କଲବଲ ହେବ ଜୀବନ

ଚଳିତ ବର୍ଷ ହେବ ଅସହ୍ୟ ଗରମ। ବହିବ ଲୁ। କଲବଲ ହେବ ଜୀବନ। ସବୁ ବର୍ଷର ରେକର୍ଡ ଭାଙ୍ଗିପାରେ ଏବର୍ଷର ତାତି। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ହରିୟାଣା, ପଞ୍ଜାବ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ଉତ୍ତରାଖଣ୍ଡ, ଦିଲ୍ଲୀରେ ଦୁଇଗୁଣା ଅଧିକ ହେବ ଗରମ। ଏମିତି କି ସବୁଠାରୁ ଅଧିକ ଉତ୍ତପ୍ତ ବର୍ଷ କୁହାଯାଉଥିବା ୨୦୨୪ କୁ ବି ପଛରେ ପକାଇପାରେ।
ଗତବର୍ଷ ତଳୁନାରେ ପାରଦ ଏଥର ସମାନ ମାସରେ ୫ ଡିଗ୍ରୀରୁ ଅଧିକ ରହିପାରେ। ୪ ରୁ ୧୦ ଦିନ ପର୍ଯ୍ୟନ୍ତ ଲୁ ବହିବାର ସମ୍ଭାବନା ରହିଛି। ହିଟ୍ ଓ୍ବେବ ଗତ ବର୍ଷ ତୁଳନାରେ ହିଟ୍ ଓ୍ବେବ ଦିନ ଅଧିକ ହେବ।
ଜାଣନ୍ତୁ କାହିଁକି ବଢେ ହିଟ୍ ଓ୍ବେବ-
📱 Get Argus News App
✨ପାଣିପାଗ ବିଭାଗ ବୈଜ୍ଞାନିକଙ୍କ ମତ ଅନୁସାରେ ଏଲ୍ ନିନୋ ପରିସ୍ଥିତି ଗରମ ଦିନ ବୃଦ୍ଧି ପାଇଥାଏ। ପ୍ରଶାନ୍ତ ମହାସାଗରରେ ଅସ୍ୱାଭାବିକ ଉଷ୍ମ ଜଳ ଦ୍ୱାରା ଏଲ୍ ନିନୋ ପରିସ୍ଥିତି ସୃଷ୍ଟି ହୁଏ। ଯାହାଫଳରେ ବର୍ଷା କମିଯାଏ। ଏହା ସହ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏଲ୍ ନିନୋ ପାଇଁ ଦାୟୀ। ଏ ବର୍ଷ ଏଲ୍ ନିନୋ ଜୁନ୍ ମାସ ପର୍ଯ୍ୟନ୍ତ ରହିବ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ ଏବେ ଦେଶର ୮ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ଲାରିଲାଣି। ମାର୍ଚ୍ଚ ଆରମ୍ଭରୁ କିଛି ରାଜ୍ୟରେ ହିଟ୍ ଓ୍ବେବ ପରିସ୍ଥିତି ସୃଷ୍ଟି ହୋଇପାରେ।