Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇତିହାସ ରଚିଲା ଇସ୍ରୋ; ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

National

ଇତିହାସ ରଚିଲା ଇସ୍ରୋ; ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

Smruti Parija
Browse all articles by Smruti Parija
·1 year ago·1 min read
ଇତିହାସ ରଚିଲା ଇସ୍ରୋ; ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

Key Points

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ବଡ଼ ସଫଳତା 

ସେଞ୍ଜୁରୀ ମାରିଲା ଇସ୍ରୋ

ଅର୍ଗସ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ବଡ଼ ସଫଳତା । 100 ତମ ଉତ୍‌କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ଐତିହାସିକ ଉତକ୍ଷେପଣ ହୋଇଛି । ମହାକାଶ ଯାଇଛି ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଛି ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ସଫଳ ଉତ୍‌କ୍ଷେପଣ ହୋଇଛି ।


ଏନେଇ ISRO ପକ୍ଷରୁ କୁହାଯାଇଛି ଯେ ଏହା କାର୍ଯ୍ୟକାରୀ କରାଯିବା ପରେ ଜଳ, ସ୍ଥଳ, ବାୟୁ, ସାମୁଦ୍ରିକ ନେଭିଗେସନ୍ ଆଦିର ଉପସ୍ଥିତି ସଠିକ ନିରୂପଣ କରିବା ଅଧିକ ସହଜ ହେବ । ଏହାସହ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ସହ ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ୧୯୭୯ ଅଗଷ୍ଟ ୧୦ରେ ପ୍ରଥମ ଥର ପାଇଁ ଶ୍ରୀହରିକୋଟାରୁ ସାଟେଲାଇଟ୍ ଲଞ୍ଚ ଭେଇକିଲ ବା ଏସଲଭିର ଲଞ୍ଚ କରାଯାଇଥିଲା, ଆଉ ଆଜି ଶହେତମ ଉତକ୍ଷେପଣ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

GSLV-F15 ହେଉଛି ଭାରତର ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV)ର 17ତମ ଏବଂ ସ୍ୱଦେଶୀ କ୍ରାୟୋ ପର୍ଯ୍ୟାୟ ସହିତ 11ତମ ଉଡ଼ାଣ । ଏହା ସ୍ୱଦେଶୀ କ୍ରାୟୋଜେନିକ୍ ପର୍ଯ୍ୟାୟ ସହିତ GSLVର 8ମ କାର୍ଯ୍ୟକ୍ଷମ ଉଡ଼ାଣ ।


NVS-02 ହେଉଛି NVS ସିରିଜର ଦ୍ୱିତୀୟ ଉପଗ୍ରହ, ଏବଂ ଭାରତୀୟ ନକ୍ଷତ୍ର ସହିତ ଭାରତର ନାଭିଗେସନ୍ (NavIC)ର ଏକ ଅଂଶ ।

Argus Whatsapp Channel Mobile Top
Sponsored
ISRO marks 100th mission with successful launch of navigation satellite | Argus News