Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISRO Latest News / ନୂଆବର୍ଷରେ ନୂଆ ଇତିହାସ ରଚିବ ଇସ୍ରୋ, ଶ୍ରୀହରିକୋଟାରୁ ଅନ୍ଵେଷା ସାଟେଲାଇଟ୍‌ର ପରୀକ୍ଷା

Ritu Das
Browse all articles by Ritu Das
·6 months ago·2 min read
ନୂଆବର୍ଷରେ ନୂଆ ଇତିହାସ ରଚିବ ଇସ୍ରୋ, ଶ୍ରୀହରିକୋଟାରୁ ଅନ୍ଵେଷା ସାଟେଲାଇଟ୍‌ର ପରୀକ୍ଷା
india

Key Points

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୬ର ନିଜ ପ୍ରଥମ ପ୍ରକ୍ଷେପଣ ସହ ଏକ ନୂଆ ଇତିହାସ ରଚିବାକୁ ଯାଉଛି। ସୋମବାର ପୂର୍ବାହ୍ନ ୧୦ଟା ୧୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି-ସି୬୨ ରକେଟ୍ ପ୍ରକ୍ଷେପଣ କରାଯିବ ।

ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହାକୁ ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ ।

ଅନ୍ୱେଷା ଉପଗ୍ରହ ଜଳବାୟୁ ସ୍ଥିତି ଉପରେ ନଜର ରଖିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର କ୍ଷମତାକୁ ମଜଭୁତ କରିବ। ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍ଏସିରେ ଚୀନ୍ ର ଚାଲବାଜି ଫେଲ୍ ମାରିବ। ତମାମ ଘଟଣା ଉପରେ ଏହା ନଜର ରଖିବ । ଏହି ମିଶନରେ ଇଓଏସ୍-ଏନ୍୧ ସମେତ ଅନ୍ୟ ୧୪ଟି ଉପଗ୍ରହ ମଧ୍ୟ ସାମିଲ ରହିଛି । ତନ୍ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କର ସାଟେଲାଇଟ୍ ଅନ୍ତର୍ଭୁକ୍ତ ।

ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଜରିଆରେ ଏଗୁଡ଼ିକ ପ୍ରକ୍ଷେପଣ ହେବାକୁ ଯାଉଛି । ପିଏସ୍ଏଲଭି-ସି୬୨ ହେଉଛି ପିଏସ୍ଏଲ୍ଭି ରକେଟ୍ର ୬୪ତମ ପ୍ରକ୍ଷେପଣ । ପିଏସ୍ଏଲଭି ଡିଏଲ୍ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍ ସିଙ୍କ୍ରୋନସ୍ ଅର୍ବିଟ୍ (ଏସ୍ଏସ୍ଓ) ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବ । ଏଠାରେ ଇଓଏସ୍-ଏନ୍୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯିବ। ଗୋଟିଏ କେଆଇଡି କ୍ୟାପ୍ସୁଲ୍କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯିବ ।

‘ସୁପର ପାୱାର’ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି । DRDO ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଭୂ-ନିରୀକ୍ଷଣ ଉପଗ୍ରହ EOS N-1 ପ୍ରତିରକ୍ଷା ଗବେଷଣା ସହ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟକ ହେବ । ଅଭିଯାନରେ ୧୮ଟି ସ୍ବଦେଶୀ ଓ ବିଦେଶୀ ଉପଗ୍ରହ ଉତ୍‍କ୍ଷେପଣ କରାଯିବ । ଏହି ସାଟେଲାଇଟ୍‌ରେ ହାଇପରସ୍ପେକ୍ଟ୍ରାଲ୍ ରିମୋଟ୍ ସେନ୍ସିଂ ବା HRS ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ସାଧାରଣ କ୍ୟାମେରା କେବଳ ରଙ୍ଗ ଓ ଆକୃତି ଦେଖିପାରୁଥିବା ବେଳେ ‘ଅନ୍ୱେଷା’ ବସ୍ତୁର ମଲିକ୍ୟୁଲାର ଗଠନ ବା ତାର ପ୍ରକୃତିକୁ ମଧ୍ୟ ଚିହ୍ନଟ କରିପାରିବ।

ଶତ୍ରୁ ପକ୍ଷ ଜଙ୍ଗଲରେ କୌଣସି ଗାଡ଼ି ବା ଟ୍ୟାଙ୍କକୁ ଜାଲ କିମ୍ବା ପତ୍ର ଦ୍ୱାରା ଲୁଚାଇ ରଖିଥିଲେ ଏହି ସାଟେଲାଇଟ୍ ସେହି ଛଳନାକୁ ମଧ୍ୟ ଧରିପାରିବ। ଅନ୍ୱେଷା ଶହ ଶହ ପ୍ରକାରର ଆଲୋକ ତରଙ୍ଗକୁ ବିଶ୍ଳେଷଣ କରି ଜଳ, ମାଟି, ପତ୍ର ଏବଂ କୃତ୍ରିମ ବସ୍ତୁ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଚିହ୍ନଟ କରିଥାଏ। ଇସ୍ରୋର ଏହି ପ୍ରୟାସ ଭାରତର ମହାକାଶ କ୍ଷମତାକୁ ବିଶ୍ୱ ଦରବାରରେ ଆହୁରି ମଜବୁତ କରିବ। 2 ଦିନ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା ସହ ‘ଅନ୍ୱେଷା’ ସାଟେଲାଇଟର ସଫଳ ଲଞ୍ଚିଂ କାମନା କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ISRO to Create New History in New Year with Anvesha Satellite Test from Sriharikota | Argus News