Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?

Rashmita Mishra
Browse all articles by Rashmita Mishra
·1 year ago·3 min read
ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ?

ଅର୍ଗସ ବ୍ୟୁରୋ: କଣ ଆପଣଙ୍କ ହୃଦୟ ଭୟଭୀତ କି ? ଆପଣଙ୍କ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଉଛି କି ? ପ୍ରଶ୍ବାସ ନେବା ବେଳେ ଆପଣଙ୍କୁ କଷ୍ଟ ହେଉଛି କି ? ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି କି ? ଏସବୁ ପ୍ରଶ୍ନର ଉତ୍ତର ଯଦି ହଁ ତାହାହେଲେ ସାବଧାନ ହୋଇଯାଆନ୍ତୁ । କାରଣ ଏସବୁ ଲକ୍ଷଣ ଦୃଦରୋଗର ହୋଇପାରେ । ହୋଇପାରେ ଆପଣ ବି ଦେଶର ସେହି 59 କୋଟି ଲୋକଙ୍କ ଭିତରେ ସାମିଲ ଯେଉଁମାନଙ୍କ ହୃଦୟର ସ୍ବାସ୍ଥ୍ୟ ସନ୍ଦେହ ଘେରରେ । ଏପରି କହି ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ । ସେଚତନ କରିବାକୁ ଚାହୁଁଛୁ । ସେଇଥିପାଇଁ ପ୍ରତିବର୍ଷ 29 ସେପ୍ଟେମ୍ବରକୁ ୱାର୍ଲଡ ହାଟ୍ ଡେ ବା ବିଶ୍ୱ ହୃଦୟ ଦିବସ ଭାବରେ ପାଳନ କରାଯାଉଛି । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହୃଦୟ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା । ବିଶ୍ୱ ହୃଦୟ ଦିବସ ପାଳନ ପ୍ରଥମେ 2000 ମସିହାରେ ଆରମ୍ଭ ହୋଇଥିଲା । ପୂର୍ବରୁ ଏହାକୁ ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ରବିବାର ଦିନ ପାଳନ କରାଯାଉଥିଲା। କିନ୍ତୁ 2014 ମସିହାରେ ଏହାକୁ ଏକ ବିଶେଷ ଦିନ ଅର୍ଥାତ 29 ସେପ୍ଟେମ୍ବରରେ ପାଳନ ପାଇଁ ସ୍ଥିର କରାଯାଇଥିଲା । 

ୱାର୍ଲଡ୍ ହାର୍ଟ ଫେଡେରେସନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ଏକ କୋଟି 86 ଲକ୍ଷ ଲୋକ ହୃଦୟ ସମ୍ବନ୍ଧୀୟ ରୋଗରେ ପ୍ରାଣ ହାରଉଛନ୍ତି । ଏହା ବିଶ୍ବବ୍ୟାପୀ ଲୋକଙ୍କ ମୃତ୍ୟୁର ସବୁଠାରୁ ବଡ କାରଣ ପାଲଟିଛି । ଯେତେବେଳେ ହୃଦୟର ମାଂସପେଶୀକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୁଏ, ସେତେବେଳେ ଜଣେ ବ୍ୟକ୍ତିର ହୃଦଘାତ ହୋଇଥାଏ । ଧୂମପାନ, ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ କିମ୍ବା ମୋଟାପଣ ହୃଦଘାତର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ । ଗତ କିଛି ବର୍ଷ ଭିତରେ, ହୃଦଘାତରେ ପୀଡିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି । ଯେଉଁଥିରେ ଅଧିକାଂଶ ଲୋକ 30 ରୁ 50 ବର୍ଷ ବୟସର । ବିଶ୍ବର ସବୁଠୁ ବଡ଼ ମେଡିକାଲ ଜର୍ଣ୍ଣାଲ ଦ ଲାନସେଟ୍ ର ତଥ୍ୟ ଅନୁଯାୟୀ 1990ରେ ଭାରତରେ 13 ଲକ୍ଷ ଲୋକ ହୃଦ ରୋଗରେ ପ୍ରାଣ ହରାଇଥିଲେ । ଯାହା ଦେଶରେ ସେହିବର୍ଷ ହୋଇଥିବା ମୋଟ୍ ମୃତ୍ୟୁର 13 ପ୍ରତିଶତ ଥିଲା। ତେବେ 2016ରେ ଦେଶରେ 28 ଲକ୍ଷ ଲୋକ ହୃଦରୋଗରେ ପ୍ରାଣ ହରାଇଥିଲେ । ଯାହା ସେହି ବର୍ଷ ହୋଇଥିବା ମୋଟ୍ ମୃତ୍ୟୁର 28 ପ୍ରତିଶତ । ଏହି ତଥ୍ୟ କହୁଛି ସମୟ ସହ ତାଳ ଦେଇ ହୃଦରୋଗୀଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ଆଉ ଏବେଠାରୁ ଯଦି ସଚେତନ ନହେଉଛନ୍ତି ଆଗକୁ ଏହା ଆପଣଙ୍କ ଜୀବନକୁ ସଂକଟରେ ପକାଇପାରେ । 

ବର୍ତ୍ତମାନ କୋରୋନା କାଳରେ ବିଶ୍ବ ହୃଦୟ ଦିବସ ପାଳନର ଗୁରୁତ୍ବ ବୃଦ୍ଧି ପାଇଛି। କାରଣ ମହାମାରୀ ଯୋଗୁଁ ଲୋକଙ୍କଠାରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡାକ୍ତରଙ୍କ କହିବା ହେଲା କରୋନା ମହାମାରୀ ହେତୁ ଲୋକଙ୍କର ଦୈନନ୍ଦିନ କାର୍ଯ୍ୟ, ଓ ଚଳପ୍ରଚଳ ହ୍ରାସ ପାଇଛି ଯେଉଁଥିପାଇଁ ବହୁ ଲୋକ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହେଉଛନ୍ତି । ଏଭଳି ସ୍ଥିତିରେ, ସେମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଏକ ଉନ୍ନତ ଜୀବନଶୈଳୀ ଆପଣାଇବା ଜରୁରୀ । 

ଚଳିତ ବର୍ଷ ବିଶ୍ବ ହୃଦୟ ଦିବସର ଥିମ୍ ରଖାଯାଇଛି "ସଂଯୋଗ କରିବାକୁ ହୃଦୟ ବ୍ୟବହାର କରନ୍ତୁ " । ବିଶ୍ୱ ହୃଦୟ ଦିବସ 2021 ର ଲକ୍ଷ୍ୟ ହେଉଛି ବିଶ୍ବବ୍ୟାପୀ ହୃଦରୋଗର ସଚେତନତା, ପ୍ରତିରୋଧ ଓ ପରିଚାଳନା ପାଇଁ ଡିଜିଟାଲ ସ୍ୱାସ୍ଥ୍ୟର ଶକ୍ତି ବ୍ୟବହାର କରିବା । ୱାର୍ଲ୍ଡ ହାର୍ଟ ଫେଡେରେସନ୍ କହିବା ହେଲା ଯଦି ଲୋକେ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ବିଶୃଙ୍ଖଳିତ ଜୀବନଶୈଳୀକୁ ତ୍ୟାଗ କରିବେ ତାହାହେଲେ 80% ଅକାଳ ମୃତ୍ୟୁକୁ ରୋକାଯାଇପାରିବ । ବ୍ୟୁରୋ ରିପୋର୍ଟ, ଅର୍ଗସ ନ୍ୟୁଜ୍

ଚଳିତ ବର୍ଷ ବିଶ୍ବ ହୃଦୟ ଦିବସର ଥିମ୍ ରଖାଯାଇଛି "ୟୁଜ୍ ହାର୍ଟ ଫର୍ ଆକ୍ସନ"। ବିଶ୍ବର ପ୍ରତିଟି ବାସିନ୍ଦାଙ୍କୁ ନିଜ ହୃଦୟ ପ୍ରତି ସଚେତନ ହେବା ସହ ଏହାକୁ ସୁସ୍ଥ ରଖିବା ଦିଗରେ ସକ୍ରିୟତାର ସହ ପଦକ୍ଷେପ ନେବାକୁ ପ୍ରେରିତ କରିବା ଏହାର ମୂଳ ଲକ୍ଷ୍ୟ। ୱାର୍ଲ୍ଡ ହାର୍ଟ ଫେଡେରେସନ୍ କହିବା ହେଲା ଯଦି ଲୋକେ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ବିଶୃଙ୍ଖଳିତ ଜୀବନଶୈଳୀକୁ ତ୍ୟାଗ କରିବେ ତାହାହେଲେ 80% ଅକାଳ ମୃତ୍ୟୁକୁ ରୋକାଯାଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is your heart rate suddenly increasing? | Argus News