Videos
|
National

ଗାଁରେ ସମସ୍ତେ ଦୃଷ୍ଟିବାଧିତ କାହିଁକି ? 

Manini Pattanayak
Browse all articles by Manini Pattanayak
·2 years ago·2 min read
ଗାଁରେ ସମସ୍ତେ ଦୃଷ୍ଟିବାଧିତ  କାହିଁକି ? 

ନୂଆଦିଲ୍ଲୀ:  ଆଶ୍ଚର୍ଯ୍ୟ, ଆଚମ୍ବିତ...ଅଭୂତ । ମେକ୍ସିକୋର ଆମେ ଆପଣଙ୍କୁ ସେହି ଗାଁକୁ ନେଇ ଯାଉଛୁ ଯେଉଁଠି ସମସ୍ତେ ଅନ୍ଧ । ଇଏ ଏବେର ଘଟଣା ନୁହେଁ ବରଂ ଶହଶହ ବର୍ଷର । କୁହାଯାଉଛି କି ଇଏ ଏମିତି ଏକ ଗାଁ ଯେଉଁଠାରେ ସମସ୍ତେ ଦୃଷ୍ଟିବାଧିତ । ହେଲେ ସେମାନେ କାହିଁକି ଦୃଷ୍ଟିବାଧିତ ? କେବେଠୁ ଦୃଷ୍ଟିବାଧିତ ସେନେଇ କାହା ପାଖରେ କିଛି ଠୋସ୍‌ ପ୍ରମାଣ ନାହିଁ । ଯାହା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ କୁହାଯାଉଛି ଏହା ପଛରେ ଥିବା କାହାଣୀକୁ ଖୋଜୁଛନ୍ତି ବୈଜ୍ଞାନିକ।  ଦୁନିଆର ରହସ୍ୟମୟୀ  ଜାଗା ମାନଙ୍କ ଭିତରେ ରହିଛି ମେକ୍ସିକୋର ତିଲତେପେକ୍‌  ଗାଁ । ଯେଉଁଠି ସମସ୍ତେ  ଦୃଷ୍ଟିବାଧିତ ।  ଏହି ଗାଁରେ ପିଲାଙ୍କ ଜନ୍ମ ପରେ ପରେ ଏପରି କିଛି ଘଟଣା ଘଟେ ଯାହା ଭୟାନକ କାହାଣୀ କୁହେ ।  ପିଲା ଜନ୍ମ ବେଳେ ଆଖି ସମ୍ପୂର୍ଣ୍ଣ ଠିକ୍‌ ଥାଏ। କିନ୍ତୁ କିଛି ଦିନ ପରେ  ଆଖିର ଜ୍ୟୋତି ଚାଲିଯାଇଥାଏ । ଏହି ଘଟଣା କେବଳ ସେଠିକାର ମଣିଷଙ୍କ ସହ ହୋଇଥାଏ ତାହା ନୁହେଁ ବରଂ ପଶୁଙ୍କ ସହ ବି ହୁଏ । ସେଇଥି ଲାଗି ତ ପୁରା ଅଂଚଳକୁ ଦୃଷ୍ଟିବାଧିତ ଗାଁ ବୋଲି କୁହାଯାଏ ।

ଏହି ଗାଁରେ ସମସ୍ତେ ଦୃଷ୍ଟିୂବାଧିତ କାହିଁକି ?  

ଏହି ଗାଁରେ ବସବାସ କରୁଥିବା ଜନଜାତି ଏହି ଅଭିଶପ୍ତ ଜୀବନ ପାଇଁ ଏକ ବୃକ୍ଷକୁ ଦାୟୀ କରନ୍ତି । ଲାବ୍‌ଜୁଏଲା ନାମକ ଏକ ବୃକ୍ଷକୁ ଦେଖିବା ମାତ୍ରେ  ମଣିଷଙ୍କଠୁ ଆରମ୍ଭ କରି ପଶୁ ପକ୍ଷୀ  ସମସ୍ତେ ଦୃଷ୍ଟି ଶକ୍ତି ହରାନ୍ତି ।  ଏହି ଅଭିଶପ୍ତ ଗଛ ବର୍ଷ ବର୍ଷ ଧରି ଗାଁ ରେ ଦଣ୍ଡାୟମାନ ।  ତେବେ ଏହି କଥା କିଛି ଲୋକ ଖଣ୍ଡନ କରି କହିଥାନ୍ତି ଏହା ଅନ୍ଧବିଶ୍ୱାସ ବୋଲି ।  ଏ ସମ୍ବନ୍ଧରେ  ବିଶେଷଜ୍ଞ ( ଏକ୍ସପର୍ଟସ) କୁହନ୍ତି  ଏହି ଗାଁ ଯେଉଁଠି ଅବସ୍ଥିତ  ସେଠାରେ ବିଷାକ୍ତ ମାଛିମାନେ  ଥାନ୍ତି। ଆଉ ଏହି ମାଛି କାଟିବା ଦ୍ୱାରା  ଲୋକମାନେ ଅନ୍ଧ ହୋଇଯାଇଥାନ୍ତି।  ତିଲତେପେକ୍‌ର ଏହି ଗୁରୁତର ସମସ୍ୟା  ମେକ୍ସିକୋ ସରକାରଙ୍କ ପାଖରେ ପହଞ୍ଚିଥିଲା।  ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ ସରକାର । କିନ୍ତୁ ସରକାର ମଧ୍ୟ କୌଣସି ସଫଳତା ହାସଲ କରିପାରି ନାହାଁନ୍ତି। ସରକାର ଏହି ଜନଜାତିଙ୍କୁ ଅନ୍ୟ ସ୍ଥାନରେ ବସବାସ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ସ୍ଥାନର ଜଳବାୟୁ ସେମାନଙ୍କ ପାଇଁ ଅନୁକୂଳ ନଥିଲା। ବର୍ତ୍ତମାନ  ଏହି ଜନଜାତି ଭାଗ୍ୟକୁ ଆଦରି  ସେହି ଅଭିଶପ୍ତ ଗାଁରେ ପଡି ରହିଛନ୍ତି।  

ଅଧିକ ପଢନ୍ତୁ ଭାରତ ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
It is called 'Village of blind' because every living objects – both human being and animals – lose their vision after staying in it for some time. | Argus News