Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇସ୍ରୋ ପକ୍ଷରୁ ପ୍ରଦର୍ଶିତ ହେଲା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ମଡେଲ

Rashmita Mishra
Browse all articles by Rashmita Mishra
·10 months ago·2 min read
ଇସ୍ରୋ ପକ୍ଷରୁ ପ୍ରଦର୍ଶିତ ହେଲା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ମଡେଲ

Key Points

ସାମ୍ନାକୁ ଆସିଲା BASର ମଡେଲର ଚିତ୍ର
୨୦୨୮ ସୁଦ୍ଧା ପ୍ରେରଣ ହେବ ପ୍ରଥମ ମଡ୍ୟୁଲ
୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ଷ୍ଟେସନର ନିର୍ମାଣ ପାଇଁ ଟାର୍ଗେଟ୍

ଆଜି ବିଶ୍ବ ମହାକାଶ ଦିବସ। ଏ ଅବସରରେ ଇସ୍ରୋ ପକ୍ଷରୁ ଇସ୍ରୋ ପକ୍ଷରୁ ପ୍ରଦର୍ଶିତ ହେଲା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ମଡେଲ। ୨୦୨୮ ସୁଦ୍ଧା ପ୍ରେରଣ ହେବ ପ୍ରଥମ ମଡ୍ୟୁଲ। ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ଷ୍ଟେସନର ନିର୍ମାଣ ପାଇଁ ଟାର୍ଗେଟ୍। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ୱାନର ଓଜନ 10 ଟନ ରହିଛି। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ୪୫୦ କିମି ଉପରେ ଲୋ ଆର୍ଥ ଅର୍ବିଟରେ ନିର୍ମିତ ହେବ।


ସ୍ବଦେଶୀ ଟେକ୍ନୋଲୋଜି, ବୈଜ୍ଞାନିକ ଅନୁସନ୍ଧାନ ଏବଂ ମହାକାଶ ପର୍ଯ୍ୟଟନର ବିକାଶ ଦିଗରେ କାମ କରିବ। ଏହା ସହିତ ଅନ୍ତରୀକ୍ଷ ଷ୍ଟେସନ ନେଇ ବିଶ୍ବ କିଛି ହାତଗଣତି ରାଷ୍ଟ୍ରର ସମକକ୍ଷ ହେବ ଭାରତ। ବର୍ତ୍ତମାନ ମହାକାଶରେ କେବଳ ଦୁଇଟି ଅନ୍ତରୀକ୍ଷ ଷ୍ଟେସନ ରହିଛି। ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଆମେରିକା, ଋଷ, ୟୁରୋପ, ଜାପାନ, କାନାଡା ମିଳିତ ଭାବେ ଚଳାଉଛନ୍ତି। ସେହିପରି ତିୟାଙ୍ଗୋଗ ଅନ୍ତରୀକ୍ଷ ଷ୍ଟେସନକୁ ଚୀନ ଚଳାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି "ଏକ ସମୟ ଥିଲା ଯେତେବେଳେ ଅନ୍ତରିକ୍ଷ ଭଳି ଭବିଷ୍ୟତମୁଖୀ କ୍ଷେତ୍ରଗୁଡ଼ିକ ଦେଶରେ ବହୁତ ନିୟମ ମଧ୍ୟରେ ବାନ୍ଧି ହୋଇ ରହିଥିଲା। ଆମେ ସେହି ଶୃଙ୍ଖଳାଗୁଡ଼ିକୁ ଖୋଲିଦେଲୁ। ଆମେ ଅନ୍ତରିକ୍ଷ ପ୍ରଯୁକ୍ତିରେ ବେସରକାରି କ୍ଷେତ୍ରକୁ ଅନୁମତି ଦେଲୁ, ଏବଂ ଆଜି ଦେଶରେ ୩୫୦ ରୁ ଅଧିକ ଷ୍ଟାର୍ଟଅପ୍‌ଗୁଡ଼ିକ ଅନ୍ତରିକ୍ଷ ପ୍ରଯୁକ୍ତିରେ ନବୀନତା ଓ ଗତିଶୀଳତାର ଇଞ୍ଜିନ୍‌ ଭାବରେ ବିକାଶ ହେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି। ବେସରକାରି କ୍ଷେତ୍ର ଦ୍ୱାରା ତିଆରି ହୋଇଥିବା ପ୍ରଥମ PSLV ରକେଟ୍‌କୁ ଶୀଘ୍ର ଲଞ୍ଚ କରାଯିବ। ମୁଁ ଖୁସି ଅନୁଭବ କରୁଛି ଯେ ଭାରତର ପ୍ରଥମ ବେସରକାରି ଯୋଗାଯୋଗ ଉପଗ୍ରହ ମଧ୍ୟ ତିଆରି ହେଉଛି। ସାର୍ବଜନୀନ-ବେସରକାରି ଭାଗୀଦାରି ମାଧ୍ୟମରେ ପୃଥିବୀ ଅବଲୋକନ ଉପଗ୍ରହମାଳା (Earth Observation Satellite Constellation) ଲଞ୍ଚ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।

ଅଧିକ ପଢନ୍ତୁ ଭାରତ ଖବର...


Sponsored
ISRO Unveils Indian Space Station Model | Argus News | Argus News