ଲାଗୁଛି ଦିଦିଙ୍କ ନିୟନ୍ତ୍ରଣରେ ଆଉ ପଶ୍ଚିମବଙ୍ଗ ନାହିଁ

ଅର୍ଗସ ବ୍ୟୁରୋ: ଗୋଟିଏ ଦୁଷ୍କର୍ମ ଘଟଣା ସାରା ଦେଶବାସୀଙ୍କୁ ବ୍ୟଥିତ କରିଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳି ନ ଥିବାବେଳେ ଆଜି ପୁଣି ସେହି ପଶ୍ଚିମବଙ୍ଗରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ତାହା ପୁଣି ନାବାଳିକାଙ୍କୁ ଦୁଷ୍କର୍ମ। ଏଠି ପ୍ରଶ୍ନ ଉଠୁଛି ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ କରୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ସତେ ଯେମିତି ତାଙ୍କ ହାତରୁ ଖସି ଯାଇଛି। କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି କାହିଁକି। ଗତ ଅଗଷ୍ଟ ୯ ତାରିଖରେ ସରକାରୀ ଆରଜି ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ସେପଟେ ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବିରୋଧୀ ଦଳର ନେତାମାନେ ମମତା ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି।
ପୁଣି ଏକ ଦୁଷ୍କର୍ମ ଘଟଣା ପ୍ରମାଣିତ କରିଛି ଯେ, କୋଲକାତାରେ ଝିଅ ମାନେ ସୁରକ୍ଷିତ ନୁହନ୍ତି। ହାୱଡା ଜିଲ୍ଲା ହସ୍ପିଟାଲରେ ନିରୀହ ନାବାଳିକା ସହ ଯୌନ ଶୋଷଣ ହୋଇଥିବା ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୮ ଅଗଷ୍ଟରେ ୧୨ ବର୍ଷୀୟ ଏକ ଝିଅର ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ହାୱଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ପୀଡିତାଙ୍କୁ ସିଟି ସ୍କାନ ପାଇଁ ନିଆଯିବା ସମୟରେ ଜଣେ ଟେକ୍ନିସିଆନ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାମଲାର ସୂଚନା ପରେ ହାୱଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
📱 Get Argus News App
✨ଏହା ବ୍ୟତୀତ ନଦୀୟାର କୃଷ୍ଣଗଞ୍ଜରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଅଭିଯୋଗ ରହିଛି ଯେ, ଶିଶୁଟି ଯେତେବେଳେ କିଣାକିଣି ସାରି ଘରକୁ ଫେରୁଥିଲା ସେତିକି ବେଳେ ପଡୋଶୀ ଏହାପରେ ବଗିଚାରେ ତା'ସହ ଦୁଷ୍କର୍ମ କରିଥିଲା। ଏହା ବ୍ୟତୀତ ଅଭିଯୁକ୍ତ ଶିଶୁଙ୍କୁ ଧମକ ଦିଆଯାଇଛି କାହାକୁ ଜଣାଇଲେ ପରିବାର ଲୋକଙ୍କ ସହ ତୁମକୁ ହତ୍ୟା କରାଯିବ। ପଶ୍ଚିମବଙ୍ଗରେ ଏଭଳି ସ୍ଥିତି କଣ ପାଇଁ। ସମାଜ ଏତେ ଆଧୁନିକତାକୁ ଗଲେ ବି କିଛି କଳୁଷିତ ଲୋକଙ୍କ ମାନସିକତା ଏବେ ବି ବଦଳିନି। ଆମ ଆଖପାଖରେ ନିଶ୍ଚିତ ଜଣେ ଦୁଷ୍କର୍ମକାରୀ ସାମିଲ ରହୁଛି। ଏଭଳି ଅପରାଧୀଙ୍କୁ ତୁରନ୍ତ କଠୋର ଦଣ୍ଡ ଦିଆଗଲେ ହିଁ ସମାଜରୁ ଦୁଷ୍କର୍ମ ଘଟଣା ଲୋପ ପାଇବ ନଚେତ ଏହା ଏକ ଯୌନବ୍ୟାଧି ଭଳି ମାଡ଼ିଚାଲିବ।
ଅଧିକ ପଢ଼ନ୍ତୁ ଭାରତ ଖବର