Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଲରେନ୍ସ ବିଷ୍ନୋଇଙ୍କୁ ନେଇ ପୋଲିସର ବଡ ଖୁଲାସା

National

ଲରେନ୍ସ ବିଷ୍ନୋଇଙ୍କୁ ନେଇ ପୋଲିସର ବଡ ଖୁଲାସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଲରେନ୍ସ ବିଷ୍ନୋଇଙ୍କୁ ନେଇ ପୋଲିସର ବଡ ଖୁଲାସା

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଦେଇଥିବା ସାକ୍ଷାତକାରରେ ପଞ୍ଜାବ ପୋଲିସ ଏକ ବଡ ଖୁଲାସା କରିଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଦେଶର ଅନେକ ରାଜ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ବିରୋଧରେ ଗୁରୁତର ମାମଲା ରୁଜୁ ହୋଇଛି। ଅନେକ କ୍ଷେତ୍ରରେ ତାଙ୍କୁ ପ୍ରଡକ୍ସନ ଓ୍ୱାରେଣ୍ଟରେ ପୋଲିସ ବାରମ୍ୱାର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗିରଫ କରିଥାଏ। ଲରେନ୍ସ ଦେଶର ଅନେକ ଜେଲରେ ରହିଛନ୍ତି।  

ଗ୍ୟାଙ୍ଗଷ୍ଟରର ଏହି ସାକ୍ଷାତକାରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଜେଲରେ ଥିବାବେଳେ ସେ କିପରି ସାକ୍ଷାତକାର ଦେଇଥିଲେ ? ବର୍ତ୍ତମାନ ପଞ୍ଜାବ ପୋଲିସ ଏହାର ଅନୁସନ୍ଧାନରେ ଏହି ସାକ୍ଷାତକାରର ସ୍ଥାନ ବୋଲି ଜୟପୁରକୁ ଚିହ୍ନଟ କରିଛି। ପଞ୍ଜାବ ପୋଲିସର ସୂଚନାନୁସାରେ, ଜୟପୁର ସେଣ୍ଟ୍ରାଲ ଜେଲରେ ରହିବା ସମୟରେ ଜୁମ୍‌ ଆପ୍‌ ମାଧ୍ୟମରେ ଏକ ଚ୍ୟାନେଲକୁ ଲରେନ୍ସ ଏହି ସାକ୍ଷାତକାର ଦେଇଥିଲେ। ଏ ସମ୍ପର୍କରେ ପୋଲିସ ବିରୋଧରେ ମଧ୍ୟ ପ୍ରଶ୍ନ ଉଠିଥିଲା ଏବଂ ୬ ଜାନୁଆରୀ ୨୦୨୪ରେ ପଞ୍ଜାବର ମାହୋଲିରେ ଏକ ମାମଲା ପୟ୍ଚିକୃତ ହୋଇଥିଲା। ସେବେ ଠାରୁ ପଞ୍ଜାବ ପୋଲିସ କେଉଁଠାରେ ଏବଂ କେଉଁ ଜେଲରୁ ଲରେନ୍ସ ଏହି ସାକ୍ଷାତକାର ଦେଇଥିଲେ ତାହା ଜାଣିବାରେ ବ୍ୟସ୍ତ ଥିଲା। ପଞ୍ଜାବ ପୋଲିସର କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରି ରାଜସ୍ଥାନ ପୋଲିସ ମୁଖ୍ୟାଳୟକୁ ଏ ସମ୍ପର୍କରେ ଏକ ଚିଠି ପଠାଇଛି। ଏହା ପରେ ଜୟପୁରର ଲାଲକୋଥୀ ପୋଲିସ ଷ୍ଟେସନରେ ଲରେନ୍ସ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପଞ୍ଜାବ ପୋଲିସର ସୂଚନାନୁସାରେ, ଲରେନ୍ସ ବିଷ୍ନୋଇ ଜୟପୁରର ସେଣ୍ଟ୍ରାଲ ଜେଲରୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି କାରଣରୁ ଜୟପୁରର ଲାଲକୋଥୀ ପୋଲିସ ଷ୍ଟେସନରେ ବର୍ତ୍ତମାନ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା ପଞ୍ଜାବ ପୋଲିସ ଘଟଣା ସ୍ଥଳକୁ ଜୟପୁର ବୋଲି ବିବେଚନା କରିଛି। ଏହାର ମାମଲା ପଞ୍ଜାବର ମୋହାଲିରେ ପଞ୍ଜିକୃତ ହୋଇଛି। ପୋଲିସର ସୂଚନାନୁସାରେ, କିଛି ସମୟ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଥିଲା। ବଲିଉଡ୍‌ର 'ଦବଙ୍ଗ' ସଲମାନ ଖାନଙ୍କ ଘରେ ଗୁଳି ମାଡ କରି ଜେଲରେ ରହିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:


 

Painting
Sponsored
Jaipur Police lodges FIR in connection with Lawrence Bishnoi's interview | Argus News