Videos
|
National

ଦୁଷ୍କର୍ମ ମାମଲାକୁ ବନ୍ଦ କରିବା ପାଇଁ ବିବାହ କରିବା ଯଥେଷ୍ଟ କି?

Ritu Das
Browse all articles by Ritu Das
·2 years ago·2 min read
ଦୁଷ୍କର୍ମ ମାମଲାକୁ ବନ୍ଦ କରିବା ପାଇଁ ବିବାହ କରିବା ଯଥେଷ୍ଟ କି?

ଅର୍ଗସ ବ୍ୟୁରୋ: ନାଁରେ ଯଦି ଦୁଷ୍କର୍ମ ମାମଲା ଅଛି ତାହାଲେ ବିବାହ କରିଦେଲେ ମାମଲା ବନ୍ଦ ହୁଏ ନା ନାହିଁ। ଚାଲନ୍ତୁ ଏନେଇ ଏକ ବିସ୍ତୃତ କଥା ଜାଣିବା। ଏଭଳି ଏକ ଘଟଣା ଘଟିଥିଲା ରାଜଧାନୀ ଦିଲ୍ଲୀରେ। ଏହି ମାମଲା 40 ବର୍ଷ ପୁରୁଣା, କିନ୍ତୁ ଏହା ଦାଉଦ ବନ୍ଦୁ ଖାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଥିଲା।  1984  ମସିହାରେ ଦାଉଦ ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ନାବାଳିକାଙ୍କ ପ୍ରେମରେ ପଡିଥିଲେ। ତାଙ୍କର ବୟସ 17 ବର୍ଷ ଥିଲା। ସେଥିପାଇଁ ନାବାଳିକାଙ୍କ ମା' ତାଙ୍କ ସମ୍ପର୍କକୁ ଅନୁମୋଦନ ଦେଇ ନ ଥିଲେ। ନାବାଳିକାଙ୍କ ମା' ମୁମ୍ବାଇର ଡିବି ମାର୍ଗ ପୋଲିସ ଷ୍ଟେସନରେ ଦାଉଦ ଖାନଙ୍କ ବିରୋଧରେ ଦୁଷ୍କର୍ମ ଓ ଅପହରଣ ଅଭିଯୋଗ ଆଣିଥିଲେ। ଏନେଇ ଦାଉଦ ଖାନଙ୍କୁ ଗିରଫ କରାଯାଇଥିଲା। ତେବେ ଦାଉଦ ଖାନ କୌଣସି ଭାବେ ଜାମିନ ପାଇବାରେ ସଫଳ ହୋଇଥିଲେ ଏବଂ ଜେଲରୁ ବାହାରିଥିଲେ। ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ସାବାଳିକା ହୋଇଗଲେ, ସେ ତାଙ୍କୁ ବିବାହ କଲେ। ବିବାହ ପରେ ସେ ଆଗ୍ରାକୁ ଚାଲିଗଲେ ଯେଉଁଠାରେ ତାଙ୍କର ଚାରି ସନ୍ତାନ ଥିଲେ।

କିନ୍ତୁ ପ୍ରକୃତ କାହାଣୀ କିଛି ଅଲଗା ଥିଲା। ବର୍ତ୍ତମାନ ମୁମ୍ବାଇ ପୋଲିସ ଗତ 40 ବର୍ଷ ଧରି ଅପହରଣ ଓ ଦୁଷ୍କର୍ମ ମାମଲାରେ ଫେରାର ଥିବା ଦାଉଦ ଖାନଙ୍କୁ ଆଗ୍ରା (ଉତ୍ତରପ୍ରଦେଶ) ରୁ ଗିରଫ କରିଛି। ଜାନୁଆରୀ 2020 ରେ ହାଜର ହେବାରେ ବିଫଳ ହେବା ପରେ ମୁମ୍ବାଇ କୋର୍ଟ ଦାଉଦ ଖାନଙ୍କୁ ପଳାତକ ଘୋଷଣା କରିଥିଲେ। ବର୍ତ୍ତମାନ 70 ବର୍ଷ ବୟସରେ, ଦାଉଦ ବାନ୍ଦୁ ଖାନ ସେହି ସମୟରେ ଏକ ବଡ଼ ଭୁଲ କରିଥିଲେ, ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ସେ ତାଙ୍କ ବିବାହ ଏବଂ ଶାଶୁଙ୍କ ସହ ହୋଇଥିବା ଚୁକ୍ତି ସମ୍ପର୍କରେ ପୋଲିସ ଏବଂ କୋର୍ଟଙ୍କୁ ଜଣାଇ ନ ଥିଲେ ଏବଂ ଆଗ୍ରା ଯାଇଥିଲେ। ବର୍ତ୍ତମାନ ଅଭିଯୁକ୍ତଙ୍କ ପତ୍ନୀ ଏବଂ ଶାଶୁ ଏହି ଦୁନିଆରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ କେହି ନାହାନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟର ସାମ୍ନା କରିବାକୁ ପଡିବ। କିନ୍ତୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ କେହି ଦୁନିଆରେ ହିଁ ନାହାନ୍ତି। 
 

ଆପୋଷ ବୁଝାମଣା ବିଷୟରେ କୋର୍ଟ ଜାଣିବା ଜରୁରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ମିଡିଆ ରିପୋର୍ଟ ଅନୁସାରେ ଦାଉଦଙ୍କ ପ୍ରଥମ ସନ୍ତାନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲା। କିନ୍ତୁ ଏହାପରେ ଉକ୍ତ ଦମ୍ପତି କାହାକୁ କିଛି ନ ଜଣାଇ ଆଗ୍ରା ଚାଲିଯାଇଥିଲେ। ଏବଂ ସେଠାରେ ରହିଗଲେ। ପୋଲିସର ଜଣେ ଅଧିକାରୀ କହିଛନ୍ତି, ଯେ ଆଗ୍ରା ଯିବା ପୂର୍ବରୁ ପୋଲିସ ଏବଂ କୋର୍ଟକୁ ସୂଚନା ଦେବା ଦରକାର ଥିଲା। ଆମ ଭିତରେ ଆପୋଷ ବୁଝାମଣା ହୋଇଯାଇଛି। ସେ ସାବାଳିକା ହେବା ପରେ ହିଁ ଆମେ ଦୁହେଁ ବିବାହ କରିଛୁ। ସେ କାହାକୁ କିଛି ଜଣାଇ ନ ଥିଲେ। କୋର୍ଟ ଉକ୍ତ ମାମଲାକୁ ନେଇ ବାରମ୍ବାର ତାଙ୍କୁ ସମନ କରିବା ସହ ବାରମ୍ବାର ହାଜିର ହେବାକୁ ନୋଟିସ ପଠାଇଥିଲେ। କିନ୍ତୁ ବିଫଳ ହୋଇଥିଲେ। ସେଥିପାଇଁ ୪୦ବର୍ଷ ପରେ ବି ଦାଉଦଙ୍କୁ ଜେଲ ଯିବାକୁ ପଡ଼ିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Is getting married | Argus News