Videos
|
National

ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା

Key Points

  • କାଶ୍ମୀରରେ ଶାହଙ୍କ ହୁଙ୍କାର
  • ତିନି ପରିବାରକୁ ଶାସନରୁ ଦୂରେଇ ରଖିବାକୁ ଆହ୍ବାନ
  • ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ପ୍ରଚାର 
  • ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ବର୍ଷରେ ଦୁଇଥର ରାଜ୍ୟବାସୀଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର 

ଅର୍ଗସ ବ୍ୟୁରୋ:  ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍କ ବନାଇଥିବା ଦେଶବିରୋଧୀଙ୍କୁ ଶାସନରୁ ଦୂରେଇ ରଖିବାକୁ ଜମ୍ମୁ କାଶ୍ମୀରବାସୀଙ୍କୁ ଆହ୍ବନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନକୁ ନେଇ ରାଜ୍ୟବାସୀଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ମତଦାନ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ଶାହ । ରଜୌରୀ, ଥାନାମଣ୍ଡି, ସୁରତକୋଟ ଓ ମେଢରରେ ନିର୍ବାଚନ ପ୍ରଚାର କରିବା ସହ ଆତଙ୍କବାଦୀଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ଶାହ । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ କଠୋର ନିଷ୍ପତ୍ତି ଯୋଗୁ ଆଜି ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦିଆଯାଉଛି । ଏଥିପାଇଁ ଉଗ୍ରପନ୍ଥୀଙ୍କୁ ବଳ ଯୋଗାଉଥିବା ପାକିସ୍ତାନ ବି ମୋଦିଙ୍କୁ ଭୟ କରୁଛି ବୋଲି କହିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ।

ଜମ୍ମୁ କାଶ୍ମୀରବାସୀଙ୍କ ଅଧିକାର ରକ୍ଷା ସହ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୋଦି ସରକାର ଦେଉଛନ୍ତି ପ୍ରାଥମିକତା । ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ଇଦ ଓ ମହରମ ଅବସରରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ମୋଦି ସରକାର ରାଜ୍ୟର ମହିଳାଙ୍କୁ ସଂରକ୍ଷଣ ଅଧିକାର ଦେଇଥିବାବେଳେ ଖୁବଶୀଘ୍ର ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଅବହେଳିତ ଓ ପଛୁଆ ବର୍ଗଙ୍କୁ ମଧ୍ୟ ସଂରକ୍ଷଣ ଯୋଗାଇଦେବାକୁ  ରଖିଛନ୍ତି ଲକ୍ଷ୍ୟ । ଯୁବକଙ୍କ ହାତରେ ପଥର ବଦଳରେ ଲାପଟପ୍ ଧରାଇ ରାଜ୍ୟର ନୂଆ ଇତିହାସ ଲେଖିବାରେ ପ୍ରଧାନମନ୍ତ୍ରୀ ମୋଦି ସଫଳ ହୋଇଛନ୍ତି । ଆଗାମୀ ସମୟରେ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାକୁ ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଜମ୍ମୁ କାଶ୍ମୀରରେ ବିକାଶ ବନାମ ତୁଷ୍ଟିକରଣ ରାଜନୀତି ମଧ୍ୟରେ ଜାରି ରହିଛି ଟକ୍କର । ଗତ 18 ତାରିଖରେ 24ଟି ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିଲା ପାଖାପାଖି 60 ପ୍ରତିଶତ ମତଦାନ । ଆସନ୍ତା 25 ତାରିଖରେ 26ଟି ଆସନ ଏବଂ 1 ଅକ୍ଟୋବରରେ ଅବଶିଷ୍ଟ 40 ଆସନରେ ହେବାକୁ ଯାଉଛି ମତଦାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 
 

J&K polls about ending rule of three families, says Amit Shah | Argus News