Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଣନ୍ତୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଜୀବନୀ 

National

ଜାଣନ୍ତୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଜୀବନୀ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଜାଣନ୍ତୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଜୀବନୀ 

ନୂଆଦିଲ୍ଲୀ:  ସମାଧି ନେଲେ ପ୍ରସିଦ୍ଧ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ।   ତିନି ଦିନ ଧରି ଉପବାସରେ ରହି ସମାଧି ନେଇଛନ୍ତି ମୁନି ।  ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର।  ମୁନିଙ୍କ ଦେହାନ୍ତରେ  ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ତେବେ କିଏ ଏହି ସାଧୁ ଯାହାଙ୍କ  ଦେହାନ୍ତରେ ଭାବପ୍ରବଣ  ହେଲେ ମୋଦି। ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଜୀବନୀ କିପରି ଥିଲା  ?  ଆସନ୍ତୁ ଜାଣିବା .. 

ଆଚାର୍ଯ୍ୟ ବିଦ୍ୟାସାଗ ମହାରାଜଙ୍କ ଜୀବନୀ 
ଆଚାର୍ଯ୍ୟ ବିଦ୍ୟାସାଗ  ମହାରାଜ  ଜଣେ   ଦିଗମ୍ବର  ଜୈନ ଭିକ୍ଷୁ।  ଯିଏ ତାଙ୍କର ଅସାଧାରଣ  ବିଦ୍ୟା, ଗଭୀର ଆଧ୍ୟାତ୍ମିକ ଜ୍ଞାନ, ଅର୍ନ୍ତଦୃଷ୍ଟି  ଏବଂ  ତପସ୍ୟା,  ଅନୁଶାସନର  ଜୀବନ ପାଇଁ  ସେ ପରିଚିତ।  ୧୦ ଅକ୍ଟୋବର ୧୯୪୬ରେ କର୍ଣ୍ଣାଟକର ସଦଲଗାରେ ଜନ୍ମଗ୍ରହଣ କରିଥିଲେ ଆଚାର୍ଯ୍ୟ ବିଦ୍ୟାସାଗର। ଆଚାର୍ଯ୍ୟ ବିଦ୍ୟାସାଗର   ପିଲା ବେଳୁ ଆଧ୍ୟାତ୍ମାକତାକୁ ଆପୋଣେଇ ନେଇଥିଲେ।  ମାତ୍ର ୨୧ ବର୍ଷ ବୟସରେ  ରାଜସ୍ଥାନ  ର ଅଜମେର  ଦୀକ୍ଷା ନେବା ପାଇଁ  ସାଂସାରିକ ଜୀବନ ତ୍ୟାଗ କରିଥିତଲେ । ଗୃହ ତ୍ୟାଗ ପରେ  ଥଣ୍ଡା, ଗରମ  ଏବଂ ବର୍ଷା ରେ ବିଚଳିତ ନ ହୋଇ କଠିନ  କଠିନ ତପସ୍ୟା ରେ ଲାଗିପଡିଥିଲେ ବିଧ୍ୟାସାଗର।   ବିଧ୍ୟାସାଗରଙ୍କ ଛୋଟବେଳର ନା  ବିଧ୍ୟାଧର ଥିଲା।   ୨୨ ବର୍ଷ ବୟସରେ  ଆଜମେରରେ  ଆଚାର୍ଯ୍ୟ ଜ୍ଞାନସାଗର ମହାରାଜଙ୍କ ଠାରୁ ମୁନି ଦିକ୍ଷା ନେଇଥିଲେ। ୧୯୭୩ରେ  ଜ୍ଞାନସାଗର ମହାରାଜଙ୍କ ସମାଧି ନେବା ପରେ ମୁନି ବିଧ୍ୟାସାଗର ଆଚାର୍ଯ୍ୟ, ଶ୍ରୀ ବିଧ୍ୟାସାଗର ଜୀ ମହାରାଜ  ପଦବୀ ସହ  ଜୈନ ସମୁଦାୟର ସନ୍ଥ ହୋଇଥିଲେ।   

 ବିଦ୍ୟାସାଗର  ଜୈନ ଶାସ୍ତ୍ର ଏବଂ ଦର୍ଶନକୁ ଅଧ୍ୟୟନ  ଏବଂ ଅଭ୍ୟାସରେ ନିମଗ୍ନ ଥିଲେ। ସଂସ୍କୃତ, ପ୍ରାକୃତ ଏବଂ  ଅନେକ ଆଧୁନିକ ଭାଷାରେ କବିତା ଏବଂ ଆଧ୍ୟତ୍ମିକ ଗ୍ରନ୍ଥ ଲେଖିବାରେ ସକ୍ଷମ ହୋଇଥିଲେ ଆଚାର୍ଯ୍ୟ ବିଧ୍ୟାସାଗର।   ବିଧ୍ୟାସାଗର  ମହାରାଜ  ନିଜର କଠୋର ତପ ଏବଂ  ଆଧ୍ୟାତ୍ମିକତା ବିକାଶ ପ୍ରତି  ସମର୍ପିତ ଥିବା ହେତୁ ପ୍ରଶିଦ୍ଧ ଥିଲେ। ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ  ଆଧ୍ୟାତ୍ମିକତାର ପ୍ରଭାବ   ବହୁ ଦୂର ଯାଏ  ବିସ୍ତାର କରିଥିଲା।   ସେ ଭାରତର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଶିକ୍ଷା ତଥା ସାମାଜିକ କଲ୍ୟାଣମୂଳକ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପ୍ରୟାସରେ  ସ୍କୁଲ, ହସ୍ପିଟାଲ ମାନ ପ୍ରତିଷ୍ଠା ହୋଇଛି । ଜୈନ ସମାଜର ଏକ ପ୍ରମୁଖ ଧାର୍ମିକ ଗୁରୁ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ। ସେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ । ତିନି ଦିନ ଧରି ଅନ୍ନ-ଜଳ ତ୍ୟାଗ କରି ତପସ୍ୟାରେ ଥିଲେ। ଶେଷରେ ଗତକାଲି ରାତି ପ୍ରାୟ ୨.୩୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।  ଆଚାର୍ଯ୍ୟ  ବିଧ୍ୟାସାଗର ଙ୍କ କଠିନ ତପସ୍ୟ, ତ୍ୟାଗ, ତପବଳ ପାଇଁ  ଖାଲି  ଜୈନ ସମୁଦାୟ ନୁହେଁ  ସାରା ଦୁନିଆ  ତାଙ୍କ ଆଗେ ନତମସ୍ତକ.. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ  :

 
 

Argus Whatsapp Channel Mobile Top
Sponsored
Jain Seer Acharya Vidyasagar Maharaj Dies, PM Modi Says "Irreparable Loss" | Argus News