ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବା ଯୁବପିଢିଙ୍କ ଦାୟିତ୍ୱ: ପ୍ରଧାନମନ୍ତ୍ରୀ

Key Points
ବିକଶିତ ଭାରତ ପାଇଁ ପଡୁଛି ମୁଳଦୂଆ
ଚାକିରି ବାଣ୍ଟିଲେ ମୋଦି ସରକାର
ବିକାଶ ରଥର ସାରଥି ହେଲେ ୫୧ହଜାର ପ୍ରାର୍ଥୀ
ଓଡ଼ିଶାରୁ ୨୬୫ ଜଣଙ୍କୁ ମିଳିଲା ନିଯୁକ୍ତିପତ୍ର
ବିକଶିତ ଭାରତ ଗଠନ ପାଇଁ ପଡ଼ୁଛି ମୁଳଦୂଆ। ବିକାଶ ଯଥରେ ସାମିଲ ହେଉଛନ୍ତି ଯୁବପିଢି । ମୋଦି ସରକାର ନିଯୁକ୍ତିକୁ ଦେଉଛନ୍ତି ପ୍ରାଥମିକତା । ଆଭାସୀ ମାଧ୍ୟମରେ ଯୋଡିହୋଇ ଦେଶର ଆଉ ୫୧ ହଜାର ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଭୁବନେଶ୍ବରେ ଆୟୋଜିତ ହୋଇଛି ୧୫ତମ ନିଯୁକ୍ତି ମେଳା ।
ଭୁବନେଶ୍ବରରେ ୨୬୫ ଜଣ ଓଡିଆଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ମାଲହୋତ୍ରା। ଜିଏସଟି, ଆୟକର, ଆଇଆଇଟି ଭୁବନେଶ୍ଵର, ଏମ୍ସ ଭୁବନେଶ୍ଵର, ଇପିଏଫଓ, ଭାରତୀୟ ଖାଦ୍ୟ ନିଗମ, ଇଏସଆଇସିରେ ନିଯୁକ୍ତି ପାଇଛନ୍ତି ପ୍ରାର୍ଥୀ।
ବିକଶିତ ଭାରତର ଅଭିବୃଦ୍ଧିରେ ସାମିଲ ହୋଇ ନିଜର ଯାତ୍ରା ଆରମ୍ଭ କରିଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାମନ୍ତ୍ରୀ । ବିଗତ ଅଢେଇ ବର୍ଷରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିଛି ନିଯୁକ୍ତି। ଦେଶର ବିକାଶରେ ଯୁବପିଢୀଙ୍କ ଭାଗିଦାରୀକୁ ନିଶ୍ଚିତ କରିଛନ୍ତି କେନ୍ଦ୍ର ସରକାର । ୨୦୧୪ ପୂର୍ବର ସରକାରଙ୍କ ତୁଳନାରେ ମୋଦିଙ୍କ ନେତୃତ୍ବରେ ଦିଆଯାଇଛି ଦେଢଗୁଣା ନିଯୁକ୍ତି ।
ମୋଦି ସରକାରରେ ନିଯୁକ୍ତି କ୍ଷେତ୍ରରେ ହେଉନି ଭ୍ରଷ୍ଟାଚାର। ବିଜ୍ଞାପନ ଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ମିଳିବା ଯାଏ ସମୟସୀମା ନିର୍ଦ୍ଧାରଣ କରି ଦିଆଯାଉଛି ରୋଜଗାର । ନିଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଆଉ କରିବାକୁ ପଡୁନି ଅପେକ୍ଷା।