Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ପେସ୍ ଏଜେନ୍ସିର 'ନଟି ବଏ' ଇନସାଟ୍ -3DS , ବିଫଳତା ହାର 40%

Smruti Parija
Browse all articles by Smruti Parija
·2 years ago·1 min read
ସ୍ପେସ୍ ଏଜେନ୍ସିର 'ନଟି ବଏ' ଇନସାଟ୍ -3DS , ବିଫଳତା ହାର 40%

ଅର୍ଗସ ବ୍ୟୁରୋ:  ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଆଉ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍ -3DS ଉତକ୍ଷେପଣ କରିବ । ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର 'ନଟି ବଏ' ବୋଲି କୁହାଯାଏ । ଏହି ରକେଟ୍ ଏପର୍ଯ୍ୟନ୍ତ ୧୫ଟି ଲଞ୍ଚରେ ଭାଗ ନେଇଛି, କିନ୍ତୁ ୬ ଥର ସଠିକ୍ ଫଳାଫଳ ଦେଇନାହିଁ । ଅର୍ଥାତ୍ ଏହାର ବିଫଳତା ହାର ୪୦ ପ୍ରତିଶତ । 

ଶେଷ ଥର ପାଇଁ GSLV ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା । ଆଜି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ । ଆଜି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ 'ନଟି ବଏ' । 

ISRO କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ୱତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାଯ୍ୟ କରିବ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ISRO is preparing for another mission after Chandrayaan-3 and Aditya L-1 | Argus News