ଡିପ୍ ଫେକ୍ ସାମାଜିକ ସମସ୍ୟା ସୃଷ୍ଟିକାରୀ ଧର୍ତ୍ତବ୍ୟ ଅପରାଧ- ଅଶ୍ବିନୀ ବୈଷ୍ଣବ

ଅର୍ଗସ ବ୍ୟୁରୋ: ଡିପ୍ ଫେକ୍ ଏବେ ସମାଜ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । ଡିପ୍ ଫେକ୍ ଏକ ସାମାଜିକ ସମସ୍ୟା ସୃଷ୍ଟିକାରୀ ଧର୍ତ୍ତବ୍ୟ ଅପରାଧ । ସୋସିଆଲ ମିଡିଆ ସହ ଡିପ୍ ଫେକ୍ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଆଇଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।
ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି । ମୁଖ୍ୟତଃ ଏହାର 4ଟି ଦିଗ ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଛି । ଆସନ୍ତା 10 ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏହାକୁ ରୋକିବା ପାଇଁ ଖୁବ୍ ଶୀଘ୍ର ନୂଆ ନିୟମ ଅଣାଯିବ । ଡିପ୍ ଫେକ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ ବସିଛି ବୈଠକ ।
ନିକଟରେ ଡିପ୍ ଫେକ ଭିଡିଓର ଶିକାର ହୋଇଥିଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଟ୍ରିନା କୈଫ୍,ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରମୁଖ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କେତେ ଯେ ମାରାତ୍ମକ ହୋଇପାରେ ତାହାର ତାଜା ଚିତ୍ର ଦେଖିବାକୁ ମିଳିଥିଲା ।
ଡିପ ଫେକ୍ ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏଭଳି କରାଯାଇଥାଏ । ଯାହାର ଶିକାର ହୋଇଛନ୍ତି ଲୋକପ୍ରିୟ ସେଲିବ୍ରିଟି ରଶ୍ମିକା ମନ୍ଧାନା । ତେବେ ଏହି ଭିଡିଓର ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ରହିଥିବା ସୂଚନା ମିଳିଛି । କିନ୍ତୁ ଡିପ୍ଫେକ୍ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରହିଛି ।