Videos
|
National

ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ 

Manini Pattanayak
Browse all articles by Manini Pattanayak
·2 years ago
ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ 

ନୂଆଦିଲ୍ଲୀ:  ରବିବାର ଦକ୍ଷିଣ ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅନେକ ସିରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ଗାଜାରେ ଇସ୍ରାଏଲ ହମାସ ଜୁଦ୍ଧରେ ହମାସଙ୍କୁ ସମର୍ଥନ କରୁଥିବାରୁ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି ।

ଇସ୍ରାଏଲ୍ ଗତ ପାଞ୍ଚ ମାସ ମଧ୍ୟରେ ହିଜବୁଲ ଶିବିର ଉପରେ ୪୫୦୦ ଏୟାର ଷ୍ଟ୍ରାଇକ୍ କରିଛି, ସେଥିମଧ୍ୟରୁ ଅଧିକାଂଶ ଲେବାନନରେ ଥିବାବେଳେ କିଛି ସିରିଆରେ ରହିଛି। ଗାଜାରେ ଏପର୍ଯ୍ୟନ୍ତ ଯୁଦ୍ଧରେ ନିହତ ହୋଇଥିବା ଲୋକଙ୍କ ସଂଖ୍ୟା ୩୧,୫୫୩କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଦୁଇ ହମାସ ନେତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: