Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବନାନ ଉପରେ ଇସ୍ରାଏଲର ଜୋରଦାର ହମାଲା

National

ଲେବନାନ ଉପରେ ଇସ୍ରାଏଲର ଜୋରଦାର ହମାଲା

Manini Pattanayak
Browse all articles by Manini Pattanayak
·1 year ago·2 min read
ଲେବନାନ ଉପରେ ଇସ୍ରାଏଲର ଜୋରଦାର ହମାଲା

ନୂଆଦିଲ୍ଲୀ:  ଲେବନାନ ଉପରେ ଇସ୍ରାଏଲର ଜୋରଦାର ହମଲା । ହିଜବୁଲ୍ଲାର ଠିକଣା ଉପରେ ଇସ୍ରାଏଲର କଡ଼ା ପ୍ରହାର । ଇରାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଆକ୍ରମଣ ଲାଗି ଇରାନକୁ ଭୋଗିବାକୁ ପଡ଼ିବ ପରିଣାମ୍ ।  ଲେବାନନ ଉପରେ ଇସ୍ରାଏଲର ଆକ୍ରମାଣ ଜାରି ରହିଛି। ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୮ ଜଣ ସୈନିକଙ୍କ ମୃତ୍ୟୁ ହେବା ପରେ କଡା ପଦକ୍ଷେପ ନେଇଛି ଇସ୍ରାଏଲ। ଆକାଶ ମାର୍ଗରୁ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । କେନ୍ଦ୍ରୀୟ ବେରୁତରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ୬ ଜଣ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟା ଭିତରେ ଇସ୍ରାଏଲର ଆକ୍ରମଣରେ ଲେବାନନର ୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ଜଣ ଆହତ ହୋଇଥିବା ଲେବାନନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଅଂଚଳଗୁଡିକ ହିଜବୁଲ୍ଲାର ଆଡ୍ଠା ଭାବେ ଜଣାଶୁଣା । ଏହି ଅଂଚଳରେ ହିଜବୁଲ୍ଲା ମୁଖ୍ୟ ହାସନ୍ ନାସରୁଲ୍ଲା ରହୁଥିଲା। ଇସ୍ରାଏଲର ଆକ୍ରମଣରେ ଗତ ସପ୍ତାହରେ ହିଜବୁଲ୍ଲା ମୁଖ୍ୟ ନିପାତ ହୋଇଥିଲା। ଗୁରୁବାର ସକାଳେ ବେରୁଟର ବାଚୌରା ଅଞ୍ଚଳରେ ଥିବା ସଂସଦ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ବିଲ୍ଡିଂକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା। ଏହା ହେଉଛି ଲେବନାନ ସରକାରୀ ମୁଖ୍ୟାଳୟକୁ ଟାର୍ଗେଟ୍‌ କରି ଇସ୍ରାଏଲର ସବୁଠୁ ନିକଟତମ ଆକ୍ରମଣ।


 ଗତ ସେପ୍ଟେମ୍ବର ୩୦ରେ ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତା' ପରଠାରୁ ଇସ୍ରାଏଲ ଏହାର ପ୍ରତିଶୋଧ ନେବାରେ ଲାଗିଛି। ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ତାର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲର ଆକ୍ରମଣ ଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାଟି ପୂରା ଧ୍ୱଂସ ହୋଇଯାଇଛି। ଏହାବ୍ୟତୀତ ଦହିୟାହର ଦକ୍ଷିଣ ଉପାନ୍ତରେ ମଧ୍ୟ ତିନୋଟି ମିସାଇଲ୍‌ ମାଡ଼ ହୋଇଛି, ଯେଉଁଠି ଗତ ସପ୍ତାହରେ ହେଜବୁଲ୍ଳା ନେତା ହାସନ ନାସ୍ରଲ୍ଲାଙ୍କୁ ହତ୍ୟା କରାଯାଇଥିଲା। ମିସାଇଲ ମାଡ଼ ପରେ ଏଠାରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।  ଇସ୍ରାଏଲ ଲେବନାନ ଉପରେ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ରକ୍ତମୁଖ୍ୟା ହୋଇପଡ଼ିଛି ଇସ୍ରାଏଲ। ମିସାଇଲ ମାଡ଼ ଯୋଗୁ ଅନେକ ଘର ଦ୍ୱାର ନଷ୍ଟ ହୋଇଛି। ଲେବନାନରେ ପ୍ରାୟ ୧.୨ ମିଲିଅନ ଲୋକ ବସ୍ଥାପିତ ହୋଇଛନ୍ତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israel's heavy attack on Lebanon | Argus News