Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କୀଙ୍କୁ ସହଯୋଗ କରିଛି ISI

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଆତଙ୍କୀଙ୍କୁ ସହଯୋଗ କରିଛି ISI

ପହଲଗାମରେ ଆତଙ୍କୀ ଆକ୍ରମଣ କରି ବିଶ୍ବ ଆଗରେ ନିଜକୁ ସଚ୍ଚୋଟ ଦର୍ଶାଉଥିବା ପାକିସ୍ତାନର ଖୋଲିଲା ଅସଲ ମୁଖା। ପହଲଗାମ ଆତଙ୍କୀ ଷଡ଼ଯନ୍ତ୍ରରେ କେବଳ ଆତଙ୍କବାଦୀ ନୁହଁନ୍ତି ପାକିସ୍ତାନର ସୁରକ୍ଷା ଏଜେନ୍ସି କରିଛି ସହଯୋଗ। ଆତଙ୍କବାଦୀ ଆକ୍ରମଣ କରିବା ପୂର୍ବରୁ ବାରମ୍ବାର ତାଙ୍କ ବସ୍‌ଙ୍କ ସହିତ କଥା ହୋଇଛନ୍ତି। ସଂଗ୍ରହ କରାଯାଇଥିବା ସାଟେଲାଇଟ୍ ଫୋନ୍‌ ବିବରଣୀରୁ ଏମିତି କିଛି ପ୍ରମାଣ ମିଳିଛି।


ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିର୍ଦ୍ଦେଶରେ ଲସ୍କର-ଏ-ତୈବା ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭାରତୀୟ ତଦନ୍ତ ଏଜେନ୍ସି ଆକ୍ରମଣରେ ସମ୍ପୃକ୍ତ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛନ୍ତି। ଏଥିରେ ହାସିମ ମୁଷା, ଆଦିଲ ଏବଂ ଏହସାନ ଶେଖ ନାମକ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଓ ତିନି ଜଣ ପାକିସ୍ତାନୀ ଅନ୍ତର୍ଭୁକ୍ତ। କାଶ୍ମୀର ଯୁବକ ଆଦିଲ୍ ୨୦୧୮ରେ ଭିସା ନେଇ କାକିସ୍ତାନ ଯାଇଥିଲା। ଆଉ ସେଠାରୁ ତାଲିମ ନେଇ ଦୁଇ ବର୍ଷ ପୂର୍ବେ ଭାରତକୁ ଅନୁପ୍ରବେଶ କରିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆକ୍ରମଣ ପରେ ଆତଙ୍କବାଦୀ ପହଲଗାମର ୨୫ ରୁ ୩୦ କିଲୋମିଟର ପରିଧି ମଧ୍ୟରେ ଲୁଚି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ମୁକାଳିବାକୁ ଓଭରଗ୍ରାଉଣ୍ଡ ୱାର୍କର ନେଟୱାର୍କ ସହିତ ଯୋଗାଯୋଗ କରାଯାଉଛି। ଏପଟେ ସୁରକ୍ଷାକର୍ମୀ ସେମାନଙ୍କୁ ଜୀବନ୍ତ ଧରିବାକୁ ଉଦ୍ୟମ ଚଳାଇଛନ୍ତି।


ସେମାନଙ୍କୁ ଜୀବନ୍ତ ଧରି ବିଶ୍ବ ଦରବାରରେ ପାକିସ୍ତାନର ମୁଖା ଖୋଲିବାକୁ ପ୍ରୟାସ ଜାରି ରଖିଛି ଭାରତ। ମୁମ୍ବାଇ ଆକ୍ରମଣରେ କସାବକୁ ଧରିବା ପରେ ଯେଉଁଭଳି ଭାବେ ଭାରତ ପାକିସ୍ତାନର କାର୍ଯ୍ୟକଳାପକୁ ବିଶ୍ବ ସାମ୍ନାକୁ ଆଣିଥିଲା ସେହିଭଳି ଏହି ଜହ୍ଲାଦ ମାନଙ୍କୁ ଜୀବନ୍ତ ଧରିବାକୁ ଉଦ୍ୟମ ଚଳାଇଛନ୍ତି ସୁରକ୍ଷା କର୍ମୀ।

Sponsored
ISI involved in terror attack in Pahalgam | Argus News