National News / ପାକିସ୍ତାନୀ ସାମ୍ବାଦିକଙ୍କୁ ଏସ୍. ଜୟଶଙ୍କରଙ୍କ କଡ଼ା ଜବାବ...ପୁରା ଧୋଇଦେଲେ
·5 hours ago·2 min read

Key Points
ପାକିସ୍ତାନୀ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ କଡ଼ା ଜବାବ
ମୁଁ ଆତଙ୍କବାଦୀ ଦେଶକୁ କୌଣସି ଉତ୍ତର ଦେବାକୁ ଉଚିତ ମନେ କରୁନି

ପାକିସ୍ତାନୀ ସାମ୍ବାଦିକଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ କଡ଼ା ଜବାବ । ଜାତିସଂଘ ମୁଖ୍ୟାଳୟରେ ଏକ ପ୍ରେସ୍ କନ୍ଫରେନ୍ସ ସମୟରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଉତ୍ତର ହେବା ଛଳରେ ଖୋଲିଛନ୍ତି ପାକିସ୍ତାନର ପୋଲ। ଏକ ଆତଙ୍କବାଦୀ ଦେଶ ମତେ ଏଭଳି ପ୍ରଶ୍ନ ପଚାରୁଛି ବୋଲି କହି ଜବାବ ଦେଇଛନ୍ତି ଜୟଶଙ୍କର । ଜାତିସଂଘ ମଞ୍ଚରେ ପାକିସ୍ତାନକୁ ଏଭଳି ଦୃଢ଼ ଭାବେ ଭର୍ତ୍ସନା କରି ଭାରତ ପୁଣିଥରେ ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଅସଲ ମୁଖା ଖୋଲିଦେଇଛି। ଭାରତ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି ବୋଲି ପାକିସ୍ତାନୀ ସାମ୍ବାଦିକ ଜଣକ ଅଭିଯୋଗ କରିଥିଲେ । ଜାତିସଂଘ ମୁଖ୍ୟାଳୟରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଲାଇବେରିଆର ବୈଦେଶିକ ମନ୍ତ୍ରୀ ସାରା ବେସୋଲୋ ନିୟାଣ୍ଟି ମିଳିତ ଭାବେ ଏକ ପ୍ରେସ୍ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ।
ସାମୁଦ୍ରିକ ନିରାପତ୍ତା ଏବଂ ନାବିକମାନଙ୍କ ସୁରକ୍ଷା ପାଇଁ ଏକ ନୂତନ ଗ୍ରୁପ୍ ଅଫ୍ ଫ୍ରେଣ୍ଡ୍ସ ଗଠନ ନେଇ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ, ଜଣେ ପାକିସ୍ତାନୀ ସାମ୍ବାଦିକ ଠିଆ ହୋଇ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ସରକାର କେବେ ପାକିସ୍ତାନରେ ଆତଙ୍କବାଦକୁ ପ୍ରଶ୍ରୟ ଦେବା ବନ୍ଦ କରିବ? ଏହାର କଡ଼ା ଜବାବ ଦେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସଂକ୍ଷିପ୍ତ କିନ୍ତୁ ଦୃଢ଼ ଭାବେ ଦେଇଥିଲେ ଜବାବ । ଏହାପରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରୀଶ ସେହି ସାମ୍ବାଦିକଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ ତୁମେ ତୁମର ଜବାବ ଶୁଣିସାରିଛ, ବେଶ୍ ସ୍ପଷ୍ଟ ଭାବେ ଶୁଣିବାକୁ ପାଇଛ।
ଏହି କଥୋପକଥନକୁ ନେଇ ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି। ଅନେକ ଭାରତୀୟ ୟୁଜର ଜୟଶଙ୍କରଙ୍କ ଜବାବର ତାରିଫ କରୁଥିବା ବେଳେ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ମଞ୍ଚରେ ନିଜର ନ୍ୟାରେଟିଭ ଆଗକୁ ବଢାଇବାର ଉଦ୍ୟମ କରୁଥିବାର ଆରୋପ ଲଗାଇଛନ୍ତି। ଜୟଶଙ୍କର ୟୁଏନ ଜେନେରାଲ ଆସେମ୍ବ୍ଲିର ୮୧ତମ ଅଧିବେଶନ ପାଇଁ ନ୍ୟୁୟର୍କରେ ଅବସ୍ଥାନ କରୁଛନ୍ତି। ଏଥିରେ ସେ କମର୍ସିଆଲ ସିପିଙ୍ଗ ଉପରେ ଆକ୍ରମଣ ଓ ସମୁଦ୍ର ଯାତ୍ରୀଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ସିପିଙ୍ଗ ଓ ନାବିକଙ୍କ ସୁରକ୍ଷାକୁ ନେଇ ‘ଗ୍ରୁପ ଅଫ ପ୍ରେଣ୍ଡସ୍’ ଉଦଘାଟନ ବୈଠକରେ ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଲାଇବେରିଆ କମର୍ସିଆଲ ଜାହାଜ ଓ ଚାଳକଦଳ ସଦସ୍ୟ ସାମ୍ନା କରୁଥିବା ବିପଦ ପ୍ରତି ଧ୍ୟାନ ଦେବା ଲାଗି ହାତ ମିଳାଇଛନ୍ତି। ସେ ଗଲ୍ଫ ଅଫ ଓମାନ, ଷ୍ଟ୍ରେଟ ଅଫ ହର୍ମୁଜ, ରେଡ ସି ଓ ବ୍ଲାକ୍ ସିରେ ନିକଟରେ ହୋଇଥିବା ଆକ୍ରମଣର ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଭାରତୀୟ ନାବିକଙ୍କ ସମ୍ପର୍କିତ ଘଟଣା ମଧ୍ୟ ସାମିଲ ଥିଲା। ଜାତି ସଂଘରେ ଜୟଶଙ୍କର ଜୋର ଦେଇ କହିଛନ୍ତି ଯେ କମର୍ସିଆଲ ସିପିଙ୍ଗ ଓ ମର୍ଚାଣ୍ଟ ନାବିକଙ୍କ ଉପରେ ଆକ୍ରମଣର କୌଣସି ଔଚିତ୍ୟ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories