Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜେଲ୍‌ରେ ମୁଖତାର ଅନସାରୀଙ୍କ ମୃତ୍ୟୁ, ଉତ୍ତର ପ୍ରଦେଶରେ ହାଇ ଆଲର୍ଟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜେଲ୍‌ରେ ମୁଖତାର ଅନସାରୀଙ୍କ ମୃତ୍ୟୁ, ଉତ୍ତର ପ୍ରଦେଶରେ ହାଇ ଆଲର୍ଟ 

 ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ଘନେଇ ଥିବା ବେଳେ ଆଜି ଘଟଣାର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି।

ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦାର ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଗାରିମା ସିଂହ ପୂରା ଘଟଣାର ତଦନ୍ତ କରିବେ। ତାଙ୍କ ଅଧୀନରେ ତଦନ୍ତକାରୀ ଟିମ ଘଟଣାର ବିସ୍ତୃତ ତଥ୍ୟ ହାସଲ କରିବ। ମାସକ ମଧ୍ୟରେ କେମିତି ତଦନ୍ତ ରିପୋର୍ଟ ଦାଖଲ କରାଯିବ, ତାକୁ ଗରିମା ନିଶ୍ଚିତ କରିବେ। ସେପଟେ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ। ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୁଲିସ।   

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jailed gangster-turned-politician Mukhtar Ansari died on Thursday night at a hospital in Uttar Pradesh's close | Argus News