Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISRO / ଦେଶର ସବୁଠାରୁ ଓଜନିଆ ଉପଗ୍ରହ CMS-03କୁ ଲଞ୍ଚ କରିବ ISRO

Rashmita Mishra
Browse all articles by Rashmita Mishra
·8 months ago·2 min read
ଦେଶର ସବୁଠାରୁ ଓଜନିଆ ଉପଗ୍ରହ CMS-03କୁ ଲଞ୍ଚ କରିବ ISRO

Key Points

ପୁଣି ମହାକାଶ କ୍ଷେତ୍ରରେ ଇତିହାସ ରଚିବ ଭାରତ
ଦେଶର ସବୁଠାରୁ ଓଜନିଆ ଉପଗ୍ରହ CMS-03କୁ ଉତକ୍ଷେପଣ କରିବ
CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ସାମରିକ ଯୋଗାଯୋଗ ଉପଗ୍ରହ
ଲଞ୍ଚ ଭେଇକିଲ ମାର୍କ 3 (LVM3) ସାହାଯ୍ୟରେ ଉତକ୍ଷେପଣ କରାଯିବ

ଭାରତୀୟ ମହାକାଶ ଗବେଷଣା ସଂଗଠନ ଆସନ୍ତାକାଲି ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବ। CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ସାମରିକ ଯୋଗାଯୋଗ ଉପଗ୍ରହ, ଯାହାକୁ GSAT-7R ମଧ୍ୟ କୁହାଯାଏ ଏବଂ ଏହାକୁ ଦେଶର ସବୁଠାରୁ ଶକ୍ତିଶାଳୀ ଲଞ୍ଚ ଭେଇକିଲ ମାର୍କ 3 (LVM3) ସାହାଯ୍ୟରେ ଉତକ୍ଷେପଣ କରାଯିବ। ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ। ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ISRO ଅନୁସାରେ ନୂତନ ଉପଗ୍ରହ GSAT-7R ବା CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ, ଯାହା ଭାରତୀୟ ସ୍ଥଳଭାଗ ସହିତ ସମୁଦ୍ର ଅଞ୍ଚଳରେ ସେବା ପ୍ରଦାନ କରିବ। CMS-03ର ଓଜନ ପ୍ରାୟ ୪ ହଜାର ୪୦୦ କିଲୋଗ୍ରାମ, ଯାହା ଏହାକୁ ଭାରତରେ ଏପର୍ଯ୍ୟନ୍ତ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଓଜନିଆ ଉପଗ୍ରହ। ଏହି ଉପଗ୍ରହ ନୌସେନାର ଯୁଦ୍ଧ କ୍ଷମତାକୁ ଦ୍ବିଗୁଣିତ କରିବ।

ଏହା ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ନୌସେନା ବିମାନ ମଧ୍ୟରେ ଭଏସ୍, ଭିଡିଓ ଏବଂ ତଥ୍ୟ ପ୍ରସାରଣ ପାଇଁ UHS, S, C ଏବଂ Ku ବ୍ୟାଣ୍ଡ ଭଳି ଅନେକ ଫ୍ରିକ୍ବେନ୍ସିର ବ୍ୟବହାର କରିବ । ଏହି ଉପଗ୍ରହଟି ଉନ୍ନତ କଭରେଜ୍ ଭାରତର ନେଟୱର୍କ-କେନ୍ଦ୍ରିକ ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବ ଏବଂ ନୌସେନାକୁ ସାମୁଦ୍ରିକ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବ।



CMS-03 ଉପଗ୍ରହ କାର୍ଯ୍ୟକ୍ଷମ ହେବା ପରେ ଦେଶର ନାଗରିକ, ରଣନୈତିକ ଏବଂ ସାମୁଦ୍ରିକ ବ୍ୟବହାରକାରୀ ସମସ୍ତେ ଉନ୍ନତ ଯୋଗାଯୋଗ ସେବାରୁ ଉପକୃତ ହେବେ । ଏହି ମିଶନ ଦୂରଦୂରାନ୍ତ ଅଞ୍ଚଳରେ ଭାରତର ଡିଜିଟାଲ ପହଞ୍ଚକୁ ବିସ୍ତାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ମିଶନ ସହିତ LVM3 ରକେଟ୍ ଚନ୍ଦ୍ରଯାନ-3 ପରେ ପୁଣି ଥରେ ମହାକାଶକୁ ସଫଳତାର ସହ ଭାରି ଉପଗ୍ରହ ଉତକ୍ଷେପଣ କରିବାର କ୍ଷମତା ପ୍ରଦର୍ଶନ କରିବ ।

LVM-3 ରକେଟ୍ ସଫଳ ଚନ୍ଦ୍ରଯାନ-3 ମିଶନ ସହିତ ବିଶ୍ବସ୍ତରରେ ଭାରତକୁ ଗର୍ବିତ କରିଥିଲା । ବର୍ତ୍ତମାନ ସେହି ରକେଟ୍ CMS-03 ଉପଗ୍ରହକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି । ଉତକ୍ଷେପଣ ପୂର୍ବରୁ ଇନ୍ଧନ, ଚେକଆଉଟ୍ ଏବଂ ଅନ୍ତିମ ଅଭ୍ୟାସ ଦ୍ରୁତ ଗତିରେ ଚାଲିଛି । ଏହି ଇସ୍ରୋ ମିଶନ କେବଳ ଭାରତର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ନାହିଁ, ବରଂ ଦେଶର ମହାକାଶ କାର୍ଯ୍ୟକ୍ରମକୁ ଏକ ନୂତନ ଦିଗଦର୍ଶନ ଦେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ISRO | ISRO to Launch India’s Heaviest Satellite CMS-03 | Argus News | Argus News