୨୦ ବର୍ଷ ପରେ ଆରତୀଙ୍କ ଠାରୁ ସେହୱାଗଙ୍କ ବିଚ୍ଛେଦ ଖବର ସତ ନା ମିଛ ?

Key Points
ଚର୍ଚ୍ଚାରେ ବୀରେନ୍ଦ୍ର ସେହୱାଗ
ପତ୍ନୀ ଆରତୀଙ୍କ ଠାରୁ ହେଲେ କି ଅଲଗା ?
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବୀରେନ୍ଦ୍ର ସେହୱାଗ । ଛାଡ଼ିଲେ କି ପତ୍ନୀଙ୍କ ହାତ ? ବିବାହର ୨୦ ବର୍ଷ ପରେ ପତ୍ନୀ ଆରତୀଙ୍କ ଠାରୁ ସେହୱାଗ ଅଲଗା ହୋଇଥିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଆଉ ଏହି ଚର୍ଚ୍ଚାର କାରଣ ହେଉଛି ଇନଷ୍ଟାଗ୍ରାମରେ ବୀରେନ୍ଦ୍ର ସେହୱାଗ, ପତ୍ନୀ ଆରତୀଙ୍କୁ ଅନଫଲୋ କରିବା । ଯାହାକୁ ନେଇ ଦୁହେଁ ଛାଡ଼ପତ୍ର ଦେଇଥିବା ଚର୍ଚ୍ଚା ହେଉଛି ।
ତେବେ ଛାଡ଼ପତ୍ର କିମ୍ବା ବିବାହ ବିଚ୍ଛେଦ ନେଇ ବୀରେନ୍ଦ୍ର ସେହୱାଗ କିମ୍ବା ଆରତୀ ଅହ୍ଲାୱତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ୨୦୦୪ରେ ଆରତୀଙ୍କୁ ବିବାହ କରିଥିଲେ ସେହୱାଗ । ଉଭୟଙ୍କ ୨ ପୁଅ ଅଛନ୍ତି । ୨୦୦୭ରେ ଆର୍ଯ୍ୟବୀର ଓ ୨୦୧୦ରେ ବେଦାନ୍ତଙ୍କୁ ଜନ୍ମ ଦେଇଥିଲେ ଆରତୀ ।
ପ୍ରାୟ ୨ ସପ୍ତାହ ତଳେ ବୀରେନ୍ଦ୍ର ସେହୱାଗ ପଲକ୍କଡ଼ର ବିଶ୍ଵ ନାଗୟକ୍ଷୀ ମନ୍ଦିର ଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ସେହୱାଗ । କିନ୍ତୁ ଫଟୋରେ ନଜର ଆସି ନଥିଲେ ଆରତୀ । ଏହାଛଡ଼ା ସେହୱାଗ ୨୦୨୪ ଦୀପାବଳିରେ ପରିବାର ସହ ଶେଷ ଫଟୋ ସେୟାର କରିଥିଲେ । ସେତେବେଳେ ଫଟୋରେ ମାଆ ସହ ପୁଅ ବି ନଜର ଆସିଥିଲେ । ଦେଖା ଯାଇ ନଥିଲେ ଆରତୀ ।
📱 Get Argus News App
✨ଯାହାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଆଲୋଚନା ହେଉଛି ଆରତୀ ଓ ସେହୱାଗଙ୍କ ମଧ୍ୟରେ କୁଆଡ଼େ ପଡ଼ୁନି । ସମ୍ପର୍କରେ ଫାଟ ଆସିଛି । ୨୦୦୪ ଏପ୍ରିଲ ୨୨ରେ ପିଲାବେଳର ସାଙ୍ଗ ଆରତୀ ଅହ୍ଲାୱତଙ୍କୁ ବିବାହ କରିଥିଲେ ବୀରେନ୍ଦ୍ର ସେହୱାଗ । ୭ ବର୍ଷ ବୟସରୁ ଆରମ୍ଭ ୧୭ ବର୍ଷର ବନ୍ଧୁତା ୧୪ ବର୍ଷ ପରେ ମିଳନରେ ପରିଣତ ହୋଇଥିଲା ।
ଆରତୀ-ସେହୱାଗଙ୍କ ସମ୍ପର୍କକୁ ନେଇ ୨୦୦୨ରେ ସେହୱାଗ କହିଥିଲେ, ମୁଁ ମଜ୍ଜାରେ ଆରତୀଙ୍କୁ ପ୍ରପୋଜ କରିଥିଲି । ଆଉ ଆରତୀ ତାହାକୁ ସତ ଭାବି ସଙ୍ଗେ ସଙ୍ଗେ ହଁ ଭରି ଦେଇଥିଲେ । ପ୍ରାୟ ୫ ବର୍ଷ ଧରି ଉଭୟ ଡେଟ୍ କରିବା ପରେ ୨୦୦୪ରେ ଧରିଥିଲେ ପରସ୍ପରର ହାତ । ଆଉ ଏବେ ବିବାହର ୨୦ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି ।