ତୃତୀୟ ଦିନରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ଚାଲିଛି ଆଇଟି ରେଡ୍

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଟଙ୍କା ପାହାଡ଼ର ଫିଟୁଛି ଗୁମର। ତୃତୀୟ ଦିନରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣା ସମେତ ତାଙ୍କ ସହଯୋଗୀଙ୍କ ମଦ ବ୍ୟବସାୟର ବିଭିନ୍ନ ଠିକଣାରେ ବି ଜାରି ରହିଛି ଆଇଟି ରେଡ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା ଜବତ ହୋଇଛି। ତେବେ ଆୟକର ଫାଙ୍କିବା କଣ ଗୋଟିଏ କାରଣ ନା ଏତେ ସବୁ ଟଙ୍କା ପଛର ସତ ଆଉ କିଛି ସେନେଇ ଖୋଳତାଡ଼ ଜାରି ରହିଛି। ହେଲେ ଏ ସବୁ ଭିତରେ ସନ୍ଦେହ ଘେରକୁ ଆସିଛି ବିଜେଡି ସରକାର ଓ ପ୍ରଶାସନର ଭୂମିକା। ମଦ ବେପାରୀଙ୍କ ସହ ଟିଟିଲାଗଡ଼ ବିଧାୟିକାଙ୍କ ଫଟୋ ଭାଇରାଲ୍ ହୋଇଛି।
ଯାହାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନବାଚୀ। ବିଜେଡି ଛତ୍ରଛାୟାରେ ଓଡ଼ିଶାରେ ଚାଲିଥିଲା କି କଂଗ୍ରେସ ସାଂସଦଙ୍କ ମଦ ସାମ୍ରାଜ୍ୟ। ସନ୍ଦେହ ଘେରକୁ ଆସିଛି ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ନେତା ଯୋଗେଶ ସିଂହଙ୍କ ଭୂମିକା। ତେବେ ଏ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଦାବି ଉଠୁଥିବା ବେଳେ କଂଗ୍ରେସ ସାଂସଦ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ଏ ପର୍ଯ୍ୟନ୍ତ ଜବତ ହେଲାଣି 3 ଶହ କୋଟିରୁ ବି ଅଧିକ ନଗଦ ଟଙ୍କା। ଆୟକର ଫାଙ୍କି ଠୁଳ କରିଥିବା ଟଙ୍କାକୁ ଟ୍ରକରେ ବୋହିନେଇଛନ୍ତି ଆୟକର ଅଧିକାରୀ।
ଅଧିକ ପଢ଼ନ୍ତୁ ଦେଶ ଖବର: