Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ

National

 ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ

ନୂଆଦିଲ୍ଲୀ:   ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ। ଏହି ଲୋକାର୍ପଣ ସମାରୋହକୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦଟନ କରିଥିଲେ । ଜଗନ୍ନାଥ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ବିଶ୍ବ ଓଡ଼ିଶାର ଅନ୍ତର୍ଜାତିକ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୂଜ୍ୟ ସାଧୁ ବ୍ରହ୍ମହରିଦାସ ସାମୀଜୀଙ୍କୁ  ଅଭିନନ୍ଦନ ଜଣାଇଛନ୍ତି।


ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୂଜ୍ୟ ଗଜପତି ଓ ଡ. ପ୍ରହରାଜଙ୍କୁ ସାକ୍ଷାତ କରି ଏହି ଉଦ୍ୟମ ପାଇଁ ପ୍ରଶଂସା ଓ ଅଭିନନ୍ଦନ କରିଥିଲେ।
ଆବୁଧାବି ଠାରେ ପ୍ରତିଷ୍ଠିତ ଏହି ମନ୍ଦିରରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି, ଯାହାକି ସମଗ୍ର ବିଶ୍ୱରେ ଏକମାତ୍ର ଓ ବିରଳ ଉପଲବ୍ଧି । ବେଦଙ୍କର ବର୍ଣ୍ଣନା ଅନୁସାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।
 

କୁହାଯାଉଛି, ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚତୁର୍ଦ୍ଧା ବିଗ୍ରହଙ୍କର ନିର୍ମାଣ ପୁରୀଠାରେ ହୋଇଥିଲା। ଏହି ମନ୍ଦିରର ନିର୍ମାଣ ୭ଶିଖର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୭ ଦେବ ଦେବୀ ଯଥା ଶିବ ପାର୍ବତୀ, ରାଧାକୃଷ୍ଣ, ପୁରୁଷୋତ୍ତମ ସ୍ୱାମୀ ନାରାୟଣ, ତିରୁପତି ବାଲାଜୀ, ଆୟପ୍ପା ସ୍ୱାମୀ, ଶ୍ରୀରାମ ପରିବାର ଆଦି ଅବସ୍ଥାପିତ ହୋଇଛନ୍ତି ।
ଏହି ଭବ୍ୟ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦେଖି ସ୍ୱୟଂ ଇନ୍ଦ୍ରଦେବତା ବି ଈର୍ଷା କରିବେ ଏବଂ ଏହିପରି ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହୋଇଥିବାରୁ ଏହା ତାଙ୍କର ଏକ ପରମ ଆନନ୍ଦର ଉପଲବ୍ଧି।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Temple was established in Abu Dhabi, and Gajapati Maharaja joined | Argus News