Videos
|
National

ଇସ୍ରୋର ପରବର୍ତ୍ତୀ ମୁଖ୍ୟଭାବେ ଦାୟିତ୍ବ ନେବେ ବୈଜ୍ଞାନିକ ଭି. ନାରାୟଣନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଇସ୍ରୋର ପରବର୍ତ୍ତୀ ମୁଖ୍ୟଭାବେ ଦାୟିତ୍ବ ନେବେ ବୈଜ୍ଞାନିକ ଭି. ନାରାୟଣନ

ଅର୍ଗସ ବ୍ୟୁରୋ :  ଇସ୍ରୋର ପରବର୍ତ୍ତୀ ମୁଖ୍ୟଭାବେ ଦାୟିତ୍ବ ନେବେ ବୈଜ୍ଞାନିକ ଭି. ନାରାୟଣନ । ସେ ଜାନୁଆରୀ ୧୪ରୁ ଦାୟିତ୍ବ ନେବେ । ବୈଜ୍ଞାନିକ ଭି. ନାରାୟଣନ ଇସ୍ରୋର ଲିକୁଇଡ୍ ପ୍ରୋପଲସନ୍ ସିଷ୍ଟମସ ସେଣ୍ଟରର ଏବେ ନିର୍ଦ୍ଦେଶକ ରହିଛନ୍ତି । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ତାଙ୍କ ନାମକୁ ଘୋଷଣା କରିଛି । ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ରହିବ । ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କ ଅବସର ପରେ ସେ ଦାୟିତ୍ବ ନେବେ । ଏଥିସହ ସେ ଭାରତୀୟ ସ୍ପେସ୍ କମିଶନ ର ମଧ୍ୟ ଅଧ୍ୟକ୍ଷ ରହିବେ । ଭି. ନାରାୟଣନଙ୍କ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ରହିଛି ।


ସ୍କୁଲ ଶିକ୍ଷା ଶେଷ ପରେ ସେ କ୍ରାଇୟୋଜେନିକ ଇଂଜିନିୟରିଂରେ ଏମ ଟେକ୍ କରିଥିଲେ । ଏହାପରେ ଆଇଆଇଟି ଖଡପୁରରୁ ଏରୋସ୍ପେସ୍ ଇଂଜିନିୟରିଂରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୨୦୨୨ ଜାନୁଆରୀ ୨୨ରେ ଏସ. ସୋମନାଥ ଇସ୍ରୋର ମୁଖ୍ୟଭାବେ ଦାୟିତ୍ବ ନେଇଥିଲେ। ତାଙ୍କରି ନେତୃତ୍ବରେ ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ରୋଭର ଓହ୍ଲାଇଥିଲା । ଆମେରିକା, ରୁଷିଆ, ଚୀନ ପରେ ଚତୁର୍ଥ ରାଷ୍ଟ୍ରଭାବେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ମାଇଲଖୁଣ୍ଟ ରଚିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ISRO's next Chief Scientist V. Narayanan | Argus News