Sanskrit In Pakistan / ପାକିସ୍ତାନ ସ୍କୁଲରେ ସଂସ୍କୃତ ପାଠ ! ମହାଭାରତ-ରାମାୟଣ-ଗୀତା ପଢ଼ିବେ ଛାତ୍ରଛାତ୍ରୀ

Key Points
ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପାଠ୍ୟକ୍ରମର ଏକ ଅଂଶ ଭାବରେ ପିଲାମାନଙ୍କୁ ଭାରତର ପ୍ରସିଦ୍ଧ ଟେଲିଭିଜନ ଧାରାବାହିକ ମହାଭାରତକୁ ଉର୍ଦ୍ଦୁ ଭାଷାରେ ପରିବେଷଣ କରାଇ ପରିଚିତ କରାଯାଉଛି । ଯାହାକୁ ଦେଖିବା ପରେ ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ସଂସ୍କୃତ ପଢ଼ିବାକୁ ଆଗ୍ରହ ପ୍ରକାଶ ପାଉଛି।
ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାଭାରତ ଏବଂ ଭଗବଦ୍ ଗୀତା ଉପରେ ଆଗାମୀ ପାଠ୍ୟକ୍ରମ ସହିତ ବିସ୍ତାର କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ୧୦-୧୫ ବର୍ଷ ମଧ୍ୟରେ, ଆମେ ଗୀତା ଏବଂ ମହାଭାରତର ପାକିସ୍ତାନ-ଭିତ୍ତିକ ବିଦ୍ୱାନମାନଙ୍କୁ ଦେଖିପାରିବା, ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି। ତେବେ ପାକ୍ ବିଦ୍ବାନ ମାନଙ୍କ ମତ ଅନୁସାରେ ସଂସ୍କୃତ କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ ଜଡ଼ିତ ନୁହେଁ। ଏହା ସମଗ୍ର ଅଞ୍ଚଳକୁ ଯୋଡ଼ୁଥିବା ଭାଷା। ସଂସ୍କୃତ ବ୍ୟାକରଣବିତ୍ ପାଣିନିଙ୍କ ଗ୍ରାମ ପାକିସ୍ତାନରେ ଥିଲା। ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରେ ଏଠାରେ ବହୁତ ଲେଖା ହୋଇଥିଲା। ସଂସ୍କୃତ ଏକ ପର୍ବତ ପରି - ଏକ ସାଂସ୍କୃତିକ ସ୍ମାରକୀ। ଆମେ ଏହାକୁ କାହିଁକି ଶିଖିବା ଉଚିତ୍ ନୁହେଁ ? ଏହା ସମଗ୍ର ଅଞ୍ଚଳର ବନ୍ଧନକାରୀ ଭାଷା।
ତେବେ ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ମଧ୍ୟରୁ ଗୋଟିଏ ଅଛି। ୧୯୩୦ରେ ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ବପୂର୍ଣ୍ଣ ସଂଗ୍ରହ ପାକିସ୍ତାନୀ ବିଦ୍ବାନ JCR ଉଲନରଙ୍କ ଦ୍ୱାରା କରାଯାଇଥିଲା। ହେଲେ ଦେଶ ବିଭାଜନ ହେବା ପରେ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ ସହିତ ଜଡିତ ହୋଇନାହାଁନ୍ତି। କେବଳ ବିଦେଶୀ ଗବେଷକ ଏହାକୁ ବ୍ୟବହାର କରିଆସୁଥିଲେ। ଏବେ ଏହାକୁ ପାକ୍ ରେ ଛାତ୍ରଛାତ୍ରୀ ମାନେ ପଢ଼ିବେ, ବୁଝିବେ ଓ ଭାରତୀୟ ସଂସ୍କତି ବିଷୟରେ ଗଭୀର ଜ୍ଞାନ ପାଇବେ।
ତେବେ ପାକିସ୍ତାନରେ ଏଭଳି ପରିବର୍ତ୍ତନ ଦେଖି ଭାରତରେ ଲୋକେ କହିଲେଣି ଏହା ମୋଦି ଇଫେକ୍ଟ । ପାକିସ୍ତାନକୁ ଭାରତ ଯେଭଳି ବାରମ୍ବାର ଚକ୍ମା ଦେଉଛି, ସେଥିରେ ବାଧ୍ୟ ହୋଇ ଏବେ ଭାରତୀୟଙ୍କ ପନ୍ଥା ଆପଣାଇବାକୁ ଚେେଟା କରୁଛି ପଡ଼ୋଶୀ ଦେଶ । ମୋଦିଙ୍କ ହିନ୍ଦୁତ୍ୱ କ୍ରେଜ୍ ଏବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଭାରତୀୟଙ୍କ ନମସ୍କାର ଏବେ ଅନ୍ୟ ଦେଶମାନେ ମଧ୍ୟ ଗ୍ରହଣ କରିସାରିଲେଣି । ସନାତନ ଧର୍ମ ଓ ଭାରତୀୟ ସଂସ୍କୃତିକୁ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଆଦରୀ ନେଲେଣି ।
📱 Get Argus News App
✨Related Topics
Explore more stories