ISIS Terrorists Planned To Attack / ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ସାଉଥ୍ ଦିଲ୍ଲୀ, ଦୀପାବଳିରେ କରିଥାନ୍ତେ ବଡ଼ ବ୍ଲାଷ୍ଟ

Key Points
ଗୁଇନ୍ଦା ସୂଚନା ଅନୁଯାୟୀ, ସେମାନେ ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ତାଲିମ ନେଉଥିଲେ।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ISIS-ପ୍ରେରିତ ମଡ୍ୟୁଲ୍ର ପର୍ଦ୍ଦାଫାସ କରିଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏକ ଚଢାଉ ସମୟରେ ଉଭୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା, ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲା। ଜଣେ ଆତଙ୍କବାଦୀଙ୍କୁ ସାଉଥ୍ ଦିଲ୍ଲୀରୁ ଗିରଫ କରାଯାଇଛି।
ଏହି ଦୁଇ ଆତଙ୍କବାଦୀ IED ବିସ୍ଫୋରଣ ଯୋଜନାର ଶେଷ ପର୍ଯ୍ୟାୟରେ ଥିଲେ। ଖବର ଅନୁସାରେ, ସେମାନେ ଆତ୍ମଘାତୀ ଆକ୍ରମଣ ପାଇଁ ତାଲିମ ମଧ୍ୟ ନେଉଥିଲେ। ତେବେ ଏବେ ବି ସ୍ପେସାଲ ସେଲ୍ର ଅପରେସନ୍ ଜାରି ରହିଛି ଏବଂ ଏହି ISIS ମଡ୍ୟୁଲ୍ର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଅନେକ ଗୁଇନ୍ଦା ସଂସ୍ଥା ଏହି କାମରେ ଜୋରସୋରରେ ଲାଗିପଡ଼ିଛନ୍ତି ।
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କୁ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ IED ବିସ୍ଫୋରଣ ପ୍ଲାନ୍ରେ ସମ୍ପୃକ୍ତ ଥିଲେ। ଗୁଇନ୍ଦା ସୂଚନା ଅନୁଯାୟୀ, ସେମାନେ ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ତାଲିମ ନେଉଥିଲେ। ଏହି ISIS ମଡ୍ୟୁଲର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଏକାଧିକ ଗୁଇନ୍ଦା ସଂସ୍ଥା ଲାଗିପଡ଼ିଛନ୍ତି । ସେମାନେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି। ଏମିତିକି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
ଦିଲ୍ଲୀ ପୋଲିସର ଅତିରିକ୍ତ ସିପି ସ୍ପେଶାଲ ସେଲ୍ ପ୍ରମୋଦ କୁଶୱାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଦୁଇ ଜଣ ISIS କର୍ମୀଙ୍କୁ ଗିରଫ କରାଯାଇଛି। ସେମାନେ ଏକ ଘଣ୍ଟାରୁ ଟାଇମ ବମ୍ ତିଆରି କରିବାକୁ ଚେଷ୍ଟା କରୁଥିଲେ। ସେମାନେ ଏକ IED ମଧ୍ୟ ତିଆରି କରିବାକୁ ଚେଷ୍ଟା ଚଳାଇଥିଲେ। ଦିଲ୍ଲୀରେ ଏକ ରେକି କରାଯାଇଥିଲା। ସାଉଥ ଦିଲ୍ଲୀର ଏକ ପ୍ରମୁଖ ମଲ୍ରେ ମଧ୍ୟ ଯାଞ୍ଚ କରାଯାଇଥିଲା।
ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ପାଖରୁ ଏକ ଲାପଟପ୍ ଏବଂ ଫୋନ୍ ଜବତ କରାଯାଇଛି ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ । ସେ ଆହୁରି କହିଛନ୍ତି ଯେ ଉଦ୍ଧାର ହୋଇଥିବା ଗ୍ୟାଜେଟ୍ଗୁଡ଼ିକରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଦାୟ କରାଯାଇଛି। ଯାହାକି ଖୁବ୍ ଭୟଙ୍କର ଥିଲା । ଦିଲ୍ଲୀରେ ଦୀପାବଳି ସମୟରେ ସେମାନେ ଏକ ବଡ଼ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ । ଏକ ଘଣ୍ଟା ଉଦ୍ଧାର କରାଯାଇଛି, ଯାହାକୁ ସେ ଟାଇମ ବମ ତିଆରି କରି ବ୍ୟବହାର କରିବା ପାଇଁ ଯୋଜନା କରିଥିଲେ ।
📱 Get Argus News App
✨Related Topics
Explore more stories