ଅନ୍ତରୀକ୍ଷରେ ଇତିହାସ ରଚିଲା ଇସ୍ରୋ, ବିଶ୍ଵର ଚତୁର୍ଥ ଦେଶ ଭାବେ ଭାରତକୁ ମିଳିଲା ସଫଳତା

Key Points
ଇସ୍ରୋ ରଚିଲା ଇତିହାସ
ଚତୁର୍ଥ ଦେଶ ଭାବେ ଭାରତକୁ ସଫଳତା
ଅର୍ଗସ ବ୍ୟୁରୋ: ଇସ୍ରୋ ରଚିଲା ଇତିହାସ । ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ଦେଶ ଭାବେ ଭାରତ ପାଇଲା ସଫଳତା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଗୁରୁବାର ବଡ଼ ସଫଳତା ମିଳିଛି । ସ୍ପେଡେକ୍ସ ମିଶନରେ ୨ଟି ସାଟେଲାଇଟକୁ ଇସ୍ରୋ ସଫଳତାର ସହ ଡକ୍ କରିବାରେ ସଫଳ ହୋଇଛି ।
ଆମେରିକା, ଋଷ ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ଇସ୍ରୋ ୨ ଥର ଡକିଂ ଲାଗି ପ୍ରୟାସ କରିଥିଲା । କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ଜାନୁଆରୀ ୭ ଓ ୯ ତାରିଖରେ ଏହା ସମ୍ଭବ ହୋଇ ପାରି ନଥିଲା ।
ଜାନୁଆରୀ ୧୨ରେ ଇସ୍ରୋ, ସାଟେଲାଇଟକୁ ୧୫ ମିଟର ଓ ୩ ମିଟର ଦୂରତାକୁ ଆଣିବାରେ ସଫଳ ହୋଇଥିଲା । ଏହା ପରେ ସାଟେଲାଇଟକୁ ସୁରକ୍ଷିତ ଦୂରତାକୁ ନେଇ ତଥ୍ୟ ବିଶ୍ଲେଷଣ ପରେ ଡକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ଇସ୍ରୋ କହିଥିଲା ।
📱 Get Argus News App
✨ଇସ୍ରୋ ଅନୁସାରେ, ଜାନୁଆରୀ ୧୬ ସକାଳେ ଡକିଂ ଏକ୍ସପେରିମେଣ୍ଟ ସଫଳ ହୋଇଛି । ଏହି ମିଶନର ସଫଳତା ଉପରେ ଚନ୍ଦ୍ରୟାନ-୪, ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଭଳି ମିଶନ ପାଇଁ ଗୁରୁତ୍ଵପୂର୍ଣ୍ଣ । ଡିସେମ୍ବର ୩୦ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ରାତି ୧୦ଟାରେ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ମିଶନର ଲଞ୍ଚ ହୋଇଥିଲା । ପିଏସ୍ଏଲଭି-ସି୬୦ ରକେଟ୍ରେ ୨ଟି ମହାକାଶଯାନ ପୃଥିବୀ ପୃଷ୍ଠରୁ ୪୭୦ କିମି ଉପରେ ମୁତୟନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର