Videos
|
National

Shocking Murder / ଛାତିଥରା ହତ୍ୟାକାଣ୍ଡ! ୩ ଝିଅଙ୍କ ସହ ପତ୍ନୀଙ୍କୁ ହତ୍ୟା କରି ଫେରାର ହୋଇଗଲେ ରାହୁଲ

Ritu Das
Browse all articles by Ritu Das
·1 hour ago·2 min read
ଛାତିଥରା ହତ୍ୟାକାଣ୍ଡ! ୩ ଝିଅଙ୍କ ସହ ପତ୍ନୀଙ୍କୁ ହତ୍ୟା କରି ଫେରାର ହୋଇଗଲେ ରାହୁଲ
India

Key Points

ପିତା ନା ପିଶାଚ ଏକା ସାଙ୍ଗରେ ୪ଜଣ ଛୁଆ ସହ ପତ୍ନୀଙ୍କୁ ହତ୍ୟା କରି ଫେରାର ହୋଇଯାଇଛି
ବୀଭତ୍ସ ହତ୍ୟାକାଣ୍ଡ। ଶୁଣିଲେ ଆପଣଙ୍କ ରୁମମୂଳ ଟାଙ୍କୁରି ଉଠିବ। ପିତା ନା ପିଶାଚ ଏକା ସାଙ୍ଗରେ ୪ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଛି। ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର । ତଳ ମହଲାରେ ତିନି ନାବାଳିକା ଝିଅ ଏବଂ ଉପର ମହଲାରୁ ମାଆଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜସ୍ଥାନର ରାଜଧାନୀ ଜୟପୁରର ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା । ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାରର ମୁଖ୍ୟ ରାହୁଲ ଝା ଫେରାର ରହିଛନ୍ତି । ସେ ନିଜେ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ନିଜ ଝିଅ ଏବଂ ପତ୍ନୀଙ୍କ ହତ୍ୟା କାହିଁକି କଲେ ରାହୁଲ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋବିନ୍ଦପୁରରେ ରହୁଥିବା ରାହୁଲ ଝା ନାମକ ବ୍ୟକ୍ତିଙ୍କ ପରିବାରରେ ଏଭଳି ଅଘଟଣ ଘଟିଛି । ଶୁକ୍ରବାର ସକାଳେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ଘର ଭିତରର ଦୃଶ୍ୟ ଦେଖି ସମସ୍ତଙ୍କର ହୋସ୍ ଉଡ଼ିଯାଇଥିଲା । ଘରର ପ୍ରଥମ ମହଲାରେ ରାହୁଲଙ୍କ ପତ୍ନୀ ଗୀତା (୪୦)ଙ୍କ ମୃତଦେହ ପଡ଼ିଥିବାବେଳେ, ଗ୍ରାଉଣ୍ଡ ଫ୍ଲୋରରେ ତାଙ୍କର ତିନି ଝିଅ ନନ୍ଦିନୀ, ଗିରୀଶା ଏବଂ ରାଧିକାଙ୍କ ମୃତଦେହ ମିଳିଥିଲା । ଝିଅମାନଙ୍କ ବୟସ ପ୍ରାୟ ୧୭ ରୁ ୨୩ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ଯେ, ଅଭିଯୁକ୍ତ ରାହୁଲ ଝା ରାତିରେ ସମସ୍ତେ ଶୋଇଥିବା ସମୟରେ ଘର ନିର୍ମାଣ କାମରେ ବ୍ୟବହୃତ ହେଉଥିବା ଇଟା ସାହାଯ୍ୟରେ ଜଣଙ୍କ ପରେ ଜଣଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା । ଆକ୍ରମଣଟି ଏତେ ଭୟଙ୍କର ଥିଲା ଯେ ଚାରି ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣା ସମୟରେ ଘରେ ଅଭିଯୁକ୍ତ ରାହୁଲଙ୍କ ୮୫ ବର୍ଷୀୟ ବୃଦ୍ଧ ପିତା ମଧ୍ୟ ଉପସ୍ଥିତ ଥିଲେ । ଏତେ ବଡ଼ ଘଟଣା ପରେ ବୃଦ୍ଧ ପିତା ଜଣକ ଗଭୀର ମାନସିକ ଆଘାତ ମଧ୍ୟରେ ଅଛନ୍ତି । ପୋଲିସ ତାଙ୍କଠାରୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ପ୍ରୟାସ କରୁଛି।

ପ୍ରାଥମିକ ତଦନ୍ତରୁ ଏହା ପରିବାର ଭିତରର କୌଣସି ଘରୋଇ ବିବାଦ କିମ୍ବା କଳହକୁ ନେଇ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ହତ୍ୟାର ପ୍ରକୃତ କାରଣ କ'ଣ, ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପତ୍ନୀ ପୁଅ ଦେଇପାରି ନଥିବାରୁ ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ରାହୁଲ ଝା ଘରୁ ଫେରାର୍ ହୋଇଯାଇଛି । ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଏବଂ ସହରରେ ନାକାବନ୍ଦୀ କରାଯାଇଛି । ଅଭିଯୁକ୍ତର ଗିରଫଦାରୀ ପରେ ହିଁ ଏହି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ପଦ୍ଦାଫାଶ୍ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: