Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତୃତୀୟ ଥର ପାଇଁ ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ

National

ତୃତୀୟ ଥର ପାଇଁ ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ

Manini Pattanayak
Browse all articles by Manini Pattanayak
·2 years ago·2 min read
ତୃତୀୟ ଥର ପାଇଁ  ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଇସ୍ରୋକୁ ପୁଣି ବଡ଼ ସଫଳତା । ତୃତୀୟ ତଥା ଅନ୍ତିମ ଥର ପାଇଁ ଇସ୍ରୋ ସଫଳତାର ସହିତ RLV LEX-03 ମିଶନକୁ ପାର କରିଛି । ମହାକାଶରୁ ଫେରୁଥିବା ଯାନର ଗତିକୁ ନିୟନ୍ତ୍ରଣ କରିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ଏହା ପରିଚାଳନା କଲା । ପୁଷ୍ପକ ଏହି ମିଶନ, କର୍ଣ୍ଣାଟକର ଚିତ୍ରାଦୂର୍ଗ ଠାରେ ଥିବା ଏରୋନଟିକାଲ୍ ଟେଷ୍ଟ ରେଂଜରେ କରାଯାଇଥିଲା ।  ଏହା ମହାକାଶରୁ ଫେରୁଥିବା ଯାନ ର ଗତିକୁ ନିଯନ୍ତ୍ରଣ କରିବ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ । ପୁଷ୍କକ ବିମାନର ସଫଳ ଲ୍ୟାଣ୍ଡିଂ । 

ଆଗାମୀ ଦିନରେ ମହାକାଶରୁ ଫେରୁଥିବା ଯାନ ପୁଣିଥରେ ବ୍ୟବହାର କରାଯିବ । ଏଥିପାଇଁ ଇସ୍ରୋ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି । ତୃତୀୟ ଥର ପାଇଁ  ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ । ପୂର୍ବରୁ ପୁଷ୍କକ RLV LEXର ପ୍ରଥମ ଓ ଦ୍ବିତୀୟ ଲ୍ୟାଣ୍ଡିଂ ସଫଳ ହୋଇଥିଲେ ମଧ୍ୟ ତୃତୀୟ ମିଶନ ଇସ୍ରୋ ପାଇଁ ବଡ ଚ୍ୟାଲେଂଜ ଥିଲା । ପୂର୍ବ ଦୁଇଟି ମିଶନ ତୁଳନାରେ ଏହି ମିଶନ ବେଳେ ପବନର ବେଗ ଅତ୍ୟଧିକ ରହିଥିଲା । କିନ୍ତୁ ଇସ୍ରୋ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରି କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଏରୋନଟିକାଲ ଟେଷ୍ଟ ରେଂଜରେ ପୁନଃବ୍ୟବହାର ଯୋଗ୍ୟ ଲଂଚ୍ ଯାନ ପୁଷ୍କକର ସଫଳ ଲ୍ୟାଣ୍ଡିଂ କରାଇଥିଲେ । ଇସ୍ରୋ ଦ୍ବାରା ବିକଶିତ ପୁଷ୍ପକ RLV ରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍‌ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି । 

ପୁଷ୍କକ RLV କୁ 4.5 କିଲୋମିଟର ଉଚ୍ଚତାରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ଅବତରଣ କରାଯାଇଥିଲା । ଏହାପରେ ପୁଷ୍କକ ସ୍ବୟଚାଳିତ ପ୍ରକ୍ରିୟାରେ ନିଜର ଗତିପରିବର୍ତ୍ତନ କରି ରନଓ୍ବେକୁ ଛୁଇଁଥିଲା । ଲ୍ୟାଣ୍ଡିଂ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୨୦ କିମି ରହିଥିଲା । ପରେ ଏହା ହ୍ରାସ ପାଇ ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ଖସିଥିଲା । ଧୀରେ ଧୀରେ ପାରାଚୁଟ୍ ବ୍ରେକ୍ ଦ୍ବାରା ରନଓ୍ବେ ଉପରେ ସ୍ଥିର ରହିଥିଲା ପୁଷ୍କକ। ଏହି ମିଶନ ଦ୍ବାରା ଇସ୍ରୋ ମହାକାଶରୁ ଆସୁଥିବା ଯାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମହାକାଶରୁ ଆସୁଥିବା ଯାନ ଗୁଡିକ ଅତି ଅଧିକ ବେଗରେ ପୃଥିବୀ ଆଡକୁ ଆସିଥାନ୍ତି । ସେହି ଯାନଗୁଡିକୁ ନିୟନ୍ତ୍ରିତ କରି ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରିବା ପାଇଁ ଟାର୍ଗେଟ୍ ରଖିଛି ଇସ୍ରୋ । ପୁଷ୍କକର ଏହି ଜଟିଳ ପ୍ରକ୍ରିୟା ସଫଳତାର ସହ ପରୀକ୍ଷା କରାଯାଇଥିବାରୁ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
ISRO's Pushpak lands successfully in another triumph for reusable launch vehicle | Argus News