Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୫ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ, ବିପୁଳ IED ତିଆରି ସାମଗ୍ରୀ ଜବତ

Sushanta Sahoo
Browse all articles by Sushanta Sahoo
·10 months ago·1 min read
୫ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ, ବିପୁଳ IED ତିଆରି ସାମଗ୍ରୀ ଜବତ

Key Points

ଦିଲ୍ଲୀ, ଝାଡ଼ଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୨ ଦିନ ଧରି ଚଢ଼ାଉ ଜାରି ରହିଛି । ଦେଶବ୍ୟାପୀ ଆତଙ୍କୀ ନେଟୱର୍କ ଭାଙ୍ଗିବାକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ ସହ ଝାଡ଼ଖଣ୍ଡ, ତେଲଙ୍ଗାନା ATS ଚଢ଼ାଉରେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ: ପ୍ୟାନ୍ ଇଣ୍ଡିଆ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ । ୫ ସନ୍ଦିଗ୍ଧ ISIS ଆତଙ୍କୀ ଗିରଫ ହେବା ସହ ଦେଶର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର IED ତିଆରି ସାମଗ୍ରୀ ଜବତ ହୋଇଛି । ଗିରଫ ହୋଇଥିବା ISIS ଆତଙ୍କୀ ଅଶହର ଦାନିଶ ଓ କାମରାଜ କୁରେସୀଙ୍କୁ ୧୨ ଦିନିଆ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ ।


ଦିଲ୍ଲୀ, ଝାଡ଼ଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୨ ଦିନ ଧରି ଚଢ଼ାଉ ଜାରି ରହିଛି । ଦେଶବ୍ୟାପୀ ଆତଙ୍କୀ ନେଟୱର୍କ ଭାଙ୍ଗିବାକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ ସହ ଝାଡ଼ଖଣ୍ଡ, ତେଲଙ୍ଗାନା ATS ଚଢ଼ାଉରେ ସାମିଲ ହୋଇଛନ୍ତି । ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଶାର ଦାନିଶ, ସୁଫିୟାନ ଅବୁବକର ଖାନ, ଆଫତାବ ଅନସାରୀ, ହୁଜାଇଫା ଜାମାନ ଓ କମରାନ କୁରେଶୀ । ଏହି ଅଭିଯାନରେ ବହୁ ପରିମାଣରେ ରାସାୟନିକ ପଦାର୍ଥ, ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜ ଜବତ କରାଯାଇଛି । ଯାହାକି ଆଇଇଡି ତିଆରି ପାଇଁ ବ୍ୟବହୃତ ହୋଇଥାଏ ।


ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, କେନ୍ଦ୍ରୀୟ ଏଜେନ୍ସି ଏବଂ ପାଞ୍ଚଟି ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ ସହିତ ମିଳିତ ଅଭିଯାନ ପରେ ଏହି ପାକିସ୍ତାନ-ସମର୍ଥିତ ଆତଙ୍କବାଦୀ ମଡ୍ୟୁଲକୁ ନଷ୍ଟ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ମଡ୍ୟୁଲ ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିଲା ବୋଲି ଜଣାପଡ଼ିଛି । ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଏହି ମଡ୍ୟୁଲ୍ ସୋସିଆଲ ମିଡିଆ ଓ ଏନକ୍ରିପ୍ଟେଡ ମେସେଜିଂ ଆପ୍ସ ମାଧ୍ୟମରେ ଧାର୍ମିକ ବିଭେଦ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲା ।

Sponsored
Pan-India ISIS Terror Module Busted | 5 Suspects Arrested, IED Materials Seized | Argus News | Argus News