ବଢିବ ଭାରତୀୟ ସେନାର ସୀମା ନିରୀକ୍ଷଣ କ୍ଷମତା, ଆସନ୍ତାକାଲି ଲଞ୍ଚ ହେବ RISAT-1B

Key Points
ଆସନ୍ତାକାଲି ଲଞ୍ଚ ହେବ ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B
LAC ଏବଂ LOC ସୀମାରେ କଡ଼ା ନଜର ରଖିବାରେ ସକ୍ଷମ ହେବ
ବଢିବ ଭାରତୀୟ ସେନାର ସୀମା ନିରୀକ୍ଷଣ କ୍ଷମତା । ମହାକାଶ କାର୍ଯ୍ୟକ୍ରମର ୧୦୧ତମ ମିଶନ ସହିତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି ଇସ୍ରୋ । ଆସନ୍ତାକାଲି ଲଞ୍ଚ ହେବାକୁ ଯାଉଛି ISROର ସ୍ୱତନ୍ତ୍ର ସ୍ପାଏ ଉପଗ୍ରହ RISAT-1B । ଉପଗ୍ରହ ଲଞ୍ଚ ପୂର୍ବରୁ ଭିଡିଓ ଜାରି କରିଛି ଇସ୍ରୋ । ଉପଗ୍ରହ ଭାରତକୁ ଯୋଗାଇବ ସୁରକ୍ଷାର ଜାଲ, ଆକାଶରୁ ଭାରତର ନିରୀକ୍ଷଣ ଶକ୍ତି ବଢିବ । ଏହା LAC ଏବଂ LOC ସୀମାରେ କଡ଼ା ନଜର ରଖିବାରେ ସକ୍ଷମ ହେବ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।
ଏହି ସାଟେଲାଇଟ୍ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦେଶର କ୍ଷମତା ବୃଦ୍ଧି କରିବ, ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସାହାଯ୍ୟ କରିବ । ଆସନ୍ତାକଲି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ୍ ସେଣ୍ଟରରୁ RISAT-1B ବା EOS-09 ରାଡାର ଇମେଜିଂ ଉପଗ୍ରହକୁ ଉତକ୍ଷେପଣ କରାଯିବ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସାଟେଲାଇଟ ଖରାପ ପାଗ ସମୟରେ ବି ଦିନ ଏବଂ ରାତିରେ ପୃଥିବୀ ପୃଷ୍ଠର ହାଇ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିବ। ଏହାକୁ PSLV-C61 XL ମାଧ୍ୟମରେ ଲଞ୍ଚ କରାଯିବ ।