Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଲକାତାରେ ଶ୍ରୀମନ୍ଦିର

National

କୋଲକାତାରେ ଶ୍ରୀମନ୍ଦିର

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଲକାତାରେ ଶ୍ରୀମନ୍ଦିର

ଅର୍ଗସ ବ୍ୟୁରୋ:  କୋଲକାତାରେ ଶ୍ରୀ ମନ୍ଦିର । ସେହି ସିଂହ ଦ୍ଵାର, ସେହି ପତିତପାବନ, ସେହି ଅରୁଣ ସ୍ତମ୍ଭ । ସବୁକିଛି ଅବିକଳ ଶ୍ରୀମନ୍ଦିର ପରି । ଆପଣ ଏସବୁ ଦେଖି କିଛି ସମୟ ପାଇଁ ଭ୍ରମରେ ପଡ଼ିଯିବେ, ଆଉ ଭାବୁଥିବା ଏ ପୁରୀ ନୁହଁ ତ । ନା ଏ ଦୃଶ୍ୟ ହେଉଛି କୋଲକାତା ଏକଡାଲିଆ ଏଭରଗ୍ରୀନ ପୂଜା ପେଣ୍ଡାଲର । ମନ୍ଦିର ଭିତରକୁ ଯିବା ମାତ୍ରେ ମାଆଙ୍କ ପ୍ରତିମା ସହ ବିଦ୍ୟମାନ କାଳିଆ ସାଆନ୍ତ । ଯେଉଁ ଆଡେ ଆପଣଙ୍କ ଆଖି ଯିବ ସେପଟେ ଆପଣ ପାଇବେ ସେହି ଭାବ ବିନୋଦିଆକୁ । କୋଲକାତାରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ଅଭିଭୂତ ଶ୍ରଦ୍ଧାଳୁ  ।

କୋଲକାତାରେ ତ ଆପଣ ପୁରୀ ବୁଲି ଆସିଲେ, ଏବେ ଚାଲନ୍ତୁ ଯିବା ମେଟ୍ରୋ ଷ୍ଟେସନକୁ । ଏଠି ଲୋକ ଯିବା ଆସିବା କରିବା ସହ ଲାଗିଛି ଗହଳି ଚହଳି ।  ଫ୍ଲାଟଫର୍ମ ସହ ପାଣି ଭିତରେ ମେଟ୍ରୋ ଚାଲିବାର ଭ୍ରମ ବି ସୃଷ୍ଟି ହେଉଛି । କାରଣ ଏ ମେଟ୍ରୋ ଷ୍ଟେସନ ନୁହଁ । ଏହା ହେଉଛି ଉତ୍ତର କୋଲକାତା ଜଗତ ମୁଖାର୍ଜୀ ପାର୍କ ପୂଜା ପେଣ୍ଡାଲ । ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ପୂର୍ବରୁ କିପରି ଗଙ୍ଗା ନଦୀ ଦୂଷିତ ହେଉଛି ତାହା ଦର୍ଶାଯାଇଛି ଏହି ପେଣ୍ଡାଲରେ । ଯାହାର ଥିମ୍ ରହିଛି-  ପ୍ଲାଟଫର୍ମ ହାୱଡା ମଇଦାନ ।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jagannath temple in kolkata | Argus News