Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍ଣ୍ଣାଟକରେ ଜଘନ୍ୟକାଣ୍ଡ ! ବୁଲୁଥିବା ବେଳେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
କର୍ଣ୍ଣାଟକରେ ଜଘନ୍ୟକାଣ୍ଡ ! ବୁଲୁଥିବା ବେଳେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ

କର୍ଣ୍ଣାଟକରେ ଜଘନ୍ୟକାଣ୍ଡ । ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସେ ଇସ୍ରାଏଲର ନାଗରିକ ଥିବା ସୂଚନା ମିଳିଛି । ତାଙ୍କ ସହ ଥିବା ଅନ୍ୟ ତିନି ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ପାଣିକୁ ଠେଲି ଦେଇଥିଲେ । ଏଥିରେ ଓଡିଶାର ବିବାଶଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଆମେରିକାର ଡାନିଏଲ ଓ ମହାରାଷ୍ଟ୍ରର ପଙ୍କଜ କୌଣସି ମତେ ପହଁରି କୂଳରେ ପହଞ୍ଚିଥିଲେ । କୋପାଲ କେନାଲ ନିକଟରେ ସେମାନେ ବୁଲୁଥିବାବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ଚିକିତ୍ସା କରାଯାଉଛି । ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଳିସ ପକ୍ଷରୁ କୁହାଯାଇଛି । । ୬ଟି ଟିମ୍ ବିଭିନ୍ନ ସ୍ଥାନର ଚଢଉ କରୁଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ରାତିରେ କୋଲପାଲର ତୁଙ୍ଗଭଦ୍ରା ନଦୀ କୂଳ ଅଞ୍ଚଳକୁ କିଛି ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ପୁରୁଷଙ୍କ ମଧ୍ୟରେ ଆମେରିକାର ଡାନିଏଲ, ମହାରାଷ୍ଟ୍ରର ପଙ୍କଜ ଏବଂ ଓଡ଼ିଶାର ବିବାଶ ନାମକ ଯୁବକ ରହିଥିଲେ। ଅନ୍ୟ ୨ ମହିଳାଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକ ଏବଂ ଅନ୍ୟ ଜଣେ ଇସ୍ରାଏଲର ଥିଲେ।

ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ପ୍ରଥମେ ପେଟ୍ରୋଲ ମାଗିଥିଲେ। ଏହା ପରେ ୧୦୦ ଟଙ୍କା ଲେଖାଏ ମାଗିଥିଲେ। ପର୍ଯ୍ୟଟକମା​ନେ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଡାନିଏଲ, ପଙ୍କଜ ଏବଂ ବିବାଶଙ୍କୁ ପାଖରେ ଯାଇଥିବା ଏକ କେନାଲ ମଧ୍ୟକୁ ଠେଲି ଦେଇଥିଲେ। ଏହା ପରେ ସେମାନେ ଦୁଇ ମହିଳାଙ୍କୁ ମାଡ଼ ମାରିବା ସହିତ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଡାନିଏଲ ଏବଂ ପଙ୍କଜ କୌଣସିମତେ ପହଁରି ପହଁରି ପାଣିରୁ ବାହାରି ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored