Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO

National

ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO

ଅର୍ଗସ ବ୍ୟୁରୋ:  ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO । ଏଥିପାଇଁ ଖୁବଶୀଘ୍ର ଲଞ୍ଚ ହେବ ମିଶନ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ର ସଫଳତା ପରେ ଏବେ ମହାକାଶ ଗବେଷଣାରେ ଆଉ ପାଦେ ଆଗେଇବାକୁ ଇସ୍ରୋର ଯୋଜନା । ଏଥିପାଇଁ ସରିଲାଣି ପ୍ରସ୍ତୁତି । ଚଳିତ ମାସରେ ହିଁ ଏହି ମିଶନକୁ ଲଞ୍ଚ କରିବାକୁ ଯୋଜନା ରଖିଛି ଇସ୍ରୋ । ତେବେ ଏହି ମିଶନ ଦେଶର ପ୍ରଥମ ଏବଂ ବିଶ୍ବ ଦ୍ବିତୀୟ ଏଭଳି ମିଶନ ହେବାକୁ ଯାଉଛି ଯାହା ବ୍ଲାକହୋଲ୍‌ ସହ ଅନ୍ୟ ମହାକାଶୀୟ ଘଟଣା ବିଷୟରେ ସୂଚନା ସଂଗ୍ରହ କରିବ । ଏପର୍ଯ୍ୟନ୍ତ କେବଳ ନାସା ଏଭଳି ମିଶନ ଲଞ୍ଚ କରିପାରିଛି ।

ଭାରତର ଏହି ମହତ୍ବକାଂକ୍ଷୀ ମିଶନର ନାମ ହେଉଛି ଏକ୍ସ-ରେ ପୋଲାରିମେଟ୍ରୀ । ଏହା ଏକ ପ୍ରକାର ସାଟେଲାଇଟ ଯାହା ଭିନ୍ନ ଭିନ୍ନ ପ୍ରକାରର ମହାକାଶୀୟ ସ୍ରୋତ ବିଷୟରେ ଖୋଜ୍ କରିବ । ଏହା ସହ POLIX ଏବଂ XPECT ନାମକ ଦୁଇଟି ପେଲୋଡ ମଧ୍ୟ ମହାକାଶକୁ ପଠାଯିବ। ପୂର୍ବରୁ ଇସ୍ରୋ ମୁଖ୍ୟ ଏସ ସୋମନାଥ ମଧ୍ୟ ଏନେଇ ସୂଚନା ଦେଇଥିଲେ । ଭାରତର ଏହି ମିଶନ ଖୁବ୍ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ଏହି ମିଶନ ନ୍ୟୁଟନ ଷ୍ଟାର, ଗ୍ୟାଲାକ୍ଟିକ୍ ନାଭିକ, ବ୍ଲାକହୋଲ ଭଳି ରହସ୍ୟରୁ ପରାଦା ହଟାଇବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Isro-Nasa project finds black hole that spins near max possible rate | Argus News