Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଇସ୍କନର ମନମାନି: ଆସନ୍ତାକାଲି ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା

Ritu Das
Browse all articles by Ritu Das
·1 year ago·1 min read
ପୁଣି ଇସ୍କନର ମନମାନି: ଆସନ୍ତାକାଲି ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା

Key Points

ପୁଣି ଇସ୍କନର ମନମାନି । ଆସନ୍ତାକାଲି ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା।

ପୁଣି ଇସ୍କନର ମନମାନି । ଆସନ୍ତାକାଲି ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା। ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି । ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ। ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି l


ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ସେବାୟତ ମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏପରିକି ବଲଭଦ୍ରଙ୍କ ବାଡ଼ଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବାବେଳେ ରଥଯାତ୍ରା ବନ୍ଦ କରିବା ନେଇ ସରକାର ପଦକ୍ଷେପ ନେବାକୁ ମତ ରଖିଛନ୍ତି l ସେପଟେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ସରକାର ଆଇନର ଆଶ୍ରୟ ନେବାକୁ କହିଛନ୍ତି ଛାମୁଖୁଣ୍ଟିଆ ନିଯୋଗର ସମ୍ପାଦକ ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
iskcons-manmani-again-adinia-rath-yatra-to-be-held-tomorrow | Argus News