅନୁମତି ଦେଇନଥିଲା। ଇଏ ସେହି କଂଗ୍ରେସ ପାର୍ଟି ଯିଏ ପାକିସ୍ତାନକୁ ମୋଷ୍ଟ ଫେଭର୍ଡ ନେସନର ମାନ୍ୟତା ଦେଇଥିଲା। ଆଉ ଏବେ ଏହି ପୋଷ୍ଟ କଂଗ୍ରେସର ଆତଙ୍କବାଦୀ ମାନସିକତାକୁ ସପୂର୍ଣ୍ଣ ଉଜାଗର କରିଦେଇଛି ବୋଲି ଅଭିଯୋଗ କରିଛି ବିଜେପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
is-congress-sending-a-message-by-posting-a-headless-photo-of-modi | Argus News