Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଥା, ରିଲ, ମର୍ଡର ; ଭାଇରାଲ ଭିଡିଓରୁ ମାରିବାର ପ୍ଲାନ, ଏମିତି ଥିଲା ଇନ୍ଦ୍ରକୁମାରଙ୍କ ମୃତ୍ୟୁ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
କଥା, ରିଲ, ମର୍ଡର ; ଭାଇରାଲ ଭିଡିଓରୁ ମାରିବାର ପ୍ଲାନ, ଏମିତି ଥିଲା ଇନ୍ଦ୍ରକୁମାରଙ୍କ ମୃତ୍ୟୁ...

Key Points

ଏହାପରେ ଇନ୍ଦ୍ରକୁମାରଙ୍କ ଜୀବନକୁ ଆସିଥିଲେ ଖୁସି । ଖୁସି ତିୱାରି । ଜଣେ ଅଳ୍ପ ବୟସର ସୁନ୍ଦର ଝିଅ । ଯିଏ ସୋସିଆଲ ମିଡିଆର ରିଲ ଦେଖି ଇନ୍ଦ୍ରକୁମାରଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ଫୋନ ମାଧ୍ୟମରେ । ସେ କହିଥିବା ତାଙ୍କର ଭାଇ କୁଶଲ ଇନ୍ଦ୍ରକୁମାରଙ୍କୁ ଖୁସିର ପ୍ରସ୍ତାବ ଦେଇଥିଲେ ।

କେବଳ ଗୋଟିଏ ଇଚ୍ଛା ନେଇଗଲା ଜୀବନ । ବାବାଙ୍କ ଆଗରେ ନିଜର କେବଳ ଇଚ୍ଛାଟେ ପ୍ରକାଶ କରିଥିଲେ । ଆଉ ନିଜ ବିଷୟରେ କହିଥିଲେ ମାତ୍ର ଗୋଟିଏ ଧାଡି । ହେଲେ ଜାଣିନଥିଲେ , ମାତ୍ର ସେତିକି କଥା ତାଙ୍କ ପାଇଁ କେତେ ବିପଦପୂର୍ଣ୍ଣ ହେବ, ଆଉ ତାଙ୍କ ଜୀବନ ମଧ୍ୟ ଚାଲିଯିବ । ଗୋଟିଏ ଭୁଲ ଯୋଗୁଁ ତାଙ୍କର ଜୀବନ ଚାଲିଗଲା । ଆଉ ସେ ଭୁଲ ଥିଲା ବିବାହ କରିବାର ଇଚ୍ଛା ।

ସୋସିଆଲ ମିଡିଆରେ ନିଜ ବିଷୟରେ ଛୋଟିଆ ତଥ୍ୟ ବି ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଇନ୍ଦ୍ରକୁମାର । ସୋସିଆଲ ମିଡିଆରେ କଥାବାଚକ ଅନିରୁଦ୍ଧ ଆଚାର୍ଯ୍ୟଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି । ଅନେକ ସ୍ଥାନରୁ ଅନେକ ଲୋକ ତାଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇଥାନ୍ତି, ଆଉ ସେ ତାହାର ସମାଧାନ କରିଥାନ୍ତି । ଠିକ ସେମିତି ନିଜର ମନର ଗୋଟେ ଇଚ୍ଛାକୁ ପ୍ରକାଶ କରିବାକୁ ଯାଇଥିଲେ ଜବଲପୁରର ଇନ୍ଦ୍ରକୁମାର ତିୱାରି । ବୟସ ତାଙ୍କୁ ୪୫ ପାଖାପାଖି ହେବ । କିନ୍ତୁ ତାଙ୍କୁ ବିବାହ କରିବାକୁ ଇଚ୍ଛା ଥିଲା । ସେଥିପାଇଁ ସେ ଅନିରୁଦ୍ଧ ଆଚାର୍ଯ୍ୟଙ୍କୁ କହିଥିଲେ, ମୋ ପାଖରେ ୧୮ ଏକର ଜମି ଅଛି, କିନ୍ତୁ ମତେ ବିବାହ କରିବାକୁ କେହି ଝିଅ ମିଳୁନାହାନ୍ତି । ଏକଥା ଶୁଣି ଅନିରୁଦ୍ଧ ଆଚାର୍ଯ୍ୟ ମଧ୍ୟ କହିଥିଲେ, ଆପଣଙ୍କ ପାଖରେ ୧୮ ଏକର ଜମି, କିନ୍ତୁ କୌଣସି ଝିଅକୁ ଆପଣଙ୍କ ଜମି ଦେଖାଯାଉନି । ଏହି ରିଲ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଲା ।

ଆଉ ଏହାପରେ ଇନ୍ଦ୍ରକୁମାରଙ୍କ ଜୀବନକୁ ଆସିଥିଲେ ଖୁସି । ଖୁସି ତିୱାରି । ଜଣେ ଅଳ୍ପ ବୟସର ସୁନ୍ଦର ଝିଅ । ଯିଏ ସୋସିଆଲ ମିଡିଆର ରିଲ ଦେଖି ଇନ୍ଦ୍ରକୁମାରଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ ଫୋନ ମାଧ୍ୟମରେ । ସେ କହିଥିବା ତାଙ୍କର ଭାଇ କୁଶଲ ଇନ୍ଦ୍ରକୁମାରଙ୍କୁ ଖୁସିର ପ୍ରସ୍ତାବ ଦେଇଥିଲେ । ଇନ୍ଦ୍ରକୁମାରଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲେ ଖୁସି । କିଛିଦିନର କଥାବାର୍ତ୍ତା ଖୁବ ଭଲ ଚାଲିଥିଲା । ଆଉ ଶେଷରେ ବିବାହ କରିବାର ଦିନ ଆସିଥିଲା । ଇନ୍ଦ୍ରକୁମାର ନିଜର କିଛି ଜମି ବିକି ଖୁସି ପାଇଁ ଗହଣା ସବୁ କିଣି ପହଞ୍ଚିଥିଲେ ଖୁସି ରହୁଥିବା ସ୍ଥାନ ଉତ୍ତରପ୍ରଦେଶର ଗୋରଖପୁରରେ । ସେଠାରେ ଏକ ହୋଟେଲରେ ଉଭୟଙ୍କର ବିବାହ ହୋଇଥିଲା । ଯାହାର ଫଟୋ ଉଠାଯାଇ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ବିବାହ ପରେ ନିଜ ଗାଁକୁ ଖୁସିକୁ ନେଇଯିବାକୁ ପ୍ରସ୍ତାବ ଦେଇଥିଲେ । ଇନ୍ଦ୍ରକୁମାର । କିନ୍ତୁ ପ୍ରସ୍ତାବରେ ରାଜି ହୋଇନଥିଲେ ଖୁସି । ଆଉ ସେଇଠି ସାମ୍ନାକୁ ଆସିଥିଲା ଖୁସି ଏବଂ କୁଶଲର ଅସଲ ରୂପ ।

ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓରେ କ୍ଲିକ କରନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jabalpur Indrakumar tiwari's murder case | Argus News